ଚାଇନା ତିଆରି

କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚାଇନାର ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ବୋଲି ୨୦୨୦ ପ୍ରାରମ୍ଭିକ ସମୟରେ ଜୋରଦାର ଆଲୋଚନା ହୋଇଥିଲା। ହେଲେ ତାହାକୁ ଚାଇନା ବାରମ୍ବାର ଖଣ୍ଡନ କରିଥିଲା। ଏହା ପରେ ଚର୍ଚ୍ଚା ହୋଇଥିଲା ଯେ, ଚାଇନାର ମାଂସ ବଜାରରୁ ଏହି ଭୂତାଣୁ ଜନ୍ମ ନେଇଛି। କେତେକେ ବାଦୁଡ଼ିକୁ ଭୂତାଣୁର ବାହକ ଭାବେ ଅଭିହିତ କରିଥିବା ବେଳେ ବଜ୍ରକାପ୍ତାଠାରୁ ଏହା ମଣିଷ ଶରୀରକୁ ବ୍ୟାପିଛି ବୋଲି କୁହାଯାଇଥିଲା। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କୋଭିଡ୍‌-୧୯ ବିଷୟରେ ପ୍ରକୃତ ପ୍ରମାଣ ନ ପାଇବାରୁ ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲା। ଅନ୍ୟପକ୍ଷରେ ବିକଶିତ ଦେଶର ବୈଜ୍ଞାନିକମାନେ ଏହା ଉପରେ ଅନୁଧ୍ୟାନ ଆରମ୍ଭ କରିଥିଲେ। ବିଶ୍ୱବ୍ୟାପୀ ଡବ୍ଲ୍ୟୁଏଚ୍‌ଓକୁ ପୁଣି ସମାଲୋଚନା କରାଯିବା ପରେ ଚଳିତବର୍ଷ ଜାନୁୟାରୀରେ ଏହି ବିଶ୍ୱ ସଙ୍ଗଠନର ଏକ ଟିମ୍‌ ଚାଇନା ଯାଇଥିଲେ ମଧ୍ୟ ଭୂତାଣୁ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ବାହାରିଥିବାର କୌଣସି ପ୍ରମାଣ ପାଇ ନ ଥିଲା। ୨୬ ମେ’ ୨୦୨୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଯେ ଭୂତାଣୁ ପଶୁପକ୍ଷୀଠାରୁ ମଣିଷ ଦେହକୁ ଆସିଛି କି ପରୀକ୍ଷାଗାରରୁ ବାହାରିଛି ସେ ନେଇ ଖୋଳତାଡ଼କୁ ଡବ୍‌ଲ କରାଯାଉ। ଆମେରିକା ଏ ବିଷୟରେ କିଛି ତଥ୍ୟ ବାହାର କରିବା ପୂର୍ବରୁ ବ୍ରିଟେନ୍‌ର ବୈଜ୍ଞାନିକମାନେ ଆଗେ ସଫଳ ହୋଇଛନ୍ତି। ୩୦ ମେ’ରେ ରିପୋର୍ଟ ପ୍ରକାଶ ପାଇଛି ଯେ ଉହାନ୍‌ର ବୈଜ୍ଞାନିକମାନେ ଏହି ଭୂତାଣୁକୁ ସୃଷ୍ଟି କରିଛନ୍ତି। ବ୍ରିଟିଶ ପ୍ରଫେସର ଅଙ୍ଗୁସ୍‌ ଡାଲ୍‌ଗ୍ଲେଇସ୍‌ ଓ ନରଓ୍ବେ ବୈଜ୍ଞାନିକ ଡକ୍ଟର ବିର୍‌ଜର ସୋରେନ୍‌ସେନ୍‌ଙ୍କ ଗବେଷଣାଲବ୍ଧ ରିପୋର୍ଟରୁ ଜଣାପଡ଼ିଛି, ଉହାନ୍‌ ଲାବ୍‌ରେ ଚାଇନା ବୈଜ୍ଞାନିକମାନେ ‘ଗେନ୍‌ ଅଫ୍‌ ଫଙ୍କ୍‌ଶନ ପ୍ରୋଜେକ୍ଟ’କୁ ନେଇ କାମ କରୁଥିଲେ। ସେମାନେ ବିଭିନ୍ନ ଗୁମ୍ପାରେ ରହୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ି ଉପରେ ପରୀକ୍ଷାନିରୀକ୍ଷା କରୁଥିବା ବେଳେ ପ୍ରାକୃତିକ କରୋନା ଭାଇରସ୍‌ର ମୂଳଅଂଶକୁ ନେଇ ମାରାତ୍ମକ ଭୂତାଣୁ ସୃଷ୍ଟି କରିଥିଲେ।
କରୋନା ଭାଇରସ୍‌ ଚାଇନା ବୈଜ୍ଞାନିକଙ୍କ ଦ୍ୱାରା ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ସୃଷ୍ଟି କରାଯାଇଛି ବୋଲି ‘ଡେଲି ମେଲ୍‌’ରେ ଖବର ପ୍ରକାଶ ପାଇବା ପରେ ପୂର୍ବରୁ ସନ୍ଦେହ କରାଯାଉଥିବା କଥା ସତ୍ୟ ବୋଲି ପ୍ରମାଣିତ ହୋଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଚାଇନା ଜୈବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଛି ଓ କରୋନା ଭାଇରସ୍‌ ସେଥିରୁ ଅନ୍ୟତମ। ଯେତେବେଳେ ସମଗ୍ର ପୃଥିବୀ ଏହି ରୋଗରେ କଲବଲ ହୋଇ ଭୁଶୁଡ଼ି ପଡ଼ିବା ସ୍ଥିତିକୁ ଆସିଲାଣି ସେତେବେଳେ ମନେହେଉଛି ଚାଇନା ସୁରୁଖୁରୁରେ ଦୈନନ୍ଦିନ ଜୀବନଯାପନକୁ ଫେରିଗଲାଣି। ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ ଏ ସଂକ୍ରାନ୍ତ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ପରୀକ୍ଷାଗାର ବାହାରକୁ ଏହି ଭୂତାଣୁ ଚାଲିଯାଇ ଜୀବନ ପାଇବା ପରେ ସମଗ୍ର ବିଶ୍ୱ ଆକ୍ରାନ୍ତ ହୋଇପଡ଼ିଛି। ହୁଏତ ସେଥିପାଇଁ ଚାଇନା ସରକାର ଏ ସଂକ୍ରାନ୍ତୀୟ ତଥ୍ୟ ଦେବାକୁ ରାଜି ହେଉ ନାହିଁ। କୋଭିଡ୍‌-୧୯ର ଉତ୍ପତ୍ତି ନେଇ ଖୋଳତାଡ଼ କରୁଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ୨୦୧୯ ନଭେମ୍ବରରେ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଅନେକ ଗବେଷକ ଅସୁସ୍ଥ ହୋଇପଡ଼ିଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏ ବିଷୟକୁ ମଧ୍ୟ ଚାଇନା ସ୍ବୀକାର କରିନାହିଁ। ଏହା ଜଣାଶୁଣା ଯେ ଚାଇନା ତା’ର କୌଣସି ତଥ୍ୟ ସାଧାରଣରେ ପ୍ରକାଶ କରେ ନାହିଁ। ୨୦୨୦ ଫେବୃୟାରୀରେ ଉପଗ୍ରହ ଚିତ୍ର ଆଧାରରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଚାଇନାର ଉହାନ୍‌ ଅଞ୍ଚଳରେ ସଲ୍‌ଫ୍ୟୁରିକ୍‌ ଏସିଡ୍‌ ପରିମାଣ ବୃଦ୍ଧି ପାଇଥିଲା। ଏହାର କାରଣ ଭାବେ ଦର୍ଶାଯାଇଥିଲା, ଗଣଦାହ ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ଏହି ସ୍ତର ବଢ଼ିଯାଇଥିଲା। ଆଜିର ସ୍ଥିତି ଦେଖିଲେ, ମନେହେଉଛି ଯେପରି ଚାଇନାକୁ କୌଣସି ଦେଶ ପ୍ରଶ୍ନ କରିବାକୁ ସାହସ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri