ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନିତି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି ସମୟରେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ତାଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ୨୦୧୬ରେ ସୁଶାନ୍ତଙ୍କ ସହ ବ୍ରେକ୍ଅପ୍ ହେବା ପରେ ଅଙ୍କିତା ଅଭିନେତା କୁଶାଲ ଟଣ୍ଡନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ପୁଣିଥରେ ଅଙ୍କିତାଙ୍କ ସମ୍ପର୍କକୁ ନେଇ ଏଭଳି ଗୁଜବ ଉଠିବା ପରେ କୁଶାଲ ମୁହଁ ଖୋଲିଛନ୍ତି। ସେ ଏକ ଟୁଇଟ୍ କରି କଡ଼ା ଭାଷାରେ ଏହାକୁ ନିନ୍ଦା କରିଛନ୍ତି। ଏଭଳି କାମ ନିନ୍ଦନୀୟ। ମୁଁ ଉଭୟଙ୍କ ବନ୍ଧୁ ଥିଲି। ସୁଶାନ୍ତ ଭାଇ ଭଳି ଥିଲେ। ଅଙ୍କିତା ବନ୍ଧୁ ଅଟନ୍ତି। ଏଭଳି ସମୟରେ ଯିଏ ବି ଏଭଳି ଗୁଜବ ଉଠାଉଛନ୍ତି, ଦୟାକରି ମୋତେ ଦୂରରେ ରଖନ୍ତୁ। ଏଭଳି ଖବର ଦୁନିଆରେ ରହୁଥିବା ଭାବିବା ବେଳକୁ ଦୁଃଖ ଲାଗୁଥିବା କୁଶାଲ କହିଛନ୍ତି।