Posted inଜାତୀୟ

ନେତାଙ୍କ ସୁରକ୍ଷାରେ ନିର୍ଭୟା ପାଣ୍ଠିର ଗାଡ଼ି

ମୁମ୍ବାଇ,୧୨।୧୨: ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ନିର୍ଭୟା ପାଣ୍ଠି ଗଠନ କରାଯାଇଥିଲା। ଏହି ପାଣ୍ଠି ଅର୍ଥରେ ମୁମ୍ବାଇ ପୋଲିସ ଚଳିତ ବର୍ଷ କେତେକ ଗାଡ଼ି କିଣିଥିଲା। ଉକ୍ତ ଗାଡ଼ି ମହିଳାଙ୍କ ସୁରକ୍ଷାରେ ନ ଲାଗି ଏବେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପରିଚାଳିତ ଶିବସେନା ଗୋଷ୍ଠୀର ବିଧାୟକ ଏବଂ ଏମ୍‌ପିମାନଙ୍କ ସୁରକ୍ଷାରେ ବ୍ୟବହୃତ ହେଉଥିବା ଜଣାପଡ଼ିଛି।

ନେତାମାନଙ୍କୁ ଓ୍ବାଇ-ପ୍ଲସ୍‌ ସୁରକ୍ଷା ଯୋଗାଇଦେବାରେ ଉକ୍ତ ଗାଡ଼ିଗୁଡ଼ିକୁ ବ୍ୟବହାର କରାଯାଉଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହାକୁ ନେଇ ବିରୋଧୀ ଦଳ କଂଗ୍ରେସ ଏବଂ ଏନ୍‌ସିପି ଶିନ୍ଦେ ସରକାରଙ୍କୁ ସମାଲୋଚନା କରିଛନ୍ତି। ମହିଳାଙ୍କ ସୁରକ୍ଷା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାର ୨୦୧୩ରୁ ରାଜ୍ୟଗୁଡ଼ିକୁ ନିର୍ଭୟା ପାଣ୍ଠି ଯୋଗାଇ ଆସୁଛନ୍ତି। ମହିଳାଙ୍କ ଅପେକ୍ଷା ଶାସକ ବିଧାୟକଙ୍କୁ ସୁରକ୍ଷା ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁନ୍‌ରେ ମୁମ୍ବାଇ ପୋଲିସ ନିର୍ଭୟା ପାଣ୍ଠିରେ ୨୨୦ଟି ବୋଲେରୋ, ୩୫ ଏର୍ଟିଗା, ୩୧୩ ପଲ୍‌ସର ମୋଟରସାଇକେଲ ଏବଂ ୨୦୦ ଆକ୍ସିଭା କିଣିଥିଲା। ଏହି ଗାଡ଼ିଗୁଡ଼ିକୁ ଜୁଲାଇ ମାସରେ ମୁମ୍ବାଇର ୯୭ଟି ଥାନା, ସାଇବର, ଟ୍ରାଫିକ୍‌ ଏବଂ ଊପକୂଳ ପୋଲିସ ୟୁନିଟ୍‌କୁ ଯୋଗାଇ ଦିଆଯାଇଥିଲା। ପରେ ସେଥିରୁ ୪୭ଟି ବୋଲେରୋକୁ ଶିନ୍ଦେ ଗୋଷ୍ଠୀ ବିଧାୟକ ଓ ଏମ୍‌ପିଙ୍କ ଏସ୍‌କର୍ଟ ଯାନ ଭାବେ ବ୍ୟବହାର କରିବାକୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମି ବଦଳରେ ଚାକିରି ଦେବା ମାମଲା: କୋର୍ଟରେ ହାଜର ହେଲେ ଲାଲୁଙ୍କ ପରିବାର

ନୂଆଦିଲ୍ଲୀ,୧୫।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଛନ୍ଦି ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାର ଲୋକ। ତେବେ ଏହି ମାମଲାରେ ବୁଧବାର ଲାଲୁଙ୍କ...

ପାଓ୍ବାର ଖେଳିବା ଆରମ୍ଭ କଲେ ସଂଖ୍ୟାଲଘୁ କାର୍ଡ, କହିଲେ ବଲିଉଡ୍‌ରେ ମୁସଲମାନଙ୍କ ଯୋଗଦାନ ଅଧିକ…

ମୁମ୍ବାଇ,୮।୧୦ : ମହାରାଷ୍ଟ୍ରରେ ଅସଲି ଶିବସେନା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥଳେ...

କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଅଭିଯୋଗ

ମୁମ୍ବାଇ,୨୮।୧: କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବିବାଦରେ ଫସିଯାଇଛନ୍ତି। ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ୩୩ ବର୍ଷୀୟ ମହିଳା ସହଯୋଗୀ କୋରିଓଗ୍ରାଫର ତାଙ୍କ ବିରୋଧରେ ମହାରାଷ୍ଟ୍ର...

କର୍ନାଟକ ନିର୍ବାଚନ: ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ବୋମ୍ମାଇଙ୍କ ବିପକ୍ଷରେ ଲଢିବେ ୟାସିର ଅହମ୍ମଦ

ବେଙ୍ଗାଲୁରୁ,୧୯।୪: ମେ’ ୧୦ ତାରିଖରେ କର୍ନାଟକ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜ୍ୟରେ ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ବୁଧବାର କଂଗ୍ରେସ ପଞ୍ଚମ ପ୍ରାର୍ଥୀ ତାଲିକା...

୬୫ ବର୍ଷରେ ଦ୍ୱିତୀୟ ବିବାହ କରିବେ ଦେଶର ପ୍ରଖ୍ୟାତ ଓକିଲ

ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ ଆସନ୍ତା ସପ୍ତାହରେ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାଲଭେଙ୍କୁ ଏବେ...

ନ୍ୟାଶନାଲ ଚାମ୍ପିୟନଙ୍କ ସହିତ ଟେବୁଲ ଟେନିସ ଖେଳିଲେ ଆଇନମନ୍ତ୍ରୀ: ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ବିବୃତ୍ତି ଏବଂ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ସୋସିଆଲ...

କଶ୍ମୀରରେ ଶିଶୁ ଅଟକ ଅଭିଯୋଗ: ହାଇକୋର୍ଟଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଅଗଷ୍ଟ ୫ରୁ ସେଠାରେ ବେଆଇନ ଭାବେ ପିଲାମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି।...

ଆମେରିକା ସେନା ଛାଡି ଯାଇଥିବା ଅସ୍ତ୍ରଶସ୍ତ୍ରକୁ ବିକ୍ରି କରୁଛି ତାଲିବାନ

ଶ୍ରୀନଗର,୨୪ ।୧: ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପରେ ସେଠାରେ ଥିବା ଆମେରିକା ସେନାଙ୍କର ହୋଇଥିଲା ଘର ବାହୁଡା । ହେଲେ ଆମେରିକା ସେନା...

Advertisement
Archives

Model This Week