ମାଧୁରୀ ଶ୍ରୀଲଙ୍କାରେ ନେଇଥିଲେ କୁକିଂ କ୍ଲାସ୍‌: ଏବେ ଲକ୍‌ଡାଉନରେ କାମ ଦେଉଛି

ମୁମ୍ବାଇ: ବଲିଉଡ୍‌ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ସେ କେବଳ ତାଙ୍କ ଫିଲ୍ମର ବାର୍ଷିକିରେ ପୋଷ୍ଟ କରନ୍ତି ତାହା ନୁହେଁ ପ୍ରଶଂସକଙ୍କ ସହ ବେଶ୍‌ ଆକର୍ଷଣୀୟ କାର୍ଯ୍ୟକଳାପ ମଧ୍ୟ ସହ ଶେୟାର କରିଥାନ୍ତି। କେତେକେବେଳ ମଜାଳିଆ ଫେଟୋ, ଭିଡ଼ିଓ ତ ଆଉ କେତେବେଳେ ଡ୍ୟାନ୍ସର ଭିଡ଼ିଓ। କରୋନା ଯୋଗୁ ଲକ୍‌ଡାଉନ ଥିବାରୁ ଏବେ ସବୁ ସେଲିବ୍ରିଟି ଘରେ ରହି ନିଜକୁ ବ୍ୟସ୍ତ କରାଇବାରେ ଲାଗିପଡ଼ିଛନ୍ତି। କିଏ କୁକିଂ ତ ଆଉ କିଏ ବାସନ ଧୋଉଛନ୍ତି ତ କିଏ ଅନ୍ୟ କାର୍ଯ୍ୟକଳାପରେ ବ୍ୟସ୍ତ ରହୁଛନ୍ତି। ଆଉ ଏହି ସବୁକୁ ପୋଷ୍ଟ କରି ପ୍ରଶଂସକଙ୍କ ହୃଦୟ ଜିତୁଛନ୍ତି। ନିକଟରେ ମାଧୁରୀ ଏକ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଓ ତାଙ୍କ ସ୍ବାମୀଙ୍କ ସମେତ କେତେକ ଶେଫ୍‌ଙ୍କ ସହ ନଜର ଆସୁଛନ୍ତି। ସେଥିରେ ସେ ରୋଷେଇ ଶିଖୁଥିବା ଦେଖିବାକୁ ମିଳିଛି। ଏହି ଫଟୋଟି ଗତବର୍ଷ ଶ୍ରୀଲଙ୍କାର ହୋଇଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ମାଧୁରୀ ଏହି ପୋଷ୍ଟକୁ ଶେୟାର କରିବା ସହ କ୍ୟାପଶନ୍‌ରେ ଲେଖିଛନ୍ତି, ଶ୍ରୀଲଙ୍କାରେ ନେଇଥିବା କୁକିଂ କ୍ଲାସ୍‌ ଏବେ ଲକ୍‌ଡାଉନରେ କାମ ଆସୁଛି। ତାଙ୍କର ଏହି ଫଟୋକୁ ପ୍ରଶଂସକ ବେଶ୍‌ ପସନ୍ଦ କରିବା ସହ ନିଜ ନିଜ ପସନ୍ଦର ବ୍ୟଞ୍ଜନକୁ କମେଣ୍ଟରେ ଲେଖିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ପ୍ରଥମ ହୋଲି

ବମ୍ବେ: ବିବାହ ପରେ ପ୍ରଥମ ହୋଲି ପାଳିବେ ବି ଟାଉନ୍‌ର ଅନେକ କଳାକାର ଯୋଡ଼ି। ସେମାନଙ୍କ ମଧ୍ୟରେ ବିକ୍କି-କୌଶଲ-କଟ୍ରିନା କୈଫଙ୍କଠାରୁ ଆରମ୍ଭ କରି ଫରହାନ୍‌ ଅଖତର-ଶିବାନୀ...

ଅଧୁରା ରହିଲା ଆଶା

ବେଳେବେଳେ ଏ ମନ ଯାହା ଚାହେଁ ତାହା ପୂରଣ ହୋଇ ନ ଥାଏ। ଠିକ୍‌ ସେମିତି ପାଠ ପଢ଼ିବା ସମୟରେ ୟାମି ଗୌତମ ଭବଷ୍ୟତରେ କ’ଣ...

ପୁନିତଙ୍କୁ ‘କର୍ନାଟକ ରତ୍ନ’ ପୁରସ୍କାର

ସ୍ବର୍ଗତ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ କର୍ନାଟକ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି କର୍ନାଟକ ସରକାର ଘୋଷଣା କରିଛନ୍ତି। କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ଏସ୍‌ ବୋମାଇ...

ରାଜନୀତିକୁ ଫେରିବେ ଉର୍ମିଳା: ଶିବସେନାରେ ଦେବେ ଯୋଗ

ମୁମ୍ବାଇ,୨୯।୧୧: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିବେ। ସୋମବାର ସେ ଶିବସେନାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବେ ସେ ଶିବସେନାରେ ଯୋଗଦେଇ ବିଧାନ...

ରାଗରେ ଏମିତି କାମ କଲେ ସଲମାନ ଖାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ‘ଆଙ୍ଗ୍ରି ମ୍ୟାନ୍‌’ ଭାବେ ଜଣାଶୁଣା। ଅତୀତରେ ଅନେକ ସମୟରେ ସଲମାନ ରାଗକୁ ନିୟନ୍ତ୍ରଣ କରିପାରିନାହାନ୍ତି। ନିକଟରେ ପୁଣି ଥରେ...

ସୁରଜ ବଡଜାତ୍ୟାଙ୍କ ସହ କାମ କରିବାକୁ ଚାହୁଁଛନ୍ତି ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁ ଏବେ ଟେଲିଭିଜନ ରିୟଲଟି ଶୋ’ ବିଗ ବସ ୧୬ ସହ ତାଙ୍କ ଅପକମିଂ ମୁଭିକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି...

ଭାବି ସ୍ବାମୀଙ୍କ ସହ ଫଟୋ ଶେୟାର କଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚଲୁ ବିବାହ କରିବେ। ପବିତ୍ର ଦଶହରା ଅବସରରେ...

ନିଲାମ ହେଲା ସଲମାନଙ୍କ ଟାଓ୍ବେଲ, ଦାମ୍‌ ଜାଣିଲେ…

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଲୋକପ୍ରିୟ ‘ଜିନେ କେ ହେ ଚାର୍‌ ଦିନ’ ଗୀତରେ ବ୍ୟବହାର କରିଥିବା ଟାଓ୍ବେଲ ନିଲାମ ହୋଇଛି। କେହି ଜଣେ ପ୍ରଶଂସକ ଟାଓ୍ବେଲଟିକୁ...

Advertisement
Archives

Model This Week