Posted inଜାତୀୟ

ସହରରେ ପ୍ରବାସୀ ଶ୍ରମିକଙ୍କୁ ୨୫ ବର୍ଷ ପାଇଁ ଶସ୍ତାରେ ମିଳିବ ଘରଭଡ଼ା

ନୂଆଦିଲ୍ଲୀ, ୧୯।୯: ସହରରେ ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ଘର ଭଡ଼ା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାର ଦୁଇଟି ମଡ୍ୟୁଲ ଉପରେ କାମ ଆରମ୍ଭ କରାଯାଇଛି। ଶସ୍ତାରେ ସହରକୁ କାମଧନ୍ଦା ପାଇଁ ଆସୁଥିବା ଶ୍ରମିକଙ୍କକୁ ଏଣିକି ରହିବା ଲାଗି ଅସୁବିଧା ହେବ ନାହିଁ। ଏହାର ଭଡ଼ା ଏକ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ରହିବ ବୋଲି କୁହାଯାଉଛି। ପ୍ରବାସୀ ଶ୍ରମିକଙ୍କୁ ୨୫ ବର୍ଷ ପାଇଁ ଘର ଭଡ଼ା ଦିଆଯିିବାର ଯୋଜନା ରହିଛି। ୨୫ ବର୍ଷ ପରେ ଏହାକୁ ସ୍ଥାନୀୟ ପୌରପାଳିକାକୁ ଫେରସ୍ତ କରାଯିବ। ପରିବର୍ତ୍ତୀ ସମୟରେ ପୁଣି ନୂତନ ଭାବେ ଏହାକୁ ଆବଣ୍ଟନ କରାଯିବ। ଏହି ଯୋଜନା ପିପିଇ ମୋଡ୍‌ରେ କାର୍ଯ୍ୟକାରୀ ହେବ। ସହରରେ ଖାଲି ପଡ଼ିଥିବା ସରକାରୀ ଜମିରେ ପ୍ରବାସୀଙ୍କ ଲାଗି ଘର ନିର୍ମାଣ କରାଯିବ। ପ୍ରାଥମିକ ପ୍ରର୍ଯ୍ୟାୟରେ ଏହି ଯୋଜନାରେ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଏହି ଯୋଜନାରେ ମୋଟ ୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ଗ୍ୟାଙ୍ଗଓ୍ବାର ଆଶଙ୍କା, ଜେଲ ପାଲଟିଛି ସୁରକ୍ଷିତ ସ୍ଥାନ, ଜେଲରେ ରହି ଅପରାଧ ପରିଚାଳନା…

ଚଣ୍ଡିଗଡ଼, ୬।୬ : ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ କିଏ ହତ୍ୟା କଲା, ଏହାର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଏହି ହତ୍ୟା...

ଆର୍ଥିକ ସଙ୍କଟକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ମମତା

ନୂଆଦିଲ୍ଲୀ,୨୧।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିନିବେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆର୍ଥିକ ସଙ୍କଟରୁ ରକ୍ଷା ପାଇବା ପାଇଁ ବିନିବେଶ କୌଣସି ସମାଧାନ...

ପୋଲିସରେ ଅଭିଯୋଗ କଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୬।୪ : ଫେକ୍‌ ଟୁଇଟର ଆକାଉଣ୍ଟରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିତ୍ବା ପୋଲିସରେ ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌.ଭି. ରମନା। ଶନିବାର ନୂଆ...

୪ ମାସରେ ଇସ୍ତଫା ପତ୍ର ଧରାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଶୁକ୍ରବାର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏପରି କି ରାଓ୍ବତ ଖବୁ...

ଚନ୍ଦ୍ରୟାନ-୩ର ଫଟୋ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ,୨୫।୪: ପ୍ରଥମ ଥର ଇଣ୍ଡିଆନ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଚନ୍ଦ୍ରୟାନ-୩ ମିଶନର ପ୍ରଥମ ଫୋଟ ସୋସିଆଲ ମିଡିଆରେ ଶେୟାର କରିଛି। ଚନ୍ଦ୍ରୟାନ-୩ ମିଶନ ଚଳିତ...

ଏନ୍‌୪୪୦କେ ଭାରିଆଣ୍ଟ ୧୫ଗୁଣ ଅଧିକ ପ୍ରାଣଘାତୀ

ହାଇଦ୍ରାବାଦ, ୫।୫: ବିଭିନ୍ନ ଦେଶରେ ସାର୍ସ-କୋଭ୍‌-୨ ଭୂତାଣୁର ବିଭିନ୍ନ ଭାରିଆଣ୍ଟ ଦେଖିବାକୁ ମିଳୁଛି। ଭୂତାଣୁର ନୂଆ ରୂପ ଅଧିକ ଭୟଙ୍କର ହେଉଛି। ଭାରତର ଦକ୍ଷିଣ ଭାଗରେ...

ଭାରତକୁ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ: ଶୀଘ୍ର ହଟାଅନି କରୋନା କଟକଣା…

ଜେନେଭା/ନୂଆଦିଲ୍ଲୀ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେଧୀରେ କୋହଳ କରାଯାଉଛି। ତେବେ ଭାରତକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ...

ନୀତୀଶ କୁମାର ଜେଡିୟୁର ବିଗବସ୍‌: ପୋଷ୍ଟର ଦେଉଛି ପ୍ରମାଣ

ପାଟନା,୨୮ ।୮: ଜନତା ଦଳ ୟୁନାଇଟେଡ(ଜେଡିୟୁ)ରେ ଅସଲ ବିଗବସ୍ କିଏ ତାହା ଏବେ ସ୍ଥିର ହୋଇଯାଇଛି । ଜେଡିୟୁ କାର୍ଯ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରରୁ ଏହା...

Advertisement
Archives

Model This Week