Posted inଖେଳ

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) PSLର ୧୨ତମ ସଂସ୍କରଣର ତାରିଖ ଘୋଷଣା କରିଛି । PSL 12 ଆସନ୍ତା ୧୮ ମାର୍ଚ୍ଚରୁ ଆରମ୍ଭ ହୋଇ ୨ ମେ’ରେ ଫାଇନାଲ୍ ସହ ଶେଷ ହେବ।

PCB ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଷ୍ଟେକହୋଲ୍ଡର ଏବଂ ପାର୍ଟନରଙ୍କ ସହ ଆଲୋଚନା ପରେ PSL 12 ପାଇଁ ଏହି ତାରିଖ ନିର୍ଦ୍ଧାରଣ କରାଯାଇଛି। ଏହା ପରେ ଖେଳାଳିଙ୍କ ଅକ୍ସନ୍, ରିଟେନସନ୍ ଲିଷ୍ଟ, ଡାଇରେକ୍ଟ ସାଇନିଂ ଏବଂ ଟ୍ରେଡ୍ ସମ୍ପର୍କିତ ଘୋଷଣା ମଧ୍ୟ ହୋଇପାରେ । PSLର ଆୟୋଜନ ସାଧାରଣତଃ ମାର୍ଚ୍ଚରୁ ମେ’ ମଧ୍ୟରେ ହେଉଥିବା ବେଳେ, IPL ମଧ୍ୟ ଏହି ସମୟରେ ଆୟୋଜିତ ହୁଏ । ଫଳରେ ୨୦୨୭ରେ ମଧ୍ୟ ଉଭୟ ଲିଗ୍‌ର ଶେଡ୍ୟୁଲ୍‌ରେ ଟକ୍କର ହେବା ପ୍ରାୟ ନିଶ୍ଚିତ। ୨୦୨୫ରେ ପ୍ରଥମଥର ପାଇଁ IPL ଏବଂ PSLର ଶେଡ୍ୟୁଲ୍‌ରେ ସିଧାସଳଖ ଟକ୍କର ଦେଖାଯାଇଥିଲା। ୨୦୨୬ରେ ମଧ୍ୟ ସମାନ ସ୍ଥିତି ରହିଥିଲା। ଏବେ ୨୦୨୭ରେ ମଧ୍ୟ ଏହି ଦୁଇ ଲିଗ୍‌ର ଆୟୋଜନ ସମୟ ଏକାଠି ପଡ଼ୁଛି ।

PSL 11 ଗତ ୨୬ ମାର୍ଚ୍ଚରୁ ୩ ମେ’ ପର୍ଯ୍ୟନ୍ତ ଖେଳାଯାଇଥିଲା। ଅନ୍ୟପଟେ IPL 2026 ମାର୍ଚ୍ଚ ୨୮ରୁ ମେ’ ୩୧ ପର୍ଯ୍ୟନ୍ତ ଚାଲିଥିଲା। ଉଭୟ ଲିଗ୍‌ର ଶେଡ୍ୟୁଲ୍‌ରେ ଟକ୍କର ସତ୍ତ୍ୱେ PCB ପକ୍ଷରୁ PSL 11 ଫାଇନାଲ୍‌ରେ ରେକର୍ଡ ଦର୍ଶକ ଉପସ୍ଥିତ ଥିବା ଦାବି କରାଯାଇଥିଲା। PCB ଅନୁସାରେ, ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ୩୨,୪୬୧ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଏପର୍ଯ୍ୟନ୍ତ IPL 2027ର ଅଫିସିଆଲ୍ ତାରିଖ ଘୋଷଣା ହୋଇନାହିଁ। ତେବେ IPLର ପାରମ୍ପରିକ ମାର୍ଚ୍ଚ-ମେ’ ୱିଣ୍ଡୋକୁ ଦେଖିଲେ, PSL 12 ସହ ଏହାର ସମୟ ଟକ୍କର ହେବାର ସମ୍ଭାବନା ରହିଛି ।

IPL 2027 ପାଇଁ ମିନି ଅକ୍ସନ୍ ଡିସେମ୍ବରରେ ହେବାକୁ ଥିବା ବେଳେ, ଖେଳାଳି ରିଟେନସନ୍ ଲିଷ୍ଟ ଦାଖଲ ପାଇଁ ନଭେମ୍ବର ୧୫ ଡେଡଲାଇନ୍ ରହିଛି। ଏହି ସମୟରେ ବିଶ୍ୱ କ୍ରିକେଟ୍‌ର ଦୁଇ ପ୍ରମୁଖ ଫ୍ରାଞ୍ଚାଇଜ୍ ଲିଗ୍‌ର ଟକ୍କର ଯୋଗୁଁ ଖେଳାଳି ଉପଲବ୍ଧତା, ଦର୍ଶକ ଆଗ୍ରହ ଏବଂ ବ୍ରଡକାଷ୍ଟିଂ ବଜାରରେ ପ୍ରତିସ୍ପର୍ଦ୍ଧା ନେଇ ଚର୍ଚ୍ଚା ବଢ଼ିବା ସମ୍ଭାବନା ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଯାଇଥିଲେ: ଦୁର୍ଘଟଣାରେ ଚାଲିଗଲା ଭିଣୋଇଙ୍କ ଜୀବନ

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମଠାରୁ ପଳାସପୁର ରାସ୍ତା ସିଙ୍ଗପୁର ଗ୍ରାମ ମା’ତାରିଣୀ ମନ୍ଦିର ନିକଟରେ ରବିବାର ସାରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?