ମରିବାକୁ ବେଳନାହିଁ

ଡ. କୁଳାଙ୍ଗାର

 

ଏବେ ଲୋକମାନେ ଏତେ ବ୍ୟସ୍ତ ଯେ ମରିବାକୁ ବି ବେଳନାହିଁ! ଅତଏବ ବହୁତ ଲୋକଙ୍କୁ ବାଧ୍ୟ ହୋଇ ଜିଇବାକୁ ପଡୁଛି। ବାଧ୍ୟବାଧକତାରେ କ’ଣ କିଛି ହୋଇଥିଲା ଯେ ହେବ? ଅତଏବ ସବୁଆଡ଼େ ନାହିଁ ନାହିଁର ପରିବେଶ। ଯୁଆଡ଼େ ଗଲେ ଶୁଣିବାକୁ ମିଳିବ; ଆଜି ନୁହଁ କାଲି ଆସ! ଜନସଂଖ୍ୟା କିନ୍ତୁ ସେପଟେ ମୋବାଇଲର ଫଟୋ ଓ ନେତାଙ୍କ ଭାଷଣ ପରି ଘୁ ଘୁ ହୋଇ ବଢ଼ିଚାଲିଛି। ଲୋକସଂଖ୍ୟା ବଢ଼ିବାରୁ ନିତି ନାନା କଳହ ଓ ମାରପିଟ୍‌ ହେଉଛି।
ସିଏ କିନ୍ତୁ ଜଣେ ଫାଙ୍କା ମଣିଷ! ଆଖି ଆଗରେ ବହୁଲୋକ ମୃତପ୍ରାୟ ଜିଇ ରହିଥିବା ଦେଖି ସିଏ ବିସ୍ମିତ ହେଲା ଏବଂ ମନେମନେ ଭାବିଲା; ମରଣ ରାଜ୍ୟର ମହାରାଜା ଯମରାଜ ତା’ହେଲେ କରୁଛନ୍ତି କ’ଣ? କ’ଣ ଆଉ କରୁଥିବେ?? ତାଙ୍କର ବି ମରିବାକୁ ବେଳ ନ ଥିବ। ପୁଣି ସ୍ବର୍ଗରେ ତ ସ୍ମାର୍ଟଫୋନ୍‌ ଓ ମୋବାଇଲ ନେଟୱର୍କର ସୁବିଧା ନାହିଁ। ତେଣୁ ମର୍ତ୍ତ୍ୟରେ କାହାର ମରଣର ପାଳି ପଡ଼ିଲେ ଆତ୍ମାକୁ ନେବାପାଇଁ ଆସୁଥିବା ତାଙ୍କର ଦୂତ ଏବଂ ସ୍ବୟଂ ଯମରାଜ ବୋଧେ ସ୍ମାର୍ଟଫୋନ୍‌ ପ୍ରେମରେ ପଡ଼ି ଆତ୍ମା ସଂଗ୍ରହ କରିବାକୁ ଭୁଲି ଯାଉଥିବେ। ଏ ସବୁ ଚିନ୍ତା କରି ତାଆର ଯମରାଜଙ୍କ ଉପରେ ଭାଆରି କ୍ରୋଧ ହେଲା। ତେଣୁ ସିଏ ମନେମନେ ଯମରାଜଙ୍କୁ ଗାଳିଦେଲା। ଗାଳି ଶୁଣି ଯମରାଜ ତା’ ସମ୍ମୁଖରେ ପ୍ରକଟ ହୋଇ କହିଲେ – ମୋତେ କ’ଣ ଗାଳି ଦେଉଛୁ! ମୋର କି ଦୋଷ?? ମୁଁ ତ ଯାହା ପାଖକୁ ଯାଇ କହୁଛି କି ତମର ବେଳ ହୋଇଗଲା ଏଥର ଚାଲ। ସମସ୍ତେ କିଛି ନା କିଛି ଆଳ ଦେଖାଇ କହୁଛନ୍ତିି କାଲି ଆସ। ତୁ ନିଜେ କହୁନୁ ତୁ ଏବେ ମରିବାକୁ ରାଜି କି?
ଯମରାଜଙ୍କର ଏପରି ତ୍ୱରିତ ଆହ୍ବାନରେ ତାଆର ସ୍ବାଭିମାନ ଜାଗ୍ରତ ହେଲା। ସିଏ ବିନା ବିଚାରରେ କହିଲା – ହଁ ମୁଁ ରାଜି! କିନ୍ତୁ ଗୋଟିଏ ସର୍ତ୍ତରେ! -କି ସର୍ତ୍ତ? ସିଏ କହିଲା – ମୁଁ ମଲାପରେ ବି ମୋ ଆତ୍ମୀୟସ୍ବଜନ କ’ଣ କରୁଛନ୍ତି ଯେମିତି ଦେଖିପାରିବି! -ତଥାସ୍ତୁ! ବାସ୍‌, ଯମରାଜ ଏଥର ତା’ ଦେହରୁ ଜୀବନଟାକୁ କାଢ଼ିନେଇ ଚାଲିଗଲେ। ତାଆର ନିର୍ଜୀବ ଶରୀରଟା ସେମିତି ପଡ଼ି ରହିଲା। ସିଏ ଚାହିଁ ରହିଛି ଦେଖିବାକୁ କ’ଣ ରହିଛି ଘରଲୋକଙ୍କ ପ୍ରତିକ୍ରିୟା।
ବହୁ ସମୟ ଯାଏଁ ତ କେହି ଆସିଲେନି। କାରଣ ତାହା ଥିଲା ସନ୍ଧ୍ୟା ସମୟ। ଯେଉଁ ସମୟରେ ଘରଣୀ ଟିଭିରେ ଧାରାବାହିକ ଦେଖିବାରେ ବ୍ୟସ୍ତଥିଲେ। ଝିଅ ବାହାରକୁ ଯାଇଥିଲା। ପୁଅ ତ ବିଦେଶରେ। ବାପା ମାଆ ତ ଗାଆଁରେ। ଅତଏବ ତାକୁ ତାଆର ଶବ ସହିତ ଅପେକ୍ଷା କରିବାକୁ ପଡ଼ିଲା। ଟିଭିଦେଖା ସାରି ତା’ ପତ୍ନୀ ଖାଦ୍ୟ ଗରମ କରିବା ପରେ ତାକୁ ଡାକିବାକୁ ଆସିଲେ। ହେଲେ ସିଏ ବା ଶୁଣନ୍ତା କିପରି? ସିଏ ନ ଶୁଣନ୍ତେ ତା’ ଦେହକୁ ଧରି ହଲଚଲ କଲେ। ସିଏ ନ ଉଠନ୍ତେ ତାକୁ ଡାକ୍ତରଖାନା ନେଲେ ।
ଖବର ପାଇ ଝିଅ ଡାକ୍ତରଖାନାରେ ପହଞ୍ଚତ୍ଲା। ଡାକ୍ତର ଆସି ତାକୁ ପରୀକ୍ଷା କରି ମୃତ ଘୋଷଣା କଲେ। ଏହା ପରେ ଖବରଟି ଚିହ୍ନାଜଣାରେ ବ୍ୟାପିଗଲା। ସାମାଜିକ ଗଣମାଧ୍ୟମରେ ତାଆର ସାଙ୍ଗମାନେ ତା’ ପ୍ରତି ସମବେଦନା ଜଣାଇ ଫୁଲମାଳ ଓ ଧୂପକାଠିଯୁକ୍ତ ଫଟୋ ଶେୟାର କଲେ। ଅଳ୍ପକିଛି ଜଣ ଆସି ତାଆର ଶବ ସହ ସେଲ୍ଫି ନେଇ ଫୋଷ୍ଟ କଲେ। ପୁଅ ଆସିବାରେ ଡେରି ହେବ ତେଣୁ ତାଆର ଶବକୁ ଗୋଟେ ଥଣ୍ଡା ବାକ୍ସରେ ଶବ ସଂରକ୍ଷଣ ଗୃହରେ ରଖାଗଲା। ତେବେ ତାଆର ମୃତ୍ୟୁର ପ୍ରଭାବ କାହା ଉପରେ ପଡ଼ିଛି ଜାଣିବା ପାଇଁ ସିଏ ଭାବିଲା ଟିକେ ଚିହ୍ନାଜଣାରେ ବୁଲି ଆସିବ। ସେୟା କରି ସିଏ ଦେଖିଲା ଯେତେ ସବୁ ବନ୍ଧୁବାନ୍ଧବ ତାଆର ଯେତେ ଦୁର୍ଗୁଣ ସବୁ ଆଲୋଚନା କରୁଛନ୍ତି। ସହକର୍ମୀମାନେ ଏବେ ତାଆର ପଦବୀଟି କାହାକୁ ମିଳିବ ସେଇ ଆଶାରେ। ଯିଏ ତାଆଠୁ ଧାର ନେଇଥିଲା ଯାହାହେଉ ରକ୍ଷା ହେଲା ବୋଲି ଖୁସି।
ସକାଳ ନଅଟା ବେଳେ ତା’ ଶବ ଉଠିନି ସେପଟେ ତାଆର ପ୍ରାତଃଭ୍ରମଣକାରୀ ସହଯାତ୍ରୀଙ୍କ ପକ୍ଷରୁ ପାର୍କରେ ଗୋଟେ ସ୍ମୃତିସଭାର ଆୟୋଜନ ହେଲା। ତାଆର ଗୋଟେ ଫଟୋ ରଖି ସଦସ୍ୟଗଣ ତାଆର ସ୍ମୃତିଚାରଣ କଲେ। ଜଣେ ଟାଉଟର ଯାହା ସହିତ ତାଆର ଆଦୌ ପଡୁ ନ ଥିଲା ସିଏ ତାଆର ମୃତ୍ୟୁରେ ଗଭୀର ମର୍ମାହତ ହୋଇ ଏକ ଦୀର୍ଘ କବିତାକୁ ଘଣ୍ଟାଧିକ କାଳ ଏପରି ପାଠ କରି ଚାଲିଲା ଯେ ତାହାକୁ ଶୁଣିଶୁଣି ସମବେତ ସମସ୍ତଙ୍କ ଆଖିରେ ଲୁହ ଆସିଗଲା। ଆଉ ଜଣେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଜନ୍ମ ଓ ମୃତ୍ୟୁକୁ ନେଇ ଗୀତାର ଦୁଇଟି ଅଧ୍ୟାୟର ଶ୍ଲୋକ ଉଚ୍ଚାରଣ ସହ ତାକୁ ଏପରି ବୁଝାଇବାରେ ଲାଗିଲେ ଯେ ସମବେତ ଶ୍ରୋତାଗଣଙ୍କର ମୁହଁଗୁଡ଼ିକ ଆହୁରି କରୁଣ ଦେଖାଗଲା।
ସିଏ ସେ ସ୍ଥାନଛାଡ଼ି ଘରେ ପହଞ୍ଚତ୍ ଦେଖିଲା ତା’ ପତ୍ନୀ ଓ ଝିଅ ତାଆର ଆଲମିରା, ବାକ୍ସ ଓ ଲକର ଆଦି ଖୋଲି କ’ଣ ସବୁ ଖୋଜାଖୋଜି କରୁଛନ୍ତି ଏବଂ ଆଶାନୁଯାୟୀ କିଛି ନ ମିଳିବାରୁ ବାରମ୍ବାର ବିରକ୍ତ ହେଉଛନ୍ତି। ଧୀରେ ଧୀରେ କିଛି ବନ୍ଧୁବାନ୍ଧବ ପହଞ୍ଚତ୍ଲେ। ସିଏ କେମିତି ମଲା… ଶୋଇଥିଲା ଆଉ ଉଠିଲାନି। ସେଇ ସମାନ କଥା ଘରଣୀ ବାରମ୍ବାର ରେକର୍ଡ ବଜେଇବା ପରି କହିଚାଲିଲେ।
କିଏ କହିଲା- ପୁଣ୍ୟବନ୍ତ ଲୋକ। ବିନା ରୋଗ ବୈରାଗରେ, ବିନା କକର୍ଥନାରେ ଚାଲିଗଲା। ଆଉ ଜଣେ କହିଲା – ଏୟାକୁ କହନ୍ତି ଇଚ୍ଛା ମରଣ! ଦି’ ଜଣ ଘରବାହାରକୁ ଯାଇ କଥା ହେଲେ- କଥାଟା କାହିଁକି ସନ୍ଦେହଜନକ ଲାଗୁଛି! ମାରି ଦେଲେ କି ଆଉ? ଦ୍ୱିତୀୟ ଜଣକ କହିଲା- ଆତ୍ମହତ୍ୟା ବି ହୋଇଥାଇ ପାରେ! ଏ ସମୟରେ ପୁଅ ପହଞ୍ଚତ୍ଲା। ବର୍ଷ ଶେଷରେ ବହୁତ କାମ, ଏତିକି ବେଳେ ହିଁ ୟାଙ୍କୁ ମରିବାକୁ ଥିଲା କି ବୋଲି ବିରକ୍ତ ହେଲା।
ଏବେ ତାକୁ ଜୁଇରେ ଶୁଆଇ ଦିଆଗଲା। ପୁଅ ଚାରିପଟେ ବୁଲିଆସି ତା’ ପାଟିରେ ନିଆଁ ଦେଲା ବେଳୁ ନିଆଁ ଚେଙ୍କ ଡରରେ ହାଉଳି ଖାଇବା ସହିତ ତା’ ନିଦଟା ଚାଉଁକି ଭାଙ୍ଗିଗଲା। ତା’ ବାଉଳି ଶୁଣି ଘରଣୀ କହିଲେ – କାହିଁକି ବଜରବଜର ହେଉଛ ଭଲା! ମୋର ଏତେ କାମ ଯେ… ମରିବାକୁ ବେଳନାହିଁ!!
ଅଲରା, ନରସିଂହପୁର, କଟକ
ମୋ: ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri