ମ୍ୟାଲେରିଆ ଚିହ୍ନିବାକୁ ନୂଆ ଉପାୟ

କାନବେରା, ୧୨।୧୨ : ବିଶ୍ୱବ୍ୟାପୀ ପ୍ରତିବର୍ଷ ମ୍ୟାଲେରିଆରେ ଅନେକ ହଜାର ଲୋକ ପ୍ରାଣ ହରାଉଛନ୍ତି। ବହୁ ସମୟରେ ଉପଯୁକ୍ତ ନିଦାନ ଅଭାବ ଯୋଗୁ ସଂକ୍ରମିତ ବ୍ୟକ୍ତି ପ୍ରକୃତ ଚିକିତ୍ସାରୁ ବଞ୍ଚତ୍ତ ହୋଇଥାନ୍ତି। ଏହି ଅସୁବିଧା ଦୂର କରିବା ପାଇଁ ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ମ୍ୟାଲେରିଆ ଚିହ୍ନଟର ଏକ ନୂଆ ଉପାୟ ବାହାର କରିଛନ୍ତି। ପିଏନ୍‌ଏଏସ୍‌ ନେକ୍ସସ୍‌ରେ ପ୍ରକାଶିତ ଗବେଷଣା ମୂଳକ ନିବନ୍ଧ ଅନୁଯାୟୀ ୟୁକ୍ୟୁଜ୍‌ ସ୍କୁଲ ଅଫ୍‌ ବାୟୋଲୋଜିକାଲ ସାଇନ୍ସର ଗବେଷକଙ୍କ ଦ୍ୱାରା ଉଦ୍ଭାବିତ ମ୍ୟାଲେରିଆ ଡାଇଗ୍ନୋଷ୍ଟିକ୍‌ ଟେକ୍ନୋଲୋଜିରେ ଜଣଙ୍କୁ ଭୂତାଣୁ ସଂକ୍ରମିତ କରିଚି କି ନାହିଁ ତାହା ଛୁଞ୍ଚି ବ୍ୟବହାର ନ କରି ଜାଣିହେବ।

ମ୍ୟାଲେରିଆ ଟେଷ୍ଟ ପାଇଁ ରକ୍ତର ନମୁନା ନେବାକୁ ପଡ଼ିଥାଏ। କିନ୍ତୁ ଏହି ବୈଜ୍ଞାନିକମାନେ ବ୍ୟବହାର କରୁଥିବା ଉପକରଣରୁ ଏକ ଇନ୍‌ଫ୍ରାରେଡ୍‌ ଲାଇଟ୍‌ ବାହାରୁଚି, ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କ କାନ ବା ଅଙ୍ଗୁଳିରେ ପଡ଼ିବାରୁ ୫ରୁ ୧୦ ସେକେଣ୍ଡ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଲକ୍ଷଣ ଧରି ନେଉଛି। ସେହି ତଥ୍ୟକୁ କମ୍ପ୍ୟୁଟର ଆଲୋରିଥିମ୍‌ରେ ବ୍ୟବହାର କରି ମ୍ୟାଲେରିଆରେ ସଂକ୍ରମିତ କି ନୁହନ୍ତି ସ୍ପଷ୍ଟ ହେଉଛି। ଏହି ଟେକ୍ନୋଲୋଜି ସାରା ବିଶ୍ୱରେ ମ୍ୟାଲେରିଆ ନିରୋଧୀ ଅଭିଯାନକୁ ବଳ ଯୋଗାଇବ ବୋଲି ଅନ୍ତର୍ଜାତୀୟ ଟିମ୍‌ର ନେତୃତ୍ୱ ନେଉଥିବା ଡା. ମେଗି ଲର୍ଡ କହିଛନ୍ତି।

ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ୨୦୨୦ରେ ୨୪୧ ନିୟୁତ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ଏହି ଭୂତାଣୁ। ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଉପସାହାରୀୟ ଆଫ୍ରିକାର, ଯେଉଁଠି ୯୦% ମୃତ୍ୟୁ ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଲକ୍ଷଣବିହୀନ ଲୋକେ ନିର୍ଦ୍ୱନ୍ଦ୍ୱରେ ଅନ୍ୟମାନଙ୍କ ସହ ମିଳାମିଶା କରୁଥିବାରୁ ଏହି ରୋଗର ନିରାକରଣ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ନୂଆ ଟେକ୍ନୋଲଜି ଜରିଆରେ ସହଜ ଓ ସୁବିଧାରେ ସଂକ୍ରମିତମାନେ ବାରି ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ କିଣାବିକା ରୋକିବ କାନାଡା

ଅଟାଓ୍ବା, ୧ା୬: ଆମେରିକାର ଟେକ୍ସାସ ସ୍କୁଲ ଗୁଳିକାଣ୍ଡରେ ୧୯ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କାନାଡାରେ ବନ୍ଧୁକ କିଣାବିକା ନିୟନ୍ତ୍ରଣ ପାଇଁ ପାର୍ଲାମେଣ୍ଟରେ ପ୍ରସ୍ତାବ ଆଗତ...

୧୪ ଫୁଟ୍‌ ଉଚ୍ଚରୁ ଦୁଇ ଶିଶୁଙ୍କୁ ଫିଙ୍ଗି ଦେଲେ

ଓ୍ବାଶିଂଟନ,୧।୪: ଆମେରିକା-ମେକ୍ସିକୋ ସୀମାରେ ୧୪ ଫୁଟ୍‌ ବିଶିଷ୍ଟ କାନ୍ଥ ଉପରୁ ଦୁଇ ଇକ୍ୱାଡର ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଇଛନ୍ତି ଦୁର୍ବୃତ୍ତ। ସେମାନଙ୍କୁ ଆମେରିକାର କଷ୍ଟମ ଓ ସୀମା...

ଚର୍ଚ୍ଚାରେ ଆଫ୍ରିକାର ‘ରବର ମ୍ୟାନ୍‌’

ଲିବ୍ରେଭିଲେ, ୧୫।୧: ଦେଶ ବିଦେଶରେ ଥିବା ଅନେକ ଲୁକ୍କାୟିତ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଲୋକଲୋଚନକୁ ଆସୁୁଛି। ଏହାଦ୍ୱାରା ପ୍ରତିଭାଶାଳୀ ଲୋକେ ଜନପ୍ରିୟତା ହାସଲ କରିବା...

ଗ୍ରହାଣୁରୁ ମୃତ୍ତିକା ଆଣୁଛି ଜାପାନ

ଟୋକିଓ, ୬।୧୨: ଜାପାନର ହାୟାବୁସା୨ ମହାକାଶ ଯାନ ଏକ କ୍ୟାପସୁଲ୍‌କୁ ସଫଳତାର ସହ ଅଲଗା କରି ପୃଥିବୀ ଅଭିମୁଖେ ପଠାଇଛି। ଏଥିରେ ଏକ ଦୂରନ୍ତ ଗ୍ରହାଣୁ...

ପେଟ୍ରୋଲ-ଡିଜେଲ ଦାମ ଦୁଇଗୁଣା ହେବା ଆଶଙ୍କା ଘନେଇଲା…

ନୂଆଦିଲ୍ଲୀ/ଓ୍ବାଶିଂଟନ/ମସ୍କୋ,୮।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାରରେକର୍ଡ ସ୍ତରରେ ପହଞ୍ଚିଛି। ୨୦୦୮ ଗତ ୧୪ ବର୍ଷ...

ରିପବ୍ଲିକାନ୍‌ ନେତା ଦୌଡ଼ରେ ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌

ଓ୍ବାଶିଂଟନ,୭ା୧୨: ନିଜକୁ ପଞ୍ଜାବୀ ବୋଲି ଦାବି କରୁଥିବା ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌ ଧିଲେଁା ଆମେରିକା ରିପବ୍ଲିକାନ୍‌ ପାର୍ଟିର ଶୀର୍ଷ ସାଂଗଠନିକ ନେତୃତ୍ୱ ଦୌଡ଼ରେ ସାମିଲ ହୋଇଛନ୍ତି।...

ପୃଥିବୀ ଉପରେ ବିପଦ: ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ଧକ୍କା ଦେବା ଆଶଙ୍କା

ଓ୍ବାଶିଂଟନ,୨୮।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ଥିବା ନାସା...

ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ଲଣ୍ଡନ, ୨୪।୧: ବ୍ରିଟେନ୍‌ରେ କରୋନା ମହାମାରୀ ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ସରକାରୀ ପ୍ରତିବନ୍ଧକ ସତ୍ତ୍ୱେ କରୋନା ସଂକ୍ରମଣକୁ ରୋକିବା ସମ୍ଭବ...

Advertisement
Archives

Model This Week