Posted inଜାତୀୟ

ନାବାଳିକା ପୀଡ଼ିତା ସ୍ତ୍ରୀ ଭାବେ ଅଭିଯୁକ୍ତଙ୍କ ସହିତ ବାସ କରି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, ପୋକ୍ସୋ ମାମଲାକୁ ଖାରଜ କଲେ କୋର୍ଟ …

ଶିଲଂ, ୨୭।୩ : ନିକଟରେ ମେଘାଳୟ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ଯୌନ ନିର୍ଯାତନା ଆଇନ ୨୦୧୨ ଶିଶୁଙ୍କ ସୁରକ୍ଷା ଏବଂ ଅପରାଧିକ ପ୍ରକ୍ରିୟା(ପୋକ୍ସୋ) ମାମଲାକୁ ଖାରଜ କରିଛନ୍ତି। କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତି ଏବଂ ପୀଡିତା-ସ୍ତ୍ରୀ ଦମ୍ପତି ଭାବେ ରହୁଥିଲେ। ଉଭୟଙ୍କର ଜଣେ ସନ୍ତାନ ମଧ୍ୟ ଅଛନ୍ତି। ତେଣୁ ଏହାକୁ ପୋକ୍ସୋ ମାମଲା ଅନ୍ତର୍ଗତ ଗ୍ରହଣ କରାଯିବ ନାହିଁ।

ଜଷ୍ଟିସ ଡବ୍ଲୁ .ଡିଏଙ୍ଗଡୋହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ ଜଣେ ବୟସ୍କ ପୁରୁଷ ଏବଂ ନାବାଳିକା ସହମତିରେ ସ୍ତ୍ରୀ-ସ୍ବାମୀ ଭାବେ ଜୀବନଯାପନ କରୁଛନ୍ତି। ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ କିମ୍ବା ସ୍ବେଚ୍ଛାକୃତ ଶାରୀରିକ ସମ୍ପର୍କକୁ ପୋକ୍ସୋ ଅନ୍ତର୍ଜତ ଗ୍ରହଣ କରିହେବ ନାହିଁ। ମାମଲାରେ ପୀଡ଼ିତା ଜଣେ ସନ୍ତାନଙ୍କୁ ଜନ୍ମ ମଧ୍ୟ ଦେଇଛନ୍ତି।

ସମ୍ପୃକ୍ତ ନାବାଳିକା ହସ୍ପିଟାଲକୁ ସ୍ବାମୀଙ୍କ ସହିତ ପରୀକ୍ଷା ପାଇଁ ଯାଇଥିବା ସମୟରେ ସେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଥିବା ତାଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଥିଲା। ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ପୋକ୍ସୋ ଆକ୍ଟର ଧାରା ୫ (ଜେ) (୨) / ୬ ଅନ୍ତର୍ଗତ ମାମଲା ରୁଜୁ କରିଥିଲେ। ପରେ ଦମ୍ପତି ସିଆର୍‌ପିସିର ଧାରା ୪୮୨ ଅନୁଯାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଆବେଦନ କରିଥିଲେ।

ଶେଷରେ, ଆବେଦନକାରୀ ଗ୍ରାମୀଣ ପୃଷ୍ଠଭୂମିରୁ ଆସିଥିବା ଏବଂ ଆଇନର ବ୍ୟବସ୍ଥା, ବିଶେଷକରି ପୋକ୍ସୋ ଆକ୍ଟ ବିଷୟରେ ଅବଗତ ନଥିବା କୋର୍ଟଙ୍କୁ ସୂଚନା ଦିଆଯାଇଥିଲା। ସେମାନେ ନିଜ ରୀତିନୀତି ଅନୁଯାୟୀ ସ୍ବେଚ୍ଛାକୃତ ଭାବରେ ସ୍ତ୍ରୀ-ସ୍ବାମୀ ଭାବେ ଏକାଠି ରହୁଛନ୍ତି। ଅଦାଲତର ପର୍ଯ୍ୟବେକ୍ଷଣ ଅନୁଯାୟୀ ନାବାଳିକା ସ୍ତ୍ରୀ ସମ୍ପୃକ୍ତ ଅବଧିରେ ୧୮ ବର୍ଷରୁ କମ, ତେଣୁ ସେ ପୋକ୍ସୋ ଅଧିନିୟମର ଧାରା ୨(୧) (ଡି) ଅନୁଯାୟୀ ’ଶିଶୁ’ର ସଂଜ୍ଞା ଅଧୀନରେ ରହିଛନ୍ତି।

ଅଧିକନ୍ତୁ, କୋର୍ଟ କହିଛନ୍ତି ଯେ ଉଭୟେ ଦମ୍ପତି ଭାବେ ରହୁଥିବାରୁ ଏହାକୁ ନିର୍ଯାତନା ଭଳି ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ। ଏହା ସହିତ କୋର୍ଟ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଏଫ୍‌ଆଇଆର୍‌କୁ ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ବୁଲନ୍ଦସହର,୮।୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକଙ୍କ ବୟସ ୪୫ରୁ ୬୦ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି।...

ଦିଲ୍ଲୀ ମୁହାଁ ୧୫ ଶହ ଗାଡ଼ି: ୭ ଜିଲାର ହଜାରେ ଗାଁର ବାସିନ୍ଦା ଏକଜୁଟ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ପଞ୍ଜାବରୁ ଦିଲ୍ଲୀ ମୁହାଁ...

‘ସର୍ଜିକାଲ ଷ୍ଟ୍ରାଇକ୍‌ର ଅତ୍ୟଧିକ ପ୍ରଚାର କରିଥିଲେ ମୋଦି’

ନୂଆଦିଲ୍ଲୀ, ୭ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରେ ୨୦୧୬ରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ର ବହୁଳ ପ୍ରଚାର କରିଥିଲେ ବୋଲି ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’...

ଦାମ୍ପତ୍ୟ ଜୀବନରେ ମାନସିକ ନିର୍ଯାତନାକୁ କ୍ରୁରତା ଭାବେ ବିବେଚନା କରାଯିବ, ହାଇକୋର୍ଟ…

ଚେନ୍ନାଇ, ୨।୨ : ମାଡ୍ରାସ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ ଦାମ୍ପତ୍ୟ ଜୀବନରେ ମାନସିକ ନିର୍ଯାତନା ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଯାହା...

୨୫ ବର୍ଷରେ ୬ ଥର ଦଳ ବଦଳ ପରେ ନିଜର ପାର୍ଟି ଗଠନ କରିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବ ନିଜ ରାଜନୈତିକ ଜୀବନରେ ୨୫ ବର୍ଷରେ ୬ ଥର ଦଳ ବଦଳ କରିବପରେ ନିଜର ପାର୍ଟି ଗଠନ କରିଥିଲେ।...

ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ । ଚଳିତ...

ସଂକ୍ରମିତଙ୍କୁ ଶୋଷୁଛି ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ,୩୧।୫: ମହାମାରୀ କରୋନା ଲୋକଙ୍କ ନିଦ ହଜାଇ ଦେଇଛି। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପର୍ଯ୍ୟାପ୍ତ ସରକାରୀ...

ମମତା-ଅଭିଷେକଙ୍କ ମଧ୍ୟରେ ମତଭେଦ

କୋଲକାତା,୭ ।୨: ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣ ମୂଳ କଂଗ୍ରେସକୁ ରାଷ୍ଟ୍ରୀୟ ଦଳ କରିବାକୁ ଲାଗି ପଡିଛନ୍ତି । ଏଥିପାଇଁ ସେ...

Advertisement
Archives

Model This Week