ବିକାଶଠାରୁ ଦୂରରେ ଲୋକନାଥପୁର, ସମୂହ ଭୋଟ୍‌ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଛତ୍ରପୁର,୧୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗୀ ପଞ୍ଚାୟତର ଲୋକନାଥପୁର ଶାସନ ଗାଁ ବିକାଶର ବହୁ ଦୂରରେ ରହିଛି। ରାସ୍ତାଘାଟଠୁ ନେଇ ମୌଳିକ ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ଯାହାକୁ ନେଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ନିର୍ବାଚନ ସମୟରେ ଜନପ୍ରତିନିଧିମାନେ ଆସି ଅନେକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜକୁ ଦୀର୍ଘ ବର୍ଷ ବିତିଥିଲେ ହେଁ ଗାଁର ବିକାଶ ହୋଇପାରିନାହିଁ। ଗାଁକୁ ଯିବା ପାଇଁ ମୁଖ୍ୟରାସ୍ତାର ଅବସ୍ଥା ନ କହିବା ଭଲ ଆମ୍ବୁଲାନ୍ସ ଟିଏ ଯିବା ବି ଅସମ୍ଭବ। ଅବଡ଼ାଖାବଡା ରାସ୍ତା ଦେଇ ଯିବା ଆସିବା କଷ୍ଟକର। ରାସ୍ତା ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା କହିଛନ୍ତି ଗ୍ରାମବାସୀ। ସେହିପରି ଗ୍ରାମରେ ଥିବା ପୋଖରୀଟି ପୋତି ହୋଇଯାଇଥିବା ବେଳେ ପୁନରୁଦ୍ଧାର ହୋଇପାରୁନାହିଁ ଦଳ ପଙ୍କ ପରିପୂର୍ଣ୍ଣ ହୋଇରହିଛି। ମଣିଷ ବ୍ୟବହାର କରିବା ତ ଦୂରର କଥା ପଶୁପକ୍ଷୀଙ୍କ ପିଇବା ପାଇଁ ମଧ୍ୟ ଅନୁପଯୋଗୀ। ମନରେଗା ଯୋଜନାରେ ପଞ୍ଚାୟତର ବିଭିନ୍ନ ପୋଖରୀର ପୁନରୁଦ୍ଧାର ହେଉଥିବା ବେଳେ ଆମ ଗାଁ ପୋଖରୀର କାହିଁକି ଉଦ୍ଧାର ହେଉନି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସେପଟେ ଗ୍ରାମରେ ଥିବା ଏକମାତ୍ର ବିଦ୍ୟାଳୟଟି ବନ୍ଦ ହୋଇଯିବା ଫଳରେ ୩କିଲୋମିଟର ଚାଲିକି ଯାଉଛନ୍ତି ପିଲା। ଗାଁ ଶ୍ମଶାନକୁ ଯିବା ପାଇଁ ରାସ୍ତା ନ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହିଭଳି ଅନେକ ସମସ୍ୟାରେ ଲୋକନାଥପୁର ଗ୍ରାମବାସୀ ଜୀବନ ବିତାଉଛନ୍ତି। ଆଉ ଏଥର କଡ଼ା ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଚଳିତ ନିର୍ବାଚନ ଭିତରେ ଯଦି ଗ୍ରାମର ସମସ୍ତ ସମସ୍ୟା ଦୂର ନ ହୁଏ ସବୁ ଗ୍ରାମବାସୀ ସମୂହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri