ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25 Ultra ପରେ ଏବେ iPhone 16 ଉପରେ ମଧ୍ୟ ବଡ଼ ଅଫର ଘୋଷଣା କରିଛି Amazon। ଲଞ୍ଚ୍ ପ୍ରାଇସ୍ ତୁଳନାରେ ଏହି ସେଲ୍ରେ Appleର ଏହି ଫୋନ୍ ଅନେକ କମ୍ ଦାମରେ ମିଳିପାରେ।
iPhone 17ର ଦାମ ବଢ଼ିବା ପରେ ନୂଆ Apple ଫୋନ୍ କିଣିବା ବଜେଟ୍ ବାହାରେ ହେଉଥିଲେ, iPhone 16 ଏକ ଭଲ ବିକଳ୍ପ ହୋଇପାରେ। ଏଥିରେ Apple A18 ଚିପସେଟ୍, 48MP କ୍ୟାମେରା ଏବଂ Super Retina XDR OLED ଡିସପ୍ଲେ ଭଳି ଫିଚର୍ ମିଳୁଛି।ଆମାଜନ ସେଲରେ iPhone 16ର 128GB ଭାରିଆଣ୍ଟର MRP ୮୯,୯୯୦ ଟଙ୍କା ରହିଛି । ତେବେ ବିଭିନ୍ନ ଅଫରକୁ ମିଶାଇ ଏହାର ଇଫେକ୍ଟିଭ୍ ପ୍ରାଇସ୍ ୭୧,୯୯୯ ଟଙ୍କା ପର୍ଯ୍ୟନ୍ତ ଆସିପାରେ । ଅର୍ଥାତ୍ ଗ୍ରାହକଙ୍କୁ ପ୍ରାୟ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ ମିଳିପାରେ।
ତେବେ ୭୧,୯୯୯ ଟଙ୍କା iPhone 16ର ସିଧାସଳଖ ଲିଷ୍ଟେଡ୍ ପ୍ରାଇସ୍ ନୁହେଁ। ଏଥିରେ ବ୍ୟାଙ୍କ ଅଫର୍ ଏବଂ ଅନ୍ୟାନ୍ୟ ଲାଗୁ ଅଫର୍କୁ ମିଶାଯାଇଛି। ତେଣୁ ପ୍ରଥମେ ଫୋନ୍ର ଦାମ ଅଧିକ ଦେଖାଯାଇପାରେ ଏବଂ ଯୋଗ୍ୟ କୁପନ୍ କିମ୍ବା ବ୍ୟାଙ୍କ ଅଫର୍ ଲାଗୁ କରିବା ପରେ ଇଫେକ୍ଟିଭ୍ ପ୍ରାଇସ୍ ୭୧,୯୯୯ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ସେଲ୍ ସମୟରେ SBI ବ୍ୟାଙ୍କ କ୍ରେଡିଟ୍ କାର୍ଡ ଜରିଆରେ କିଣାକିଣି କଲେ ଅତିରିକ୍ତ ଡିସକାଉଣ୍ଟ ମିଳିପାରେ। ସେହିପରି Amazon Pay ICICI Bank Credit Card ବ୍ୟବହାର କଲେ ଫ୍ଲାଟ୍ ୫ ପ୍ରତିଶତ କ୍ୟାଶବ୍ୟାକ୍ ମିଳିବ।
ଏହା ସହିତ No Cost EMI ଏବଂ Exchange Bonus ଭଳି ଅତିରିକ୍ତ ସୁବିଧା ମଧ୍ୟ ମିଳିପାରେ। ତେବେ ଅଫର୍ର ଯୋଗ୍ୟତା ଏବଂ ପ୍ରକୃତ ସଞ୍ଚୟ ଗ୍ରାହକଙ୍କ କାର୍ଡ, ଏକ୍ସଚେଞ୍ଜ କରାଯାଉଥିବା ଡିଭାଇସ୍ ଏବଂ ଲାଗୁ ନିୟମ ଉପରେ ନିର୍ଭର କରିବ। iPhone 16ରେ ୬.୧ ଇଞ୍ଚର Super Retina XDR OLED ଡିସପ୍ଲେ ଦିଆଯାଇଛି। ଏହାର ରିଜୋଲ୍ୟୁସନ୍ ୧୧୭୯×୨୫୫୬ ପିକ୍ସେଲ୍ ରହିଛି ଏବଂ ପିକ୍ ବ୍ରାଇଟନେସ୍ ୨,୦୦୦ ନିଟ୍ସ ପର୍ଯ୍ୟନ୍ତ ଯାଏ। ପରଫର୍ମାନ୍ସ ପାଇଁ ଏଥିରେ Apple A18 ଚିପସେଟ୍ ଦିଆଯାଇଛି ଏବଂ ଫୋନ୍ଟି iOS 26ରେ ଚାଲିଥାଏ।
ଫୋନ୍କୁ ଧୂଳି ଓ ପାଣିରୁ ସୁରକ୍ଷା ପାଇଁ IP68 ରେଟିଂ ମିଳିଛି। କନେକ୍ଟିଭିଟି ପାଇଁ 5G, 4G LTE, Wi-Fi 6E, Bluetooth, GPS ଏବଂ NFC ଭଳି ବିକଳ୍ପ ରହିଛି। ଏଥିରେ USB Type-C ପୋର୍ଟ ମଧ୍ୟ ଦିଆଯାଇଛି। ଫଟୋଗ୍ରାଫି ପାଇଁ iPhone 16ର ପଛ ପଟେ ୪୮MP ୱାଇଡ୍ କ୍ୟାମେରା ରହିଛି। ଏହାର ଅପର୍ଚର୍ f/1.6। ଏହା ସହିତ ୧୨MP 2x ଟେଲିଫୋଟୋ ଏବଂ ୧୨MP ଅଲ୍ଟ୍ରାୱାଇଡ୍ କ୍ୟାମେରା ମିଳୁଛି। ସେଲ୍ଫି ଓ ଭିଡିଓ କଲ୍ ପାଇଁ ୧୨MP ଫ୍ରଣ୍ଟ୍ କ୍ୟାମେରା ଦିଆଯାଇଛି।
ଫୋନ୍ର ଓଜନ ପ୍ରାୟ ୧୭୦ ଗ୍ରାମ। ଏହାର ଲମ୍ବ ୧୪୭.୬ ମିମି, ଚଉଡ଼ା ୭୧.୬ ମିମି ଏବଂ ମୋଟେଇ ୭.୮ ମିମି ରହିଛି। ତେଣୁ କମ୍ ଦାମରେ Appleର ଏକ ଭଲ ଫୋନ୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ Amazon Great Indian Festival Saleରେ iPhone 16ର ଏହି ଅଫର୍ ଆକର୍ଷଣୀୟ ହୋଇପାରେ।

