୧୪ ଜିଲାରୁ ୪.୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ ରବିଧାନ କ୍ରୟ

ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପାକ୍ସ/ଲ୍ୟାମ୍ପସ୍‌ ଜରିଆରେ ରବିଧାନ କିଣା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୪ ଜିଲାରୁ ମୋଟ ୬୩,୮୨୭ଜଣ ଚାଷୀଙ୍କ ନିକଟରୁ ୭୯୩କୋଟି ଟଙ୍କାରେ ୪ ଲକ୍ଷ ୨୫ ହଜାର ମେଟ୍ରିକ ଟନ୍‌ ରବିଧାନ କ୍ରୟ କରାଯାଇଛି। ବିଭିନ୍ନ ଜିଲାରେ ଥିବା ୧୦୨୦ଟି କେନ୍ଦ୍ର ମାଧ୍ୟମରେ ରବିଧାନ ସଂଗ୍ରହ କରାଯାଉଛି। ଆଗକୁ ସୋସାଇଟିଗୁଡ଼ିକରେ କୋଭିଡ୍‌ ନିୟମକୁ ପାଳନ କରି ରବିଧାନ ସଂଗ୍ରହକୁ ତ୍ୱରାନ୍ବିତ କରାଯିବ। ଏଥିସହିତ ନାମ ପଞ୍ଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ମଣ୍ଡିରେ ଧାନ ବିକ୍ରି କରିପାରିବେ ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପାକ୍ସ ଓ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବରଗଡ଼ ଜିଲାରେ ସର୍ବାଧିକ ୨ ଲକ୍ଷ ୮ ହଜାର ୮୯ ମେଟ୍ରିକ୍‌ ଟନ୍‌ ରବି ଧାନ ସଂଗ୍ରହ କରାଯାଇଥିବାବେଳେ ଏହା ତଳକୁ ସୁବର୍ଣ୍ଣପୁରରେ ୮୧,୮୨୪ ମେଟ୍ରିକ୍‌ ଟନ୍‌, ସମ୍ବଲପୁରରେ ୫୩,୬୩୦ ମେଟ୍ରିକ୍‌ ଟନ ଓ କଳାହାଣ୍ଡି ଜିଲାରେ ୫୦,୬୧୦ ମେଟ୍ରିକ୍‌ ଟନ୍‌ ରହିଛି ା ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, ଚଳିତ ବର୍ଷ ରବିଧାନ ସଂଗ୍ରହ ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ ା ଅଦ୍ୟାବଧି ୨ ଲକ୍ଷ ୨୦ ହଜାର ୨୪୩ ଜଣ ଚାଷୀଙ୍କ ଜମିଜମା ବାବଦ ତଥ୍ୟ, ବ୍ୟାଙ୍କ୍‌ ଆକାଉଣ୍ଟ, ଆଧାର କାର୍ଡ, ଜଳସେଚିତ ଜମିର ପରିମାଣ ଆଦିର ଯାଞ୍ଚ ପ୍ରକ୍ରିୟା ସରିଛି। ଏମାନଙ୍କ ମଧ୍ୟରୁ ୬୩ ହଜାର ୮୨୭ ଜଣ ଚାଷୀଙ୍କଠାରୁ ମୋଟ ୪ ଲକ୍ଷ ୨୫ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣା ସରିଛି। ଏବେ ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲାରେ ଧାନ ସଂଗ୍ରହ କରାଯାଉଥିବାବେଳେ ଖୁବ୍‌ଶୀଘ୍ର କୋରାପୁଟ, ଖୋର୍ଦ୍ଧା ଓ ଯାଜପୁରରୁ ରବିଧାନ ସଂଗ୍ରହ ଆରମ୍ଭ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହିଂସା: ପୀଡିତାଙ୍କ ସହାୟତା ନିମନ୍ତେ ମହିଳା କମିଶନଙ୍କ ପକ୍ଷରୁ ଜାରି ହେଲା ହ୍ବାଟ୍‌ସ୍‌ଆପ୍‌ ନମ୍ବର

ଭୁବନେଶ୍ୱର, ୧୬।୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ...

ମାଣତ୍ରୀରେ ୧୪୦ ଫୁଟ୍‌ ଲମ୍ବର ଡଙ୍ଗା

ସୋର, ୧୩।୧୧(ଡି.ଏନ.ଏ.)-କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସୋର ବ୍ଲକ ମାଣତ୍ରୀ ଗ୍ରାମରେ ଯୁବକମାନେ ୧୪୦ ଫୁଟ୍‌ ଲମ୍ବର ଡଙ୍ଗା ପ୍ରସ୍ତୁତ କରି ଗ୍ରାମ ପୋଖରୀରେ ଭସାଇଛନ୍ତି। ଗ୍ରାମର...

ଅନ୍ଧବିଶ୍ୱାସ ନେଲା ଜୀବନ: ଡାକ୍ତରଖାନାରୁ ଲୁଚି ଆସି ୯ ମାସର ଛୁଆକୁ ଦେଲେ ଚେଙ୍କ

ନବରଙ୍ଗପୁର,୩୦।୭(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ ପୁଣି ଏକ ଅନ୍ଧବିଶ୍ବାସ ଘଟଣା ଦେଖିବାକୁ ମିଳିଛି। ଚେଙ୍କ ଦେବା ଯୋଗୁ...

ସରିଛି ବାଲିଯାତ୍ରା, ହେଲେ ଭରିନି ମନ

କଟକ ଅଫିସ, ୨୧।୧୧: ସରିଛି ବାଲିଯାତ୍ରା, ହେଲେ ଭରିନି ମନ। ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଥିଲେ ହେଁ ମହାନଦୀ ପଠା ଚଳଚଞ୍ଚଳ ରହିଛି।...

ରାଜ୍ୟ ସରକାର ସିଏଏକୁ ସମର୍ଥନ କରୁଛନ୍ତି, ଏନ୍‌ଆର୍‌ସିକୁ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ପ୍ରଥମ ଥର ପାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି...

ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ ଅଫିସ, ୨୫।୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଶୁକ୍ରବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବ୍ୟବହୃତ ଲୁହାବିମ୍‌ର...

କଟକରେ ଖୋଲିବ ବାଣ ଦୋକାନ: ମିଳିଲା ଅନୁମତି

କଟକ ଅଫିସ, ୨।୧୧: ଆଗକୁ କାଳୀ ପୂଜା ଓ ଦୀପାବଳି। ତେବେ କୋଭିଡ୍‌ କଟକଣା ଭିତରେ ପାଳିତ ହେବ ଏହିସବୁ ପର୍ବ। କଟକରେ ପୂର୍ବଭଳି ଚଳିତ...

ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ ଧରାପଡ଼ିଲା

ଭୁବନେଶ୍ୱର(ବ୍ୟୁରୋ)/ଜଟଣୀ, ୧୨ା୮ (ଡି.ଏନ୍‌.ଏ.): ଜଟଣୀ, ଖୋର୍ଦ୍ଧା, ପୁରୀ, ଟାଙ୍ଗୀ ଓ ଭୁବନେଶ୍ୱର ଆଦି ସ୍ଥାନରୁ ଛିନ୍‌ତାଇ ଓ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି...

Advertisement
Archives

Model This Week