Posted inଜାତୀୟ

କୋଟାରେ ଓଡ଼ିଆ ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଟା,୧୮ା୧: ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆମତ୍ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲାର ୧୮ ବର୍ଷୀୟ ଛାତ୍ର ଅଭିଜିତ୍‌ ଗିରି ଗୁରୁବାର ରାତିରେ ନିଜ ହଷ୍ଟେଲ ରୁମ୍‌ ପଙ୍ଖାରେ ରଶି ଲଗାଇ ଝୁଲିପଡ଼ିଥିବା ସ୍ଥାନୀୟ ପୋଲିସ ଶୁକ୍ରବାର ସୂଚନା ଦେଇଛି।
ପୋଲିସ ସୂଚନା ମୁତାବକ ମୟୂରଭଞ୍ଜ ଜିଲା ବାସିନ୍ଦା ଅଭିଜିତ ୨୦୨୪ ଏପ୍ରିଲରୁ କୋଟାର ଏକ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏନ୍‌ଇଇଟିରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଗୁରୁବାର ରାତି ୮ଟାରେ ମେସ୍‌ର ଜଣେ କର୍ମଚାରୀ ଅଭିଜିତ୍‌ଙ୍କୁ ଖାଦ୍ୟ ଦେବା ପାଇଁ ତାଙ୍କ ରୁମ୍‌କୁ ଯାଇଥିଲେ। ସେ ତାଙ୍କ ରୁମ୍‌ କବାଟ ବାଡେଇବା ପରେ ବି ତାହା ନ ଖୋଲିବାରୁ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା। ଫଳରେ ସେ ଉକ୍ତ ଛାତ୍ରାବାସର ଅନ୍ୟ କେତେଜଣ ପିଲାଙ୍କ ସହ ମିଶି କବାଟକୁ ଭାଙ୍ଗିଥିଲେ। ସିଲିଂ ଫ୍ୟାନ୍‌ରେ ଅଭିଜିତ୍‌ଙ୍କ ମୃତଦେହ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ ବୋଲି ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର (ଏଏସ୍‌ଆଇ) ଲାଲ ସିଂ ତନଓ୍ବର ସୂଚନା ଦେଇଛନ୍ତି।
ପୋଲିସ ଟିମ୍‌ ହଷ୍ଟେଲକୁ ଯାଇ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଛାତ୍ରଙ୍କ ପରିବାର ଲୋକେ ସେଠାରେ ପହଞ୍ଚତ୍ବା ପରେ ବ୍ୟବଚ୍ଛେଦ କରାଯିବ। ଅଭିଜିତ୍‌ଙ୍କ ରୁମ୍‌ରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ତାଙ୍କ ଆମତ୍ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ହଷ୍ଟେଲ ରୁମ୍‌ରେ ଲାଗିଥିବା ସିଲିଂ ଫ୍ୟାନ୍‌ ଆମତ୍ହତ୍ୟା ଏଡ଼ାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମାନୁସାରେ ସଂଲଗ୍ନ ନ ଥିଲା ବୋଲି ତନ୍‌ଓ୍ବର କହିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଜିତ୍‌ ଜଣେ ଭଲ ଛାତ୍ର ଥିଲେ। ସେ ନିୟମିତ ଭାବେ କୋଚିଂ କ୍ଲାସ୍‌କୁ ଯାଉଥିଲେ। ରାଜସ୍ଥାନର ଶିକ୍ଷାନଗରୀ କୋଟାର ବିଭିନ୍ନ କୋଚିଂ ସେଣ୍ଟରରେ ୨୦୨୪ରେ ଏଭଳି ୧୭ ମାମଲା ସାମ୍ନାକୁ ଆସିଥିବାବେଳେ ଚଳିତବର୍ଷ ଏହା ହେଉଛି କୋଚିଂ ସେଣ୍ଟରରେ ପଢ଼ୁଥିବା ଛାତ୍ରଙ୍କ ତୃତୀୟ ଆମତ୍ହତ୍ୟା। ପରୀକ୍ଷାକୁ ନେଇ ପ୍ରତିଯୋଗିତାମୂଳକ ଚାପ ଯୋଗୁ ପ୍ରତିବର୍ଷ ସେଠାରେ ଅନେକ ଛାତ୍ରୀଛାତ୍ର ଆମତ୍ହତ୍ୟା କରୁଥିବା ଅଭିଯୋଗ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ସାମ୍ନାକୁ ଆସିଲା କେରଳ ମେଡିକାଲ କଲେଜ ରାଗିଂର ଲୋମଟାଙ୍କୁରା ଦୃଶ୍ୟ

ନୂଆଦିଲ୍ଲୀ,୧୩।୨: କେରଳର କୋଟ୍ଟାୟମର ଏକ ନର୍ସିଂ କଲେଜର ଜୁନିଅର ଛାତ୍ରମାନଙ୍କୁ ରାଗିଂ କରିବା ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରାଯିବାର ଗୋଟିଏ ଦିନ ପରେ, ଏହି...

ସମ୍ବିତ ପାତ୍ରଙ୍କୁ ମିଳିଲା Z ବର୍ଗର ସୁରକ୍ଷା: ଜାଣନ୍ତୁ କାହିଁକି ନିଆଗଲା ଏତେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୩।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର-ପୂର୍ବ ପ୍ରଭାରୀ ଏବଂ ଏମ୍‌ପି ସମ୍ବିତ ପାତ୍ରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ Z ବର୍ଗର ସୁରକ୍ଷା ଦିଆଯାଇଛି। କେବଳ...

ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିବେ ମୋଦି, ୨ ନେତାଙ୍କ ମଧ୍ୟରେ ଆଲୋଚନା ହେବ ଏହି ୧୭ ପ୍ରସଙ୍ଗ, ଜାଣନ୍ତୁ କ’ଣ…

ୱାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆଜି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ...

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ: ଲାଲୁ

ପାଟନା,୧୩।୨: ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର...

ଦଲାଇଲାମାଙ୍କ ଜୀବନପ୍ରତି ବିପଦ, ସୁରକ୍ଷା ବଢାଇଲେ ସରକାର

ନୂଆଦିଲ୍ଲୀ,୧୩।୨: ଗୁରୁବାର ଗୃହ ମନ୍ତ୍ରଣାଳୟ (MHA) ଗୋଇନ୍ଦା ସୂଚନା ପାଇ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଜେଡ୍-ବର୍ଗର ସୁରକ୍ଷା ପ୍ରଦାନ କରିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ୱାରା ଦିଆଯାଇଥିବା...

ବିହାର ନିର୍ବାଚନ ପୂର୍ବରୁ ମୋଦି କଲେ ବଡ଼ ଘୋଷଣା, NDA ର ମୁଖ୍ୟମନ୍ତ୍ରୀ ଚେହେରା ହେବେ…

ନୂଆଦିଲ୍ଲୀ,୧୩।୨: ଆଗକୁ ଅଛି ବିହାର ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଛି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ମେଣ୍ଟରେ ଅଛନ୍ତି। ତେବେ...

Video: ଡ୍ରାଇଭିଂ ବେଳେ ଲାପ୍‌ଟପ୍‌ରେ କାମ କରିଲେ ମହିଳା, ଏପରି ପ୍ରତିକ୍ରିୟା ଦେଲା ବେଙ୍ଗାଲୁରୁ ପୋଲିସ

ବେଙ୍ଗାଲୁରୁ,୧୩।୨: ପୂର୍ବରୁ ବେଙ୍ଗାଲୁରୁ ଟ୍ରାଫିକରେ ଫସି ରହିଥିବା କର୍ମଜୀବିମାନେ ଅନଲାଇନ୍ ବୈଠକରେ ଯୋଗଦେବାର ଦେଖିଥିବେ। ଏବେ ବେଙ୍ଗାଲୁରୁର ଜଣେ ମହିଳା ସହରର ଟ୍ରାଫିକରେ ଗାଡ଼ି ଚଲାଇବା...

୩୦୦୦ କୋଟି ସମ୍ପତ୍ତି ଛାଡି ଗେରୁଆ ପିନ୍ଧିଲେ ଏହି ବ୍ୟକ୍ତି : ମହାକୁମ୍ଭରେ ଭାଇରାଲ୍‌ ହେଉଛନ୍ତି ବିଜ୍‌ନେସମ୍ୟାନ୍‌ ବାବା

ପ୍ରୟାଗରାଜ,୧୩।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ୧୩ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri