Posted inଜାତୀୟ

୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମୁମ୍ବାଇ,୧୦।୭: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ରାଜ୍ୟରେ ରାଜନୈତିକ ଡ୍ରାମା ଶେଷ ହୋଇନାହିଁ। ମହାରାଷ୍ଟ୍ର ବିଧାନସଭାର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭାଗବତ ୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଶିନ୍ଦେଙ୍କ ଗୋଷ୍ଠୀର ୩୯ ବିଧାୟକ ଏବଂ ଉଦ୍ଧବଙ୍କ ଗୋଷ୍ଠୀ ୧୪ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏକ ସପ୍ତାହ ମଧ୍ୟରେ ଶିବସେନା ବିଧାୟକମାନଙ୍କୁ ଏହି ନୋଟିସର ଜବାବ ଦେବାକୁ ପଡିବ। ସୂଚନାଯୋଗ୍ୟ, ଜୁଲାଇ ୩ ଓ ୪ ତାରିଖରେ ବିଧାନସଭାରେ ଆସ୍ଥା ଭୋଟ ବେଳେ ଉଭୟ ପକ୍ଷର ବିଧାୟକ ହ୍ବିପ୍‌କୁ ଅବହେଳା କରିଛନ୍ତି। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଉଭୟ ପକ୍ଷର ବିଧାୟକ ଅଭିଯୋଗ କରିଛନ୍ତି। ତେବେ ଶିନ୍ଦେଙ୍କ ପକ୍ଷରୁ ହୋଇଥିବା ଅଭିଯୋଗରେ ଆଦିତ୍ୟ ଠାକ୍‌ରେଙ୍କ ନାଁ ନାହିଁ। ଶିବସେନାର ୫୫ ବିଧାୟକ ଥିବା ବଳେ ଆଦିତ୍ୟ ଠାକରେଙ୍କ ବ୍ୟତୀତ ଆଉ ଜଣେ ବିଧାୟକଙ୍କ ନାଁରେ ଅଭିଯୋଗ ନାହିଁ। ତେବେ ୫୩ ବିଧାୟକଙ୍କୁ ସପ୍ତାହକ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।
ଆସନ୍ତା ସପ୍ତାହରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟକୁ ବିସ୍ତାର କରାଯାଇପାରେ ବୋଲି କୁହାଯାଉଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ ପରାମର୍ଶ ପରେ ଆସନ୍ତା ସପ୍ତାହରେ ସେ ତାଙ୍କ କ୍ୟାବିନେଟ ବିସ୍ତାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?