୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ ସାମଗ୍ରୀ ଘରକୁ ଆଣିବାକୁ ଶ୍ରେୟ ମଣିଥାଆନ୍ତି। କିନ୍ତୁ ଚଳିତ ବର୍ଷ ପାର୍ବଣରେ ଗ୍ରାହକମାନଙ୍କୁ ଏସବୁ ଜିନିଷ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କାରଣ ପ୍ରମୁଖ ଗୃହ ଉପକରଣ (ହୋମ୍‌ ଆପ୍ଲାଏନ୍ସେସ) ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କମ୍ପାନୀ ଆସନ୍ତା ଅକ୍ଟୋବର ୧ ତାରିଖରୁ ସେମାନଙ୍କ ଉତ୍ପାଦ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି କ୍ରମରେ ଏୟାର କଣ୍ଡିଶନର (ଏସି), ଏଲ୍‌ଇଡି ଟିଭି ଏବଂ ୱାଶିଂ ମେଶିନ ଭଳି ଅନେକ ଗୃହ ଉପକରଣ ଓ ଇଲେକଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବ। ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଅଶାନ୍ତି ଯୋଗୁ ଧାତୁ ମୂଲ୍ୟ ଆକାଶଛୁଆଁ ହେବା ଏବଂ ମୁଦ୍ରା ବିନିମୟ ହାରରେ ଅସ୍ଥିରତାକୁ ନେଇ ଅନେକ ପ୍ରମୁଖ କମ୍ପାନୀଙ୍କ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସେମାନେ ଉତ୍ପାଦ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି। କେବଳ ଏଥରକ ନୁହେଁ, ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ଚଳିତ ବର୍ଷ ସମ୍ପୃକ୍ତ ଶିଳ୍ପ କ୍ଷେତ୍ରରେ ତୃତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ହେବ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇସାରିଛି। ତମ୍ବା, ଇସ୍ପାତ, ଆଲୁମିନିୟମ ଏବଂ ଅଶୋଧିତ ତୈଳଜାତ ଦ୍ରବ୍ୟ ଭଳି ପ୍ରମୁଖ କଞ୍ଚାମାଲର ମୂଲ୍ୟରେ ଅହେତୁକ ବୃଦ୍ଧି ସହିତ ମାଲ୍‌ ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁଏହି ନିଷ୍ପତ୍ତି ନିଆଯାଇଛି। ଏୟାର କଣ୍ଡିଶନର ମୂଲ୍ୟରେ ୫ ରୁ ୮ ପ୍ରତିଶତ ବୃଦ୍ଧି ଘଟିବା ସହିତ ୱାଶିଂ ମେଶିନ, ରେଫ୍ରିଜରେଟର ଏବଂ ଏଲ୍‌ଇଡି ଟିଭିର ଦାମ୍‌ ମଧ୍ୟ ୩ ରୁ ୪ ପ୍ରତିଶତ ବଢ଼ିବ ବୋଲି କୁହାଯାଇଛି। ଅନ୍ୟ କେତେକ କମ୍ପାନୀ ସାମଗ୍ରିକ ପ୍ରଭାବକୁ ଆକଳନ କରିବା ପାଇଁ ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଚାଲିଥିବା ‘ପ୍ରି-ବାଇଙ୍ଗ ସ୍କିମ୍‌’ ଯୋଗୁ ପୁରୁଣା ଦରରେ କିଣାଯାଇଥିବା ଷ୍ଟକ୍‌ ଉପଲବ୍ଧ ରହିଛି, ଯାହାଫଳରେ ଦୀପାବଳି ପର୍ଯ୍ୟନ୍ତ ଖୁଚୁରା ମୂଲ୍ୟ ସ୍ଥିର ରହିପାରେ। କିନ୍ତୁ ପାର୍ବଣ ଋତୁ ଶେଷ ଭାଗରେ ନୂତନ ମୂଲ୍ୟ ସମ୍ପୂର୍ଣ୍ଣ ରୂପେ ଲାଗୁ ହେବ। ପିଟିଆଇ ରିପୋର୍ଟ ଅନୁଯାୟୀ, ବ୍ଲୁ ଷ୍ଟାର୍‌, ଗୋଦରେଜ ଆପ୍ଲାଏନ୍ସ, ହାୟର, ଡାଇକିନ ଏବଂ ସୁପର ପ୍ଲାଷ୍ଟ୍ରୋନିକ୍ସ ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ୪ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିବାକୁ ନିଶ୍ଚିତ କରିଛନ୍ତି କିମ୍ବା ଏହାକୁ ଲାଗୁ କରିସାରିଛନ୍ତି। ଏହା ସହିତ ଏଲ୍‌ଜି ଏବଂ ବସ ହୋମ କମ୍ଫର୍ଟ (ହିଟାଚି) ଏୟାର କଣ୍ଡିଶନର ମୂଲ୍ୟ ପ୍ରାୟ ୫ ପ୍ରତିଶତ ବୃଦ୍ଧି କରିସାରିଥିବା ବେଳେ ବ୍ଲୁ ଷ୍ଟାର୍‌ ଏସି ଏବଂ ଡିପ୍‌ ଫ୍ରିଜର ମୂଲ୍ୟ ଇତିମଧ୍ୟରେ ୫ ରୁ ୮ ପ୍ରତିଶତ ବଢ଼ିସାରିଥିବା କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?