ଘରୁ ବାହାରି ପାରୁନାହାନ୍ତି ୯ ପରିବାର

ବାହାନଗା, ୪।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ରୂପଖଣ୍ଡ ଗ୍ରାମରେ ଥିବା ଗୋଚର ଜମି ଉପରେ ଏକ ରାସ୍ତାକୁ ଏକ ପରିବାର ପକ୍ଷରୁ ଅବରୋଧ କରି ରାସ୍ତା ମଝିରେ ବାଡ ଘେରି ଦେଇଛନ୍ତି। ଫଳରେ ୯ଟି ପରିବାର ଘରୁ ବାହାରି ପାରୁନାହାନ୍ତି।
ଗ୍ରାମର ଉତ୍ତର ସାହିର ଅସ୍ତିଆପୋଖରୀଠାରୁ ଲୋଚନ ମହାଳିକଙ୍କ ଘର ପର୍ଯ୍ୟନ୍ତ ଲାଗିଥିବା ଗୋଚର ଜମିରେ ଥିବା ରାସ୍ତାର ଦୁଇପାର୍ଶ୍ୱରେ ଥିବା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘରୋଇ ଜମି ୧୧୯୮ ନଂ. ପ୍ଲଟ ଓ ଅନ୍ୟ ପଟେ ଥିବା ୧୧୯୬ନଂ. ପ୍ଲଟ ମଝିରେ ଯାଇଥିବା ୧୦ ଡିସିମିଲି ଗୋଚର ଜମିରେ ଥିବା ରାସ୍ତାକୁ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ଜବରଦସ୍ତ ରାସ୍ତାରେ ବାଡ ବସାଇ ଅବରୋଧ କରି ନିଜ ବାଡି ସହିତ ମିଶାଇ ଦେଇଛନ୍ତି। ଫଳରେ ଉତ୍ତରସାହି କଡରେ ଥିବା ୯ ପରିବାର ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଏନେଇ ୨୦୧୯ରେ ଯାତାୟାତ ପାଇଁ ସେହି ସ୍ଥାନରେ ଗଣ୍ଡଗୋଳ ହେବା ସହିତ ରାସ୍ତାକୁ ସେତେବେଳେ ସେହି ପରିବାର ଅବରୋଧ କରିଦେଇଥିଲେ। ମାତ୍ର ସାହି ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କଠାରେ ଅଭିଯୋଗ କରିବା ପରେ ସୋର ପୋଲିସ୍‌ , ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜମି ମପାଯାଇ ଅବରୋଧ ହଟାଯାଇଥିଲା। ୧୦ଡିସିମିଲି ଜମି ଉପରେ ପ୍ରଶାସନ ଲାଲ୍‌ ପତାକା ପୋତି ଚିହ୍ନଟ କରି ଗୋଚର ଜମିର ପ୍ଲଟ ନମ୍ବର ୬୯୮ କୁ ଅବରୋଧମୁକ୍ତ କରିଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକେ ନିଜର ଜମି ବାବଦରେ ସିଭିଲ୍‌ କେସ୍‌ ଜିଲା ମାଜିଷ୍ଟ୍ରେଟ୍‌ଙ୍କଠାରେ ଏକ ପିଏଲ୍‌ଆଇ କରିଥିଲେ। ପରେ ବୃନ୍ଦାବନ ବେହେରା ଗୋଚର ଜମିରେ ଥିବା ରାସ୍ତାକୁ ଅବରୋଧ ହଟାଇବା ନିମନ୍ତେ ଡବ୍ଲ୍ୟୁପି(ସି) ନମ୍ବର ୫୫୨/୨୦ ରେ ଏକ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ତା ୩୧ା୧୨ ା୨୦୨୨ ରିଖରେ ସରକାରୀ ଅମିନ ସମେତ ପ୍ରଶାସନ ଯାଇ ଗୋଚର ଜମିର ଥିବା ରାସ୍ତାକୁ ବିବାଦୀୟ ସ୍ଥାନରେ ମପାମପି କରି ୧୦କଡି ରାସ୍ତା ବାହାରିବାରୁ ପ୍ରଶାସନ ଗଲା ପରେ ସେଠାରେ କୌଣସି ଜମି ବାହାରି ନ ଥିବା ଦାବି କରି ପୁନର୍ବାର ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଜବରଦସ୍ତ ରାସ୍ତା ମଝିରେ ବାଡଘେରି ଅବରୋଧ କରି ରଖିଛନ୍ତି। ଏ ବାବଦରେ ତହସିଲଦାର ରାଜେନ୍ଦ୍ର ନାରାୟଣ କର କହିଛନ୍ତି, ଅମିନ ଆରଆଇଙ୍କୁ ପଠାଇ ମପାମପି କରିବା ପରେ ବିବାଦୀୟ ସ୍ଥାନରେ ଗୋଚର ଜମି ରାସ୍ତା ୧୦କଡି ବାହାରିଛି ା ତେବେ ଅବରୋଧ ବିଷୟରେ ଉପଜିଲାପାଳଙ୍କଠାରୁ ଯାହା ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri