ଘରୁ ବାହାରି ପାରୁନାହାନ୍ତି ୯ ପରିବାର

ବାହାନଗା, ୪।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ରୂପଖଣ୍ଡ ଗ୍ରାମରେ ଥିବା ଗୋଚର ଜମି ଉପରେ ଏକ ରାସ୍ତାକୁ ଏକ ପରିବାର ପକ୍ଷରୁ ଅବରୋଧ କରି ରାସ୍ତା ମଝିରେ ବାଡ ଘେରି ଦେଇଛନ୍ତି। ଫଳରେ ୯ଟି ପରିବାର ଘରୁ ବାହାରି ପାରୁନାହାନ୍ତି।
ଗ୍ରାମର ଉତ୍ତର ସାହିର ଅସ୍ତିଆପୋଖରୀଠାରୁ ଲୋଚନ ମହାଳିକଙ୍କ ଘର ପର୍ଯ୍ୟନ୍ତ ଲାଗିଥିବା ଗୋଚର ଜମିରେ ଥିବା ରାସ୍ତାର ଦୁଇପାର୍ଶ୍ୱରେ ଥିବା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘରୋଇ ଜମି ୧୧୯୮ ନଂ. ପ୍ଲଟ ଓ ଅନ୍ୟ ପଟେ ଥିବା ୧୧୯୬ନଂ. ପ୍ଲଟ ମଝିରେ ଯାଇଥିବା ୧୦ ଡିସିମିଲି ଗୋଚର ଜମିରେ ଥିବା ରାସ୍ତାକୁ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ଜବରଦସ୍ତ ରାସ୍ତାରେ ବାଡ ବସାଇ ଅବରୋଧ କରି ନିଜ ବାଡି ସହିତ ମିଶାଇ ଦେଇଛନ୍ତି। ଫଳରେ ଉତ୍ତରସାହି କଡରେ ଥିବା ୯ ପରିବାର ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଏନେଇ ୨୦୧୯ରେ ଯାତାୟାତ ପାଇଁ ସେହି ସ୍ଥାନରେ ଗଣ୍ଡଗୋଳ ହେବା ସହିତ ରାସ୍ତାକୁ ସେତେବେଳେ ସେହି ପରିବାର ଅବରୋଧ କରିଦେଇଥିଲେ। ମାତ୍ର ସାହି ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କଠାରେ ଅଭିଯୋଗ କରିବା ପରେ ସୋର ପୋଲିସ୍‌ , ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜମି ମପାଯାଇ ଅବରୋଧ ହଟାଯାଇଥିଲା। ୧୦ଡିସିମିଲି ଜମି ଉପରେ ପ୍ରଶାସନ ଲାଲ୍‌ ପତାକା ପୋତି ଚିହ୍ନଟ କରି ଗୋଚର ଜମିର ପ୍ଲଟ ନମ୍ବର ୬୯୮ କୁ ଅବରୋଧମୁକ୍ତ କରିଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକେ ନିଜର ଜମି ବାବଦରେ ସିଭିଲ୍‌ କେସ୍‌ ଜିଲା ମାଜିଷ୍ଟ୍ରେଟ୍‌ଙ୍କଠାରେ ଏକ ପିଏଲ୍‌ଆଇ କରିଥିଲେ। ପରେ ବୃନ୍ଦାବନ ବେହେରା ଗୋଚର ଜମିରେ ଥିବା ରାସ୍ତାକୁ ଅବରୋଧ ହଟାଇବା ନିମନ୍ତେ ଡବ୍ଲ୍ୟୁପି(ସି) ନମ୍ବର ୫୫୨/୨୦ ରେ ଏକ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ତା ୩୧ା୧୨ ା୨୦୨୨ ରିଖରେ ସରକାରୀ ଅମିନ ସମେତ ପ୍ରଶାସନ ଯାଇ ଗୋଚର ଜମିର ଥିବା ରାସ୍ତାକୁ ବିବାଦୀୟ ସ୍ଥାନରେ ମପାମପି କରି ୧୦କଡି ରାସ୍ତା ବାହାରିବାରୁ ପ୍ରଶାସନ ଗଲା ପରେ ସେଠାରେ କୌଣସି ଜମି ବାହାରି ନ ଥିବା ଦାବି କରି ପୁନର୍ବାର ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଜବରଦସ୍ତ ରାସ୍ତା ମଝିରେ ବାଡଘେରି ଅବରୋଧ କରି ରଖିଛନ୍ତି। ଏ ବାବଦରେ ତହସିଲଦାର ରାଜେନ୍ଦ୍ର ନାରାୟଣ କର କହିଛନ୍ତି, ଅମିନ ଆରଆଇଙ୍କୁ ପଠାଇ ମପାମପି କରିବା ପରେ ବିବାଦୀୟ ସ୍ଥାନରେ ଗୋଚର ଜମି ରାସ୍ତା ୧୦କଡି ବାହାରିଛି ା ତେବେ ଅବରୋଧ ବିଷୟରେ ଉପଜିଲାପାଳଙ୍କଠାରୁ ଯାହା ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?