ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ବାସୁଦେବପୁର,୨୮ା୧୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସୁଗୋ ଓ ପଦ୍ମପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସୋମବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସମୀକ୍ଷା କରିଛନ୍ତି। ବିଧାୟକ ରାଉତରାୟ ସୁଗୋ ହାଇସ୍କୁଲ, ସୁଗୋ, ପାଟଣା ଉନ୍ନୀତ ଗ୍ରନ୍ଥି ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ କ୍ଷେତ୍ରୀୟ ପରିଦର୍ଶନ କରିଥିଲେ। ବିଦ୍ୟୁତ ଷ୍ଟ୍ରକଚରର ଉନ୍ନତୀକରଣ, କେତେକ ରାସ୍ତାର ମରାମତି ସମେତ ସୁଗୋ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବା ଦିଗରେ ସେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ପଦ୍ମପୁର ସ୍ଥିତ ଜୟକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚତ୍ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ସମୀକ୍ଷା କରିଥିଲେ। ଏହି ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ପାଣ୍ଠି ସମ୍ପର୍କରେ ବିଧାୟକ ଜାଣିବାକୁ ଚାହିଁଥିଲେ। ତେବେ ମୋ ସ୍କୁଲ ଅଭିଯାନରେ ଆଶାନୁରୂପକ ପାଣ୍ଠି ଆଦାୟ ହୋଇ ନ ଥିବା ଜାଣି ସର୍ବସମ୍ମୁଖରେ ଏହି ପାଣ୍ଠି ପୁରାତନ ଛାତ୍ରଙ୍କ ଠାରୁ ଆଦାୟ ପାଇଁ ବିଧାୟକ ରାଉତରାୟ ଆଗ୍ରହ କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ଓମ୍‌ ପ୍ରକାଶ ନାୟକ ପ୍ରଥମେ ବିଦ୍ୟାଳୟ ପାଣ୍ଠି ବୃଦ୍ଧି ପାଇଁ ୧ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ। ପରେ ଅନ୍ୟ ପୁରାତନ ଛାତ୍ରମାନେ ପାଣ୍ଠି ପ୍ରଦାନ କରିଥିଲେ। ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ପାଣ୍ଠି ପ୍ରଦାନ ପାଇଁ ପୁରାତନ ଛାତ୍ରମାନେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଅସୀତ ଦାସ, ସରପଞ୍ଚ ଦୀନବନ୍ଧୁ ଦାସ, ବିଡିଓ ସତ୍ୟଜିତ ରାଉତ, ବିଇଓ ଜଗବନ୍ଧୁ ସାହୁ, ବିଦ୍ୟୁତ ବିଭାଗ ଏସ୍‌ଡିଓ ବିପ୍ରେସ କୁମାର, ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୀପକ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ଆନ୍ଦୋଳନ ସ୍ଥଗିତ, ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଆଜିଠୁ…

ଭୁବନେଶ୍ୱର,୪ା୭: ରାଜ୍ୟରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶନିବାରଠାରୁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ମନ୍ତ୍ରୀ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ, ସମସ୍ୟାରେ ଥିବା କହି ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର, ୪/୭: କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଏକ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି।…

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ ନିଜ କ୍ୱାର୍ଟର୍ସରେ…

ଡାକ୍ତର ଆନ୍ଦୋଳନ: ଆଲୋଚନାକୁ ଡାକିଲେ ସରକାର

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମେତ ୧୩ଦଫା ଦାବି ନେଇ ବୁଧବାରଠାରୁ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାର ଦରମା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri