ମଣିଷ, ପରିବେଶ ଓ ଭଗବାନ୍‌

ସହଦେବ ସାହୁ

ଯଦି ଗଡ୍‌ ହାଜ୍‌ କ୍ରିଏଟେଡ୍‌ ମାନ୍‌ ଇନ୍‌ ହିଜ୍‌ ଓନ୍‌ ଇମେଜ୍‌ (ଭଗବାନ୍‌ ମଣିଷକୁ ତାଙ୍କ ପ୍ରତିଛବି ରୂପେ ଗଢ଼ିଛନ୍ତି) ତେବେ କାହିଁକି ମଣିଷ ଗଛଲତା ନ ଥିବା ସ୍ଥାନରେ, ଉପଯୋଗୀ ପାଣି ପବନ ନ ଥିବା ଜାଗାରେ ଚଳିପାରୁ ନାହିଁ? ଅନୁକୂଳ ପରିବେଶ ନ ପାଇଲେ କାହିଁକି ନିଶ୍ଚିହ୍ନ ହୋଇଯାଉଛି? ଗଛଲତା ହେଉ କି ଅଣୁଜୀବ, ଅଣ୍ଡଜ ହେଉ କି ସ୍ତନ୍ୟପାୟୀ, କୌଣସି ଜୀବନ୍ତ ବସ୍ତୁ ଖାଦ୍ୟ ବିନା ବଞ୍ଚିପାରିବ ନାହିଁ। ଖାଦ୍ୟ ଯୋଗାଡ଼ କରିବା ଦୃଷ୍ଟିରୁ ଜୀବଜଗତ ୨ଶ୍ରେଣୀର – ଗୋଟିଏ ଆତ୍ମଜୀବୀ (ଅଟୋଟ୍ରଫିକ୍‌), ଅନ୍ୟଟି ପରଜୀବୀ (ହେଟେରୋଟ୍ରଫିକ୍‌)। ଅଟୋଟ୍ରଫିକ୍‌ ଜୀବଟି ନିଜେ ଅଖାଦ୍ୟ ନିର୍ଜୀବ ବସ୍ତୁରୁ ଖାଦ୍ୟ ତିଆରିକରେ ା ମଣିଷ ହେଟେରୋଟ୍ରଫିକ୍‌ ଅର୍ଥାତ୍‌ ଅନ୍ୟ ଜୀବନ୍ତ ଜିନିଷମାନେ ନିଜ ଅଭିବୃଦ୍ଧି ପାଇଁ ଯେଉଁ ଖାଦ୍ୟ ତିଆରି କରିଥାନ୍ତି ତାକୁ ଖାଏ, ନିଜେ କୌଣସି ନିର୍ଜୀବ ବସ୍ତୁକୁ ଖାଇପାରେନାହିଁ କି ତାକୁ ଖାଇବା ଉପଯୋଗୀ କରିପାରେନାହିଁ। ଅଟୋଟ୍ରଫିକ୍‌ ଜୀବନ୍ତ ବସ୍ତୁ, ଯଥା ଉଦ୍ଭିଦ, ବାହାରୁ ଶକ୍ତି ଗ୍ରହଣକରି ଅଙ୍ଗାରକାମ୍ଳ ଓ ଜଳ ଭଳି ନିର୍ଜୀବ ସାମଗ୍ରୀରୁ ଖାଦ୍ୟ ତିଆରିକରେ, ତାକୁ ଖାଏ ଓ ଅନ୍ୟକୁ ଯୋଗାଏ। ସୂର୍ଯ୍ୟରୁ ମିଳୁଥିବା ଊର୍ଜାକୁ ଜାଳେଣି ଭାବେ ବ୍ୟବହାରକରି ପାଣି, ଖଣିଜଦ୍ରବ୍ୟ ଓ ଅଙ୍ଗାରକାମ୍ଳ ଭଳି ଅଜୈବ ସାମଗ୍ରୀକୁ ମିଶାଇ ଉଦ୍ଭିଦ ତା’ର ପୋଷକ ବା ପୁଷ୍ଟି (ଷ୍ଟାର୍ଚ) ତିଆରିକରେ ା ଏହି ଭାଶ୍ଳେଷଣ ପ୍ରକ୍ରିୟାରେ ଲିପିଡ୍‌ ଓ ପ୍ରୋଟିନ୍‌ ଭଳି ବଡ଼ ବଡ଼ ଜଟିଳ ଅଣୁ ବି ତିଆରି ହୁଏ। ସବୁ ପ୍ରାଣୀ ହେଟେରୋଟ୍ରଫିକ୍‌ – ଗଛଲତାକୁ ଖାଆନ୍ତି କିମ୍ବା ଗଛଲତାକୁ ଖାଇ ବଞ୍ଚିଥିବା ପ୍ରାଣୀକୁ ବି ଖାଆନ୍ତି। ଭଗବାନ୍‌ ତ ସବୁଠି ଅଛନ୍ତି ବୋଲି ଆମେ ଭାବୁ, ତେବେ ମଣିଷ କାହିଁକି ସବୁଠି ତିଷ୍ଠିପାରୁନାହିଁ, ସେ କାହିଁକି ପରଜୀବୀ?
ଅଟୋଟ୍ରୋଫ୍‌ମାନେ ଯେକୌଣସି ପରିବେଶରେ ବଢ଼ିପାରନ୍ତି, ଯଥା ଆମ ପାଉଁରୁଟିରେ ଥିବା ଇଷ୍ଟ ଯାହା ଦେହରେ ସବୁ ପ୍ରକାର ଏନ୍‌ଜାଇମ୍‌ ବା ପାଚକ ଅଛି (ଶର୍କରା ଓ ବାୟୋଟିନ୍‌ ନାମକ କେବଳ ଦୁଇଟି ପାଚକକୁ ଛାଡ଼ି଼)। ଜୀବ ଯେତେ ଜଟିଳତର ହୋଇଛି ବା ହେଉଛି ସେତେ ପରିମାଣରେ ଏନ୍‌ଜାଇମ୍‌ ହରାଉଛି। ମଣିଷ ସବୁଠାରୁ ବେଶି ଏନ୍‌ଜାଇମ୍‌ ହରାଇଛି। ଇତରରୁ ଉଚ୍ଚତର ଶ୍ରେଣୀର ଜୀବକୁ ଦେଖିଲେ ଆମେ ଜାଣିବା ପ୍ରତ୍ୟେକ ପ୍ରଜାତି ଅଧିକରୁ ଅଧିକ ଏନ୍‌ଜାଇମ୍‌ ହରାଇଛି। ତାହା ବିବର୍ତ୍ତନର ଅର୍ଥାତ୍‌ ପରିବେଶ ସହ ମିଳିମିଶି ରହିବାର ଫଳ; ଭଗବାନ୍‌ଙ୍କ ସୃଷ୍ଟି ନୁହେଁ; କାରିଗର ଯେପରି ମୂର୍ତ୍ତି ତିଆରିକରେ ଭଗବାନ୍‌ ସେମିତି ପ୍ରତି ମଣିଷକୁ (ଅନ୍ୟ ଜୀବକୁ ବି) ତିଆରି କରୁନାହାନ୍ତି। ମଣିଷର ବିଭିନ୍ନ ପ୍ରକାର ଆବଶ୍ୟକତା ମଧ୍ୟରେ ଆମିନୋଏସିଡ୍‌ ଓ ଭିଟାମିନ୍‌ ପ୍ରଧାନ, ସେଗୁଡ଼ିକ ମଣିଷକୁ ରେଡିମେଡ୍‌ (ଅନ୍ୟ ଦ୍ୱାରା ପ୍ରସ୍ତୁତ ହୋଇ) ମିଳିବା ଦରକାର । ଗଛଲତା ହିଁ ଆମିନୋଏସିଡ୍‌ ଓ ଭିଟାମିନ୍‌ ପ୍ରସ୍ତୁତ କରିଥାଏ। ପ୍ରାଣୀ ଯେତେ ଉଚ୍ଚତର, ପ୍ରକୃତିଠାରୁ ସେତେ ଦୂର; ଖାଦ୍ୟ ଦୃଷ୍ଟିରୁ ସେତେ ପରମୁଖାପେକ୍ଷୀ। ଜଟିଳତର ପ୍ରାଣୀ ହେବା ମାନେ ପରିବେଶ ଉପରେ ନିର୍ଭରକରିବା – ପରିବେଶ ସନ୍ତୁଳିତ ନ ରହିଲେ ପ୍ରାଣୀମାନଙ୍କର ବିନାଶ, ଧର୍ମାଳୁମାନଙ୍କ ଭାଷାରେ ପ୍ରଳୟ ଘଟିବ । ଶରୀର ଗଠନ ଲାଗି ପରିବେଶରୁ ସବୁ ଜିନିଷ ଆଣିପାରୁଥିବାରୁ ସେସବୁ ଜିନିଷ ତିଆରି କରିବାର ଯନ୍ତ୍ରପାତି ବା ଏନ୍‌ଜାଇମ୍‌ ମଣିଷ ଦେହର କୋଷଗୁଡ଼ିକ ବୋହୁନାହାନ୍ତି ା ବରଂ ନିଜର ବୋଝ ହାଲୁକା କରି ବିଶେଷ ଉଦ୍ଦେଶ୍ୟରେ ଓ ସୂକ୍ଷ୍ମତର କାମ ପାଇଁ କୋଷଗୁଡ଼ିକ ଶକ୍ତି ଓ ସ୍ଥାନ, ତେଣୁ ମସ୍ତିଷ୍କକୁ ଖୋରାକ ଯୋଗାଉଛନ୍ତି; ଫଳରେ ଯେଉଁ ବିଶ୍ରାମ ମିଳୁଛି ତାକୁ ବ୍ୟାବହାରିକ କୌଶଳ ବା କାରିଗରି ବିଦ୍ୟାର ବିକାଶରେ ଲଗାଉଛନ୍ତି। ମଣିଷ ଦର୍ଶନ ବା ବିଜ୍ଞାନରେ ମଜ୍ଜି ଯିବାକୁ ସମୟ ପାଉଛି। ପରିବେଶକୁ ପୂରାପୂରି ବ୍ୟବହାର କରିପାରିଲେ ମଣିଷ ଖାଇବା ଲାଗି ଡିନରଟେବୁଲରେ ସମୟ ବିତାନ୍ତା ନାହିଁ, ତା’ ଶରୀରର କୋଷଗୁଡ଼ିକ ଆପେ ଆପେ ଖାଦ୍ୟ ସଂଗ୍ରହ କରିନିଅନ୍ତେ ଏବଂ ମଣିଷ ଏକ ‘ଜ୍ଞାନ ଅସ୍ଥିତ୍ୱ’, ସେନ୍‌ସିଏଣ୍ଟ ବିଇଂ ହୋଇଯାଆନ୍ତା, ଆମର ଉପସ୍ଥିତ ଭାଷାରେ ଦେବତା ହୋଇଯାନ୍ତା । ଅବଶ୍ୟ ବିବର୍ତ୍ତନର ନିୟମ ତିଆରି କରିଥିବା ଶକ୍ତିକୁ ଆମେ ଭଗବାନ୍‌ କହିବା ତ ପ୍ରତି ନିୟମ ମାନିବାକୁ ଧର୍ମ କହିବା ା ଭଗବାନ୍‌ ମୋତେ ରକ୍ଷାକର ପ୍ରାର୍ଥନା କରିବା ବେଳେ ଆମେ କହୁନାହୁଁ କି ଏଣିକି ମୁଁ ପାପ କରିବି ନାହିଁ (ଅର୍ଥାତ୍‌ ବିବର୍ତ୍ତନର ନିୟମ ଭାଙ୍ଗିବି ନାହିଁ)ା
ଧର୍ମ ମାନେ ଅହିଂସ ହେବା କାହିଁକି ଦରକାର? କେବଳ ଖାଦ୍ୟ ଆହରଣରେ ପ୍ରତିଦ୍ୱନ୍ଦ୍ୱୀକୁ ଦୂରେଇଦେବା ଲାଗି ନୁହେଁ, ପ୍ରକୃତିର ଫାଷ୍ଟ୍‌ ଫୁଡ୍‌ ପାଇବା ପାଇଁ: ଭୋଜୀର ଅନ୍ତ୍ରରେ ପହଞ୍ଚିଲା କ୍ଷଣି ଭୋଜ୍ୟ ଜୀବର ଟୁକୁରା ଟୁକୁରା ମାଂସ ଓ ରକ୍ତ ଆଦିରୁ ଅଣୁଗୁଡ଼ିକ ଏନ୍‌ଜାଇମ୍‌-କ୍ରିୟା ଦ୍ୱାରା ଚୂର୍‌ମାର ହୋଇ ଉଚ୍ଚତର ପ୍ରାଣୀର ଦେହରେ ମିଶେ: ଏଭଳି ପ୍ରସେସିଂ ବା ପ୍ରକ୍ରିୟାକରଣ (ହଜମ କ୍ରିୟା) ଆମ ଦେହରେ ଥିବା ଅଣୁଜୀବମାନେ କରନ୍ତି। ଯଦି ସମସ୍ତେ ମାଂସାଶୀ ହୋଇଥାନ୍ତେ ପୃଥିବୀ ପ୍ରାଣୀଶୂନ୍ୟ ହୋଇସାରନ୍ତାଣି: ଏ ପ୍ରବନ୍ଧଟି ଲେଖିବାକୁ ମୁଁ କି ପଢ଼ିବାକୁ ଆପଣ ନ ଥାନ୍ତେ ା ବିବର୍ତ୍ତନର ଏ ନିୟମ ବୁଝିଥିବା ଲୋକ ଧର୍ମର ଦ୍ୱାହିଦେଇ ନିରାମିଷାଶୀ ହୁଅନ୍ତି ା
ଆଉ ଗୋଟିଏ ଦିଗରୁ ଦେଖନ୍ତୁ। ଆମେ ଯାହା ଖାଉ ସବୁଯାକ ଆମ ଦେହରେ ଲାଗେ ନାହିଁ। ଭୋଜ୍ୟ ଉଦ୍ଭିଦ/ପ୍ରାଣୀର ବିଭିନ୍ନ ତନ୍ତୁରେ ଥିବା ଶକ୍ତିର ୧୦% ମାତ୍ର ଭୋଜୀ/ଖାଦକର ଦେହକୁ ଆସେ, ବାକି ୯୦% ମଳମୂତ୍ର ବା ବର୍ଜ୍ୟବସ୍ତୁ ଆକାରରେ ବାହାରିଯାଏ। ହୁଣ୍ଡା ହିସାବରେ ଗୋଟିଏ ବୟସ୍କ ମାଂସାଶୀ ପ୍ରାଣୀ ବଞ୍ଚିବା ଲାଗି ବର୍ଷକୁ ୧୦ଟି ପ୍ରାଣୀ ମାରିବାକୁ ବାଧ୍ୟ; ଏହି କାରଣରୁ ବେଶି ସଂଖ୍ୟକ ପ୍ରାଣୀ ତୃଣଭୋଜୀ। ମଣିଷ, ଭାଲୁ, ଘୁଷୁରି ଭଳି କେତେକ ପ୍ରାଣୀ ଉଭୟ ତୃଣଭୋଜୀ ଓ ମାଂସାଶୀ। ଓଜନ ହିସାବରେ ବୁଝିବା ସହଜ । ସବୁ ତୃଣଭୋଜୀ ପ୍ରାଣୀଙ୍କୁ ଓଜନ କଲେ ମାଂସାଶୀ ପ୍ରାଣୀମାନଙ୍କ ମୋଟ ଓଜନର କୋଟି କୋଟି ଗୁଣ ହେବ । ତୃଣଭୋଜୀମାନେ ବି ଗଛପତ୍ର ଖାଇବାରେ ବହୁ କିଛି ନଷ୍ଟ କରନ୍ତି, କେବଳ ଦଳାଦଳିରେ ନୁହେଁ, ଦେହ ଭିତରେ ହଜମ ପ୍ରକ୍ରିୟା ଭିତରେ ବି ା ୧୦୦ କିଲୋ ଘାସ ଖାଇଲେ ଗାଈକୁ ମାତ୍ର ୨ କିଲୋ ପ୍ରୋଟିନ ମିଳେ। ଶୁଖିଲା ନଡ଼ା ଖାଉଥିବା ଗାଈ ନଡ଼ାରୁ ଯାହା ଶକ୍ତ ପାଏ ତାହା ଚୋବାଇବାରେ ହିଁ ଖର୍ଚ୍ଚ କରିଦିଏ, ଦେହ ବୃଦ୍ଧି ପାଇଁ ନାମମାତ୍ର ପାଏ। ସୁଖର କଥା ଯେ ଗଛଲତାମାନେ ଯେତେ ପରିମାଣରେ ଖାଦ୍ୟ ତିଆରି କରନ୍ତି ପ୍ରାଣୀମାନେ ସେତେ ପରିମାଣରେ ଡକାୟତି କରିପାରନ୍ତି ନାହିଁ। ତେଣୁ ଉଦ୍ଭିଦ ଜଗତର ଗୁରୁତ୍ୱ ଏତେ ବେଶି। ଗଛଲତାଶୂନ୍ୟ ହୋଇଗଲେ ପୃଥିବୀରେ ଜୀବସତ୍ତା ରହିବ ନାହିଁ।
ମଣିଷ ଗୋଟିଏ ଅସମ୍ପୂର୍ଣ୍ଣ ଜୀବ। ଯଦି ଭଗବାନ୍‌ ମଣିଷକୁ ତାଙ୍କ ରୂପରେ ଗଢ଼ିଛନ୍ତି, ଅର୍ଥାତ୍‌ ମଣିଷ ରୂପ ଭଗବାନ୍‌ଙ୍କ ପରି, ତେବେ ତାହା ଦେହର ଗଠନ କାହିଁକି ସ୍ବୟଂସମ୍ପୂର୍ଣ୍ଣ ନୁହେଁ? ମଣିଷର ବଂଶାଣୁ ବା ଡିଏନ୍‌ଏ ଅନୁଧ୍ୟାନ ପ୍ରକଳ୍ପ – ଜିନୋମ୍‌ – ୨୦୦୩ରେ ସରିଯାଇଛି। ଗଣଗଣିଆ ମାଛିର ୧୪,୦୦୦ ଜିନ୍‌, ନେମାଟୋଡ୍‌ ପୋକର ୨୦,୦୦୦ ଜିନ୍‌। ମଣିଷର ଲକ୍ଷାଧିକ ଜିନ୍‌ ବାହାରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ବାହାରିଛି ୨୦ ରୁ ୨୫ ହଜାର ଭିତରେ; ପୋକଠାରୁ ହୀନ। ଏତେ ବୁଦ୍ଧିଆ ପ୍ରାଣୀର ହଜିଲା ଜିନ୍‌ ସବୁ କେଉଁଠି ଅଛି? ସେସବୁ ଅଣୁଜୀବମାନଙ୍କଠାରେ ରହିଛି, ଆମ ଦେହ କୋଷଗୁଡ଼ିକ ଯେତିକି ପ୍ରୋଟିନ୍‌ ତିଆରି କରିପାରୁଛନ୍ତି ତାହାର ୩୬୦ ଗୁଣ ତିଆରି କରୁଛନ୍ତି ଆମ ଦେହ ଭିତରେ ଥିବା ଅଣୁଜୀବମାନଙ୍କ ଦେହରେ ଥିବା ୧୦ ଲକ୍ଷ କୋଟି କୋଷ ା ପ୍ରତି ମଣିଷକୁ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍‌ ଭାବିଲେ ଅଣୁଜୀବମାନେ ହେବେ ଭିନ୍ନ ଭିନ୍ନ ଆପ୍ଳିକେଶନ; ଆମ ଦେହର (ବନ୍ଧୁ) ଅଣୁଜୀବମାନେ ଯଥେଷ୍ଟ ସଂଖ୍ୟାରେ ନ ରହିଲେ ବାହାରର (ଶତ୍ରୁ) ଅଣୁଜୀବମାନେ ସହଜରେ ଦେହରେ ପ୍ରବେଶକରି ଦେହ କୋଷକୁ ନଷ୍ଟ କରିବେ, ତାହା ହିଁ ତ ରୋଗ ଓ ମୃତ୍ୟୁ ଆଣେ! ତେଣୁ ଭଗବାନ୍‌ଙ୍କୁ ପୂଜା କରିବାର ଅନ୍ତର୍ନିହିତ ଅର୍ଥ ପରିବେଶକୁ ସୁସ୍ଥ ରଖିବାର ନିୟମସବୁ ମାନିବା ା
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?