ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହି ଅବସରରେ ବହୁ ବଡ ବଡ ବ୍ୟକ୍ତି ବିଶେଷ ତାଙ୍କ କ୍ୟାରିୟରକୁ ନେଇ ଧୋନୀଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପତ୍ର ଲେଖି ଧୋନୀଙ୍କ ପ୍ରଶଂସା କରିଛନ୍ତି। ଏହାପରେ ଧୋନୀ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ଜଣେ କଳାକାର, ସେନା ଓ ଖେଳାଳି ସବୁବେଳେ ପ୍ରଶଂସା ଚାହିଁଥାଏ। ସେ ଚାହିଁଥାଆନ୍ତି ତାଙ୍କ ପରିଶ୍ରମ ଓ ବଳିଦାନକୁ ସମସ୍ତେ ଚିହ୍ନନ୍ତୁ। ପ୍ରଶଂସା ଓ ଶୁଭକାମନା ପାଇଁ ଆପଣଙ୍କୁ ଧନ୍ୟବାଦ। ମୋଦି ତାଙ୍କ ପତ୍ରରେ ଧୋନୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ଆପଣଙ୍କ ନିକଟରେ ନୂଆ ଭାରତର ଆତ୍ମା ଦେଖାଯାଉଛି। ୧୫ ଅଗଷ୍ଟ ଆପଣଙ୍କ ହିସାବରେ ଆପଣ ଏକ ଛୋଟ ଭିଡିଓ ଶେୟାର କରିଥିଲେ। ଯାହା ସାରା ଭାରତ ପାଇଁ ଏକ ଲମ୍ବା ଆଲୋଚନା ପାଲଟି ଯାଇଥିଲା। ୧୩୦ କୋଟି ଭାରତୀୟ ନିରାଶ ହୋଇଛନ୍ତି ସତ ହେଲେ ଗତ ଦେଢ ଦଶକ ମଧ୍ୟରେ ଆପଣ ଯାହା ଛାଡି ଯାଇଛନ୍ତି ଭାରତ ଏଥିପାଇଁ ଆପଣଙ୍କ ନିକଟରେ ଋଣି। ଆପଣ ଭାରତୀୟ କ୍ରିକେଟର ସବୁଠାରୁ ସଫଳ କ୍ୟାପଟେନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଭାରତକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ଆପଣଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। କ୍ରିକେଟ ଇତିହାସରେ ଧୋନୀଙ୍କ ନାଁ ସର୍ବଶ୍ରେଷ୍ଠ ବ୍ୟାଟସ୍‌ ମ୍ୟାନ, କ୍ୟାପଟେନ ଓ ନିଃସନ୍ଦେହରେ ସର୍ବଶ୍ରେଷ୍ଠ ଓ୍ବିକେଟ କିପର ତାଲିକାରେ ଆସିବ ବୋଲି ମୋଦି ଲେଖିଛନ୍ତି। ଦଳର ସଙ୍କଟ ସମୟରେ ଧୋନୀଙ୍କ ଖେଳିବାର ଷ୍ଟାଇଲକୁ ମୋଦି ପ୍ରଶଂସା କରିଛନ୍ତି। ବିଶେଷ ଭାବେ ୨୦୧୧ ଓ୍ବାଲର୍ଡ କପ୍‌ ଫାଇନାଲ ବର୍ଷ ବର୍ଷ ଧରି କ୍ରିକେଟ ପ୍ରେମୀଙ୍କ ହୃଦୟରେ ବସାବାନ୍ଧି ରହିବ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକଙ୍କ ପ୍ରତି ବର୍ଣ୍ଣବୈଷମ୍ୟ କମେଣ୍ଟକୁ ବିରୋଧକଲେ ଫ୍ୟାନ୍ସ

ନୂଆଦିଲ୍ଲୀ,୩।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ତାଙ୍କ ବାନ୍ଧବୀ ସର୍ବୀୟ ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ନିର୍ବନ୍ଧ ହୋଇଛିି। ସୋସିଆଲ ମିଡିଆରେ କିଛି ଫଟୋ ଶେୟାରକରି...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: କୋଲମେନଙ୍କ ଚମକ

ଦୋହା,୩୦।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣରେ ଆମେରିକା ତାରକା ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲମେନ ଅତି ସୁନ୍ଦର ଢଙ୍ଗରେ ୧୦୦ମିଟର ଦୌଡରେ...

ମନେ ପଡନ୍ତି କଲାମ

ନୂଆଦିଲ୍ଲୀ,୨୭ ।୭: ଜଣେ ମହାନ ବିଚାରକ, ଲେଖକ ଓ ବୈଜ୍ଞାନିକ ତଥା ଦେଶର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କର ସପ୍ତମ ଶ୍ରାଦ୍ଧ ବାର୍ଷିକୀରେ...

ନିର୍ଭୟା ମାମଲା: ଦୋଷୀଙ୍କ କ୍ୟୁରେଟିଭ ପିଟିସନର ଶୁଣାଣି ଆଜି

ନୂଆଦିଲ୍ଲୀ,୧୪।୧: ନିର୍ଭୟା ଗଣ ବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ୱାରା ଦାଖଲ କରାଯାଇଥିବା କ୍ୟୁରେଟିଭ ପିଟିସନର ଶୁଣାଣି ମଙ୍ଗଳବାର ଦିନ ପ୍ରାୟ...

ଲୋକଙ୍କୁ ଡରାଉଛନ୍ତି କେଜରିଓ୍ବାଲ୍‌ ସରକାର: ଭାଜପା

ନୂଆଦିଲ୍ଲୀ,୨୦।୯: କରୋନା ସଂକ୍ରମଣକୁ ରୋକିବାରେ ବିଫଳ ହୋଇଥିବା କେଜରିଓ୍ବାଲ୍‌ ସରକାର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ଆଦେଶ...

ମୋତେ ବିଶ୍ୱାସ କଲାନି ଭାଜପା: ଜଗଦୀଶ

ବେଙ୍ଗାଲୁରୁ,୧୭ା୪: ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ ନ ମିଳିବାରୁ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଜଗଦୀଶ ଶେଟ୍ଟାର ଦଳରୁ ଇସ୍ତଫା...

ଅନୁରାଧାଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର, ୨୩।୧୦(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ମିଳିଛି ଆଉ ଏକ ଗୁରୁଦାୟିତ୍ୱ। ଓଏନଜିସି ପକ୍ଷରୁ ଏହି ଜାତୀୟ ରେକର୍ଡଧାରୀ ହର୍ଡଲ୍ସ ତାରକାଙ୍କୁ ସର୍ବଭାରତୀୟ ପବ୍ଲିକ୍‌ ସେକ୍ଟର...

ଆମେରିକାରୁ ଆସିଲା ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୬।୪: ଆମେରିକା ପଠାଇଥିବା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ସୋମବାର ଭାରତରେ ପହଞ୍ଚିଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର...

Advertisement
Archives

Model This Week