ଘୂର୍ଣ୍ଣିିବାତ୍ୟାକୁ ନେଇ IMDର ବଡ଼ ଆଲର୍ଟ! ଆସନ୍ତା ୧୨ ଘଣ୍ଟା ଯାଏ…

ନୂଆଦିଲ୍ଲୀ,୨୪।୯: ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଥିବା ଗଭୀର ଅବପାତ (Deep Depression) ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଏହା ୨୩ ସେପ୍ଟେମ୍ବର ରାତି ୧୧ଟାରୁ ୨୪ ସେପ୍ଟେମ୍ବର ୨୦୨୬ ରାତି ୧ଟା ମଧ୍ୟରେ କଳିଙ୍ଗପଟ୍ଟଣମ ଦକ୍ଷିଣ-ପଶ୍ଚିମ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଉପକୂଳ ଅତିକ୍ରମ କରିଛି।

ଉପକୂଳ ଅତିକ୍ରମ ସମୟରେ ଏହା ଗଭୀର ଅବପାତ ଭାବେ ରହିଥିଲା। ଏହାର ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଥିବାବେଳେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା।

ଏହାପରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ସେପ୍ଟେମ୍ବର ସକାଳ ୫ଟା ୩୦ ମିନିଟରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ୧୮.୩ଓ ଉତ୍ତର ଅକ୍ଷାଂଶ ଏବଂ ୮୩.୭ଓ ପୂର୍ବ ଦ୍ରାଘିମାରେ କେନ୍ଦ୍ରୀଭୂତ ଥିଲା।

ଏହା କଳିଙ୍ଗପଟ୍ଟଣମର ପ୍ରାୟ ୫୦ କିଲୋମିଟର ପଶ୍ଚିମ, ବିଶାଖାପଟ୍ଟଣମର ପ୍ରାୟ ୮୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଏବଂ ଓଡ଼ିଶାର ଗୋପାଳପୁରର ପ୍ରାୟ ୧୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଥିଲା।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗଭୀର ଅବପାତଟି ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

 

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…

ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…

ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଦୀପାବଳି ବୋନସ ଦେଲେ ବ୍ୟବସାୟୀ, ଥାଳିରେ ସଜାଇ….

ନୂଆଦିଲ୍ଲୀ,୮ା୧୧: ଦୀପାବଳିରେ ସାଧାରଣତଃ କର୍ମଚାରୀଙ୍କୁ ଅତିରିକ୍ତ ଦରମା, ମିଠା କିମ୍ବା ଉପହାର ଆକାରରେ ବୋନସ୍‌ ମିଳିଥାଏ । କିନ୍ତୁ ଗୁଜରାଟର ସୁରଟରେ ଜଣେ କପଡ଼ା ବ୍ୟବସାୟୀ ନିଜର…

ବିହାରୀ ଯୁବକଙ୍କ ସହ ଫେରାର ହେଉଥିବା ଆଦିବାସୀ ୱାର୍ଡସଭ୍ୟାଙ୍କୁ ଅଟକ

ମହାକାଳପଡ଼ା, ୮।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଶବରପଡ଼ାର ଆଦିବାସୀ ମହିଳା ୱାର୍ଡ ସଭ୍ୟାଙ୍କୁ ବିହାର ରାଜ୍ୟର…

ବାପାଙ୍କ ମୃତଦେହ ସହ ୫ ଦିନ ଧରି ଗୋଟିଏ ଘରେ ରହିଲେ ପୁଅ, ଧନତେରସ୍‌ରେ ଝିଅ ପହଞ୍ଚିବା ପରେ….

ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶର କାନପୁରର ପନକି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରେ ପ୍ରାୟ ୫ ଦିନ ଧରି…

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?