ଜୁଣ୍ଟା ଦେଲା ଫାଶୀ

ମ୍ୟାନ୍‌ମାରର ସାମରିକ ଜୁଣ୍ଟା ସରକାର ୪ଜଣ ଗଣତନ୍ତ୍ର ସପକ୍ଷବାଦୀ ନେତାଙ୍କୁ ଫାଶୀ ଦେଇଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ଏମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା କହିଛି ସେନା। ଏମାନଙ୍କ ମଧ୍ୟରେ ରହିଛନ୍ତି ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ପାର୍ଟି ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି(ଏନ୍‌ଏଲ୍‌ଡି)ର ପୂର୍ବତନ ସାଂସଦ ଫ୍ୟୋ ଜିୟା ଥ ଏବଂ ଖ୍ୟାତନାମା ଗଣତନ୍ତ୍ରବାଦୀ ନେତା କ୍ୟାଓ ମିନ୍‌ ୟୁ। ଏ ଦୁଇ ଜଣଙ୍କୁ ରାଜନୈତିକ ବନ୍ଦୀ ଭାବେ ରଖାଯାଇଥିଲା। ଅନ୍ୟ ଦୁଇଜଣ ଗଣତନ୍ତ୍ର ସମର୍ଥକ ହେଲେ ଲା ମ୍ୟୋ ଅଙ୍ଗ୍‌ ଓ ଅଙ୍ଗ୍‌ ତୁରା ଜ। ୧୯୮୮ ପରେ ମ୍ୟାନ୍‌ମାରକୁ ପୁନର୍ବାର ଫାଶୀ ଫେରିଛି। ଏହାକୁ ୟୁରୋପୀୟ ସଂଘ, ଆମେରିକା, ଜାପାନ, କାନାଡ଼ା ଓ ନ୍ୟୁଜିଲାଣ୍ଡ ଆଦି ଦେଶ କଡ଼ା ନିନ୍ଦା କରିଥିବାବେଳେ ଭାରତ ନୀରବ ରହିଛି। ଏହା ଜୀବନ, ସ୍ବାଧୀନତା ଓ ବ୍ୟକ୍ତି ସୁରକ୍ଷା ଅଧିକାରର ଘୋର ଉଲ୍ଲଂଘନ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି। ଉଲ୍ଲେଖନୀୟ ଯେ, ୨୦୨୦ ନିର୍ବାଚନରେ ଏନ୍‌ଏଲ୍‌ଡି ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଥିଲା। ହେଲେ ନିର୍ବାଚନରେ ଅନିୟମିତତା ଦର୍ଶାଇ ସେନା ଦିଦ୍ରୋହ କରି ୧ ଫେବୃୟାରୀ ୨୦୨୧ରେ ଷ୍ଟେଟ୍‌ କାଉନସେଲର ସୁ ଚୀଙ୍କୁ ଗାଦିଚ୍ୟୁତ କଲା ଓ କ୍ଷମତା ହାତକୁ ନେଲା। ତେବେ ସୁ ଚୀଙ୍କୁ ଗିରଫ କରିବା ପରେ ଗୃହବନ୍ଦୀ ଭାବେ ରଖାଯାଇଛି। ସେତେବେଳେ ଏହାକୁ କେନ୍ଦ୍ରକରି ମ୍ୟାନ୍‌ମାର ଅଶାନ୍ତ ହୋଇଉଠିଥିଲା ଓ ସେନା କାର୍ଯ୍ୟାନୁଷ୍ଠାନରେ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ୪ଜଣଙ୍କୁ ଫାଶୀ ଦିଆଯାଇଥିବାବେଳେ ଆହୁରି ଅନେକ ରାଜନୈତିକ ବନ୍ଧୀଙ୍କ ବିଚାର ଚାଲିଛି। ସୁ ଚୀଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ବିଚାରାଧୀନ ରହିଛି। ଗତ ଏପ୍ରିଲ୨୭ରେ ସୁ ଚୀଙ୍କୁ ଦୁର୍ନୀତି ଅଭିଯୋଗରେ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇସାରିଛି। ୬ ଲକ୍ଷ ଡଲାର ଓ ସୁନା ଲାଞ୍ଚ ନେବା ମାମଲାରେ ମ୍ୟାନ୍‌ମାରର ଏକ ସାମରିକ କୋର୍ଟ ଏହି ଦଣ୍ଡାଦେଶ ଦେଇଥିଲେ। ଏହା ପୂର୍ବରୁ ତାଙ୍କୁ ୫ଟି ମାମଲାରେ ୬ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଥିଲା।
ଜଣାପଡ଼ୁଛି, ଫାଶୀ ଦୃଷ୍ଟାନ୍ତ ଦେଇ ୭୭ ବର୍ଷୀୟା ସୁ ଚୀଙ୍କୁ ନୀରବ କରି ଜେଲରେ ରଖିବାକୁ ଜୁଣ୍ଟା ସରକାର ଚାହୁଁଛି। ଦକ୍ଷିଣପୂର୍ବ ଏସିଆରେ ଗଣତାନ୍ତ୍ରିକ ବ୍ୟବସ୍ଥା ଦୁର୍ବଳ ହେଉଥିବାବେଳେ ମ୍ୟାନ୍‌ମାର ବା ବର୍ମା ଅତ୍ୟଧିକ ମାତ୍ରାରେ ଏକଚ୍ଛତ୍ରବାଦୀ ମନୋଭାବକୁ କାର୍ଯ୍ୟରେ ପ୍ରଦର୍ଶନ କରୁଛି। ସେଠାକାର ସାମରିକ ସରକାର କ୍ଷମତା ଦଖଲ କରିବା ପରେ ଏଯାବତ ୧୪,୮୪୭ ଜଣଙ୍କୁ ଗିରଫ କରାଯିବା ସହ ୧୧,୭୫୯ ଜଣଙ୍କୁ ଅଟକ ରଖାଯାଇଛି। ଏଥିରେ ଏନ୍‌ଏଲ୍‌ଡିର ଅନେକ ସାଂସଦ ମଧ୍ୟ ରହିଛନ୍ତି। ଗିରଫ ଓ ମୃତ୍ୟୁର ହିସାବ ରଖୁଥିବା ସଂସ୍ଥା ଆସିଷ୍ଟାନ୍ସ ଆସୋସିଏଶନ୍‌ ଫର୍‌ ପଲିଟିକାଲ ପ୍ରିଜିନର୍ସ(ଏଏପିପି) ଅନୁଯାୟୀ, ଅତିକମ୍‌ରେ ଏବେସୁଦ୍ଧା ଦେଶରେ ସେନା ୨,୧୦୦ ଜଣଙ୍କୁ ହତ୍ୟା କରିଛି। ଏହାସହ ମ୍ୟାନ୍‌ମାରର ରାଖିନ ପ୍ରଦେଶରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ବିରୋଧରେ ସାମରିକ ବାହିନୀର ହିଂସା ଓ ଅତ୍ୟାଚାର ଏବେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ (ଆଇସିଜେ)ରେ ବିଚାରାଧୀନ ଅଛି। ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆ ଆଣିଥିବା ବର୍ମା ଜୁଣ୍ଟା ବିରୋଧରେ ଗଣହତ୍ୟା ଅଭିଯୋଗକୁ ଆଇସିଜେ ବିଚାରକୁ ନେଇଛି ଓ କେତେକ ପ୍ରାରମ୍ଭିକ ଶୁଣାଣିରେ ଜୁଣ୍ଟା ବିରୋଧୀ ମତ ଦେଇଛି। ମ୍ୟାନ୍‌ମାର ସାମରିକ ଶାସନ ମୌଳିକ ମାନବୀୟ ସ୍ବାଧୀନତା ଏବଂ ଗଣତନ୍ତ୍ରର ଏକ ଶତ୍ରୁ ଓ ପାଖାପାଖି ୫୦ ବର୍ଷ ଦମନମୂଳକ ଶାସନର କର୍ତ୍ତା। ଦମନକାରୀ ସାମରିକ ଶାସନ ଭିତରେ ଏହି ଦେଶ ଗଣତନ୍ତ୍ରର ସ୍ବାଦ କମ୍‌ ପାଇଛି। ତେବେ ବର୍ମା ପାଇଁ ଆର୍ଥିକ ଓ ସାମାଜିକ ବିକାଶ ଲାଗି ଏହା ଅନୁକୂଳ ନୁହେଁ ବୋଲି ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। ସୁ ଚୀଙ୍କୁ ନୀରବ କରି ଜୁଣ୍ଟା ସରକାର ଜବରଦସ୍ତ ଏକ ବିଭାଜିତ ଓ ଗରିବ ଦେଶକୁ ହାତମୁଠାରେ ରଖିବାକୁ ଚେଷ୍ଟା କରୁଥିବା ତା’ କାର୍ଯ୍ୟରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?