ଭଦ୍ରକରେ ବନ୍ୟା ପରିସ୍ଥିତି: ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ଭଦ୍ରକ ଅଫିସ,୨୭ା୮: ଉପର ମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କୁ ଖାଲୁଆ ଅଞ୍ଚଳରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ୨୦ଜଣ ଆସନ୍ନ ପ୍ରସବା, ବୃଦ୍ଧା ଓ ଶିଶୁ ରହିଥିବା ଜଣାପଡ଼ିଛି। ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୧୭.୮୩ ମିଟରରେ ରହିଥିବା ବେଳେ ଗୁରୁବାର ୧୧ଟା ସୁଦ୍ଧା ଜଳସ୍ତର ୧୯.୮୦ ମିଟରକୁ ବୃଦ୍ଧି ପାଇଛି। ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଣ୍ଡାରିପୋଖରୀ ମାଳଦା ନିକଟରେ ଥିବା ଶରତା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ, ଭଣ୍ଡାରିପୋଖରୀ-ଯାଜପୁର ଟାଉନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଧାମନଗର ଦୋବଲ ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବାରୁ, ଧାମନଗର-ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୁଖ୍ୟତଃ ଭଣ୍ଡାରିପୋଖରୀ କଣ୍ଟି ଘାଇ ଓ ବାଲିପୋଖରୀ ଏସ୍‌କେପ ଦ୍ୱାରା ବନ୍ୟାଜଳ ପ୍ରବେଶ କରି ଜନବସତିକୁ ପାଣିରେ ବୁଡ଼ାଇଦେଇଛି। ଭଣ୍ଡାରିପୋଖରୀର ରାହଣିଆ ନପଙ୍ଗ, ଷୋଳମପୁର, କୂରିଗାଁ, ମାଳଦା, ରଣଜିତ, ବାଲି ପୋଖରୀ ପଞ୍ଚାୟତ ସମେତ ଆହୁରି ଅନେକ ଗାଁରେ ପାଣି ପଶିଯାଇଛି।
ଅନ୍ୟପକ୍ଷରେ କରୋନା ଯୋଗୁ ଘରକୁ ଫେରିଆସିଥିବା ବହୁ ଲୋକ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ପନିପରିବା ସହିତ ଧାନଚାଷ କରିଥିଲେ। ହେଲେ ବନ୍ୟା ସବୁ ସାରିଦେଲା ବୋଲି ଚାଷୀମାନେ କହୁଛନ୍ତି। ସେହିଭଳି ଧାମନଗର ବନ୍ୟାର ସ୍ଥାୟୀ ପ୍ରତିକାର ହେଉ ନ ଥିବାରୁ ଦୀର୍ଘବର୍ଷ ଧରି ଲୋକେ ବନ୍ୟା କଷ୍ଟ ଭୋଗୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏହା ବ୍ୟତୀତ ବୈତରଣୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆସିବା ଯୋଗୁ ଧାମନଗର ବ୍ଲକ ସହିତ ଭଣ୍ଡାରିପୋଖରୀ ବ୍ଲକରେ ବହୁ ଅଞ୍ଚଳ ବନ୍ୟା ପ୍ଲାବିତ ହୋଇଛି । ତେବେ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ସହିତ ଓଡ୍ରାଫ୍ଟ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମଙ୍କୁ ବନ୍ୟାଞ୍ଚଳରେ ଆଗୁଆ ମୁତୟନ କାରାଯାଇଛି। ବରିଷ୍ଠ ପ୍ରଶାସନ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବିଶେଷକରି ଜିଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକରେ ହଜାର ହଜାର କେକ୍ଟର ଚାଷଜମି ପାଣିରେ ବୁଡ଼ିଥବା ବେଳେ ଗାଁ ଗଣ୍ଡାରେ ପାଣି ପଶିଛି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଦୋବଲ ଗେଙ୍ଗୁଟି ପୋଲ ନିକଟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାରେ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ବ୍ଲକ ମଥୁରା ଗ୍ରାମ ପାଇକ ସାହିରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ପରିବାରର ୬ ବଖରା ଘର...

ଛାତ୍ରୀଙ୍କୁ ଅପହରଣ

ଗଣିଆ,୧।୧୨(ଡି.ଏନ୍‌.ଏ.): କଲେଜ ଗେଟ୍‌ର ଅନତି ଦୂରରେ ଘଟିଛି ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏମିତି ଘଟଣା ଘଟିଛି ନୟାଗଡ଼ ଜିଲା ଗଣିଆ କଲେଜ...

ବେଆଇନ ନିର୍ମାଣ ଉଚ୍ଛେଦ କଲା ପ୍ରଶାସନ

ପୁରୀ ଅଫିସ,୨୪।୮: ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୁରୀ। ଏହାର ବିକାଶ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କା ଘୋଷଣା କରିବା ପରେ...

ପଟ୍ଟାମୁଣ୍ଡାଇ କଲେଜ ଓବିସି ହଷ୍ଟେଲ ଫାଟକରେ ତାଲା

ପଟ୍ଟାମୁଣ୍ଡାଇ,୨୧ା୯(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା...

ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ

ପଟ୍ଟାମୁଣ୍ଡାଇ,୨୦ା୪(ସ୍ବ.ପ୍ର.): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିରୁ ନିସ୍ତାର ମିଳିପାରିନାହିଁ। ଉପକୂଳ ଓଡ଼ିଶାରେ ଆଜିବି ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି। ଅସହ୍ୟ ଗରମ ଯୋଗୁ...

ଭିତରକନିକାରେ ୟୁଏନ୍‌ଡିପି, ଏକ୍ରିକ୍‌ ପ୍ରତିନିଧି ଦଳ

ରାଜନଗର, ୧୦।୮(ଡି.ଏନ.ଏ.):  ଓଡ଼ିଶାରେ ୨୫୮.୫୯ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ରହିଛି। ବ୍ରାହ୍ମଣୀ, ବୈତରଣୀ ଅବବାହିକାରେ ବିସ୍ତୁତ...

ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟକରି ସ୍ବାମୀ ଗିରଫ

ରାୟଗଡ଼ା ଅଫିସ,୧୬ା୧୨: ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟକରି ସ୍ବାମୀ ଗିରଫ ହୋଇଛନ୍ତି। ରାୟଗଡ଼ା ଜିଲା ଗୁଣପୁର ଥାନା ପୋଲିସ ସୋମବାର ବଲାଙ୍ଗୀର ଜିଲା...

ସୁନା ଦୋକାନୀଙ୍କଠାରୁ ଲୁଟ ଉଦ୍ୟମ: ଲୁଟେରାଙ୍କୁ ଧରିଲେ ଛାତ୍ର ନେତା

ବାରିପଦା ଅଫିସ,୨୩ା୧୦- ବାରିପଦା ସହରରେ କିଛି ଦିନ ହେବ ଚୋରି ଓ ଲୁଟ ଘଟଣା ବୃଦ୍ଧି ପାଇଛି। ସହର ଏକ ପ୍ରକାର ଅପରାଧୀଙ୍କ ଚରାଭୁଇଁ ପାଲଟିଥିବା...

Advertisement
Archives

Model This Week