କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା ଏବଂ ଏମ୍‌ପି ପ୍ରତିନିଧି ଶୁକ୍ରା ଖରା ପ୍ରମୁଖଙ୍କ ନେତୃତ୍ୱରେ ବସ୍‌ଷ୍ଟାଣ୍ଡ ନିକଟରେ ୨୬ ନଂ ଜାତୀୟ ରାଜପଥ ଉପରେ ବ୍ୟାନର ବାନ୍ଧି ରାସ୍ତା ଅବରୋଧ କରାଯାଇଛି। ସେପଟେ ବ୍ଲକର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସୁଙ୍କି ପଞ୍ଚାୟତ ସଦରମହକୁମାରେ ବିଧାୟକ ପ୍ରତିନିଧି ଗୁପ୍ତଶଙ୍କର ପଟ୍ଟନାୟକ ଙ୍କନେତୃତ୍ୱରେ ଦଳର କର୍ମୀ ରାଜପଥକୁ ଅବରୋଧ କରି ଗଣତନ୍ତ୍ର ବଞ୍ଚାଅ ଭୋଟ ବଞ୍ଚାଅ , ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ସ୍ଲୋଗାନ ଦେଇ MMDR ଆଇନ ରଦ୍ଦ, ଜ୍ଞାନେଶ କୁମାରଙ୍କ ଇସ୍ତଫା, ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ଏବଂ ମରୁଡିରେ କ୍ଷତି ହେବା ପରିବାର, ଚାଷୀଙ୍କୁ ତୁରନ୍ତ ସହାୟତା ଦେବା ଆଦି ଦାବି ଉଠାଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।

କଂଗ୍ରେସର ଏହି ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବ୍ଲକଟି ଆନ୍ଧ୍ର ସୀମାନ୍ତ ହୋଇଥିବାରୁ ଉଭୟ ଆନ୍ଧ୍ର ଏବଂ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ିମୋଟର ଅଟକି ରହିଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଜରୁରୀକାଳୀନ ସେବା ଆମ୍ବୁଲାନ୍ସକୁ ଛଡ଼ା ଯାଉଥିବାବେଳେ ଔଷଧ ଦୋକାନ ସହ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବାରୁ ଦଳର କର୍ମୀ ପିକେଟିଂ କରି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି। ଔଷଧ ଦୋକାନକୁ ଖୋଲା ରଖିବା ପାଇଁ ସହଯୋଗ କରିଛନ୍ତ। ଏହି ସମୟରେ ଗାଙ୍ଗରାଜପୁର ସମିତିସଭ୍ୟା ବିମଳା ପାଙ୍ଗି , ଦେଓପଟ୍ଟାଙ୍ଗି ପୂର୍ବତନ ସମିତି ସଭ୍ୟ ଜଗତରାଏ, ଜଗନ୍ନାଥ ଗେମେଲଙ୍କ ସହ ଦଳର ସମସ୍ତ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ ଏହି ଶେଷ ମେସେଜ କରିଥିଲେ ନାନା ପାଟେକର, ନିଜର ଯନ୍ତ୍ରଣା ପ୍ରକାଶ କରି…

ମୁମ୍ବାଇ: ଭାରତୀୟ ସିନେ ଜଗତର ଭେଟେରାନ ଅଭିନେତା ନିଜର ଦମଦାର ଅଭିନୟ, ଅନନ୍ୟ ଡାଏଲଗ୍‌ କହିବା ଶୈଳୀରେ ବେଶ୍‌ ପରିଚିତ ଥିବା ନାନା ପାଟେକରଙ୍କ ବୁଧବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?