ଆମିଷ ହାଟକୁ ଭୁଲିଗଲା ବିଏମ୍‌ସି

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାକୁ ଦୃଢ କରିବା ପାଇଁ ବିଏମ୍‌ସି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଥିରେ ସଫଳ ହୋଇପାରୁନାହିଁ। ବ୍ୟବସାୟିକ ଅଞ୍ଚଳରୁ ଅଳିଆ ଉଠାଇବା ପାଇଁ ୫୭ଟି ନୂତନ ସଫେଇ ଗାଡ଼ି ନିୟୋଜିତ କରିଥିବାବେଳେ ଆମିଷ ବଜାରକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି। ଏଠାରୁ ବାହାରୁଥିବା ମାଛ, ମାଂସର ବର୍ଜ୍ୟକୁ କିପରି ସ୍ଥାନାନ୍ତର କରି ବ୍ୟବସ୍ଥିତ କରାଯିବ ସେ ସମ୍ପର୍କରେ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ସହରର ପ୍ରମୁଖ ଆମିଷ ମାର୍କେଟ ଭାବେ ପରିଚିତ ୟୁନିଟ-୪ ହାଟରେ ପରିମଳ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି। ଆମିଷ ରକ୍ତ ପାଣି ସହ ମାଛକାତି, ପୁଟା ଠାରୁ ଆରମ୍ଭ କରି ଚିକେନ୍‌, ମଟନ୍‌ରୁ ବାହାରୁଥିବା ବର୍ଜ୍ୟରେ ମାର୍କେଟ ସମ୍ମୁଖ ଭାଗ ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ମାର୍କେଟରେ ମାଛର ୪୦ଟି ହୋଲ୍‌ସେଲ୍‌ ଦୋକାନ ଥିବାବେଳେ ୧ଶହରୁ ଊର୍ଦ୍ଧ୍ୱ ଖୁଚୁରା ବ୍ୟବସାୟୀ ରହିଛନ୍ତି। ସେହିପରି ୬୦ଟି ଚିକେନ୍‌ ଦୋକାନ ଥିବାବେଳେ ୨୩ଟି ମଟନ୍‌ ଦୋକାନ ରହିଛି। ଏଥିରୁ ବାହାରୁଥିବା ବର୍ଜ୍ୟକୁ ପକାଇବା ପାଇଁ ବିଏମ୍‌ସି ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ବ୍ୟବସାୟୀମାନେ ମନଇଚ୍ଛା ରାସ୍ତା କଡ଼ରେ ଗଦାଇ ଦେଉଛନ୍ତି। ପୁଣି ବୁଲା କୁକୁରମାନେ ଏହାକୁ ଖାଇବା ବେଳେ ଖିନ୍‌ଭିନ୍‌ କରି ରାସ୍ତାସାରା ଅପରିଷ୍କାର କରିଦେଉଛନ୍ତି। ପୂର୍ବରୁ ମାର୍କେଟରୁ ବାହାରୁଥିବା ବର୍ଜ୍ୟକୁ ନିକଟସ୍ଥ ଡଷ୍ଟବିନ୍‌ରେ ପକାଯାଉଥିଲା। ଡଷ୍ଟବିନ୍‌ ଫୁଲ୍‌ ହେବା ପରେ ସେଠାରୁ ବିଏମ୍‌ସିର ଅଳିଆ ଗାଡ଼ି ବର୍ଜ୍ୟକୁ ନେଇଯାଉଥିଲା। ମାତ୍ର ଗତ ୧୫ଦିନ ହେବ ଏହି ଡଷ୍ଟବିନକୁ ଉଠାଇ ଦିଆଯାଇଛି। ଅଳିଆ ପକାଇବାକୁ ସ୍ଥାନ ନ ପାଇ ବ୍ୟବସାୟୀମାନେ ରାସ୍ତା କଡ଼ରେ ଗଦାଇ ଦେଉଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେଶନ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି, ପ୍ରତି ଦିନ ବହୁ ପରିମାଣର ବର୍ଜ୍ୟ ବାହାରୁଥିବାବେଳେ ଏହାକୁ ଫୋପାଡ଼ିବା ପାଇଁ ବିଏମ୍‌ସି ସ୍ଥାୟୀ ବ୍ୟବସ୍ଥା କରୁନାହିଁ। ବିଶେଷକରି ଡଷ୍ଟବିନ୍‌ ହଟାଇ ଦିଆଯିବା ପରେ ବ୍ୟବସାୟୀମାନେ ହଇରାଣ ହେଉଛନ୍ତି। ବିଏମ୍‌ସିର ଅଳିଆ ଗାଡ଼ି ଦିନରେ ଗୋଟେଥର ଆସି ଏଗୁଡ଼ିକ ଉଠାଉଛି। ମାତ୍ର ହାଟରେ ଥିବା ହୋଲସେଲ୍‌ ବ୍ୟବସାୟୀମାନେ ସନ୍ଧ୍ୟାରେ ବେପାର ବନ୍ଦ କରିବା ବେଳେ ବର୍ଜ୍ୟ ଆଣି ଏଠାରେ ପକାଉଛନ୍ତି। ରାତିସାରା ସେଗୁଡିକ ସେମିତି ରାସ୍ତାରେ ପଡିରହୁଛି। ତା’ପରଦିନ ଅଳିଆ ଗାଡ଼ି ଆସିବା ବେଳକୁ ରାସ୍ତାପୂରା ଅପରିଷ୍କାର ହୋଇଯାଉଛି। ତେଣୁ ବିଏମ୍‌ସି ଦିନରେ ୨ଥର ଅଳିଆ ଗାଡ଼ି ଆଣି ଏହାକୁ ଉଠାଇବା ଆବଶ୍ୟକ।
ଅପରପକ୍ଷେ ବିଏମ୍‌ସି ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି, ଚିକେନ ବ୍ୟବସାୟୀମାନେ ବାହାରୁଥିବା ବର୍ଜ୍ୟକୁ ଚିଲିକା ପଟେ ଥିବା ଫାର୍ମଗୁଡିକୁ ଦେଇ ଦେଉଛନ୍ତି। ସେହିପରି ମଟନ୍‌ ବା ଖାସିରୁ ସେଭଳି କିଛି ବର୍ଜ୍ୟ ବାହାରୁ ନାହିଁ। ପୁଟାଠାରୁ ଆରମ୍ଭ କରି ଖାସି ଚମଡ଼ା ପର୍ଯ୍ୟନ୍ତ ସେ ସବୁକୁ ଲୋକମାନେ ନେଇ ଯାଉଛନ୍ତି। କେବଳ ମାଛରୁ ବାହାରୁଥିବା କିଛି ବର୍ଜ୍ୟ ଆମ ପାଖକୁ ଆସୁଛି। ସେଗୁଡିକ ସହରରୁ ବାହାରୁଥିବା ଅନ୍ୟ ବର୍ଜ୍ୟ ସହିତ ମିଶି ଟିଟିଏସ୍‌କୁ ଯାଉଛି। ତେବେ ଏହାର ପ୍ରୋସେସିଂ କରିବା ପାଇଁ ଚେଷ୍ଟା କରାଯାଉଛି। ଖୁବ୍‌ଶୀଘ୍ର ମାଛ ଏବଂ ମାଂସର ବର୍ଜ୍ୟକୁ ନେବା ପାଇଁ କେଉଁମାନେ ଆଗ୍ରହୀ ହେବେ ସେ ନେଇ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ ବାହାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri