ଆଶଙ୍କାରେ ଭାରତ, ସେମିଫାଇନାଲ୍‌ରୁ ହୋଇପାରେ ବିଦା

ନୂଆଦିଲ୍ଲୀ, ୨୪।୬: ଟି-୨୦ ବିଶ଼୍ବକପ୍‌ର ସୁପର ୮ରେ ଭାରତୀୟ ଟିମ୍‌ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ୍‌ ଟେବୁଲର ଟପ୍‌ରେ ରହିଛି । ଟିମ୍‌ ୪ ପଏଣ୍ଟର ସେମିଫାଇନାଲ୍‌ର ଦ଼୍ବାର ଦେଶରେ ଛିଡ଼ା ହୋଇଛି । ସୁପର ୮ର ଆଜି ଶେଷ ତଥା ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଦଳ । ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପରାଜୟ ବରଣ କରିଥିଲା । ଏଥି ସହିତ ଆଫଗାନିସ୍ତାନ ଦୁଇଟି ମ୍ୟାଚ୍‌ ଖେଳି କେବଳ ଗୋଟିଏ ଜିତିଛି । ଫଳରେ ଆଫଗାନିସ୍ତାନ ପାଖରେ ମାତ୍ର ୨ ପଏଣ୍ଟ ରହିଛି ।

ବର୍ତ୍ତମାନ ଭାରତୀୟ ଟିମ୍‌ ନିଜ ଗ୍ରୁପ୍‌ର ଟପ୍‌ ସ୍ଥାନରେ ରହିଛି । ହେଲେ ଯେଉଁଭଳି ଭାବେ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିବାର ଆଶା ରହିଛି ସେହିଭଳି ଭାବେ ବାଦ୍‌ ପଡ଼ିବାର ମଧ୍ୟ ଆଶଙ୍କା ରହିଛି । ଯଦି ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ଭାରତକୁ ବଡ଼ ରନ୍‌ ବ୍ୟବଧାନରେ ହରାଉଛି ଏବଂ ଆଫଗାନିସ୍ତାନ ଟିମ୍‌ ବାଂଲାଦେଶ ଠାରୁ ବଡ଼ ରନ୍‌ ବ୍ୟବଧାନରେ ମ୍ୟାଚ୍‌ ଜିତୁଛି ତେବେ ତେବେ ରନ୍‌ ରେଟ୍‌ରେ ପରିବର୍ତ୍ତନ ହୋଇଯିବ । ଯାହାକି ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ । ବର୍ତ୍ତମାନ ଭାରତୀୟ ଟିମ୍‌ର ରନ୍‌ ରେଟ୍‌ ୨.୪୨୫ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆର ରନ୍‌ରେଟ୍‌ +୦.୨୨୩ ରହିଥିବା ବେଳେ ଆଫଗାନିସ୍ତାନର -୦.୬୫୦ ରନ୍‌ ରେଟ୍‌ ରହିଛି । ଏବେବି ଭାରତ ରେନ୍‌ ରେଟ୍‌ରେ ଆଗୁଆ ରହିଛି । ତେବେ ଯଦି ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବଡ଼ ବ୍ୟବଧାନରେ ଜିତନ୍ତି ତେବେ ଭାରତ ସେମାନଙ୍କ ତଳକୁ ଖସିଆସିବ । ଫଳରେ ସେମିଫାଇନାଲ୍‌ ଆଶା ଧୂଳିସାତ୍‌ ହୋଇପାରେ ।

ସୂଚନା ଥାଉକି, ସୁପର-୮ରେ ଭାରତ କ୍ରମାଗତ ୨ଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଛି। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି କ୍ରମେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଶିବମ୍‌ ଦୁବେ ମଧ୍ୟ ବାଂଲାଦେଶ ବିପକ୍ଷରେ ୨୪ ବଲ୍‌ରୁ ୩୪ ରନ୍‌ କରି ନିଜ ସମାଲୋଚକଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ୩ ନମ୍ବର ସ୍ଥାନରେ ଆସୁଥିବା ରିଷଭ ପନ୍ତ ଭଲ ଆରମ୍ଭ କରୁଥିଲେ ମଧ୍ୟ ତାଙ୍କ ରିଭର୍ସ ହିଟ୍‌ ଶଟ୍‌ରେ ରହିଥିବା ତ୍ରୁଟିକୁ ସୁଧାରିବା ଆବଶ୍ୟକ। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଭଲ ପ୍ରଦର୍ଶନ କରିବା ଭାରତ ପାଇଁ ଅନେକ ସମସ୍ୟାର ସମାଧାନ କରିଛି। ବିଳମ୍ବରେ ସୁଯୋଗ ପାଇଥିବା କୁଲଦୀପ ଯାଦବ ମ୍ୟାଚ୍‌ ବିଜୟୀ ଅବଦାନ ଦେବାରେ ସକ୍ଷମ ହୋଇଛନ୍ତି। ଦଳ ବିଜୟ ପଥରେ ଥିବାରୁ ଏବଂ ସମ୍ମୁଖରେ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ଥିବାରୁ ଭାରତୀୟ ପ୍ଲେଇଂ କମ୍ବିନେଶନରେ ପରିବର୍ତ୍ତନର ସମ୍ଭାବନା ନାହିଁ। ଶନିବାର ରାତିରେ ସେଣ୍ଟ ଲୁସିଆରେ ପହଞ୍ଚତ୍ଥିବା ଭାରତୀୟ ଦଳ ଟ୍ରେନିଂ ନ କରି ବିଶ୍ରାମକୁ ପସନ୍ଦ କରିଥିଲା। ଡାରେନ ସାମି କ୍ରିକେଟ ଷ୍ଟାଡିୟମରେ ସାଧାରଣତଃ ହାଇ-ସ୍କୋରିଂ ମ୍ୟାଚ୍‌ ହୋଇଥାଏ। ମାତ୍ର ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ୧୬୪ ରନ ଚେଜ୍‌ କରିବାକୁ ସକ୍ଷମ ହୋଇ ନ ଥିଲା। ତେଣୁ ଏଠାରେ ସ୍ଲୋ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ସେଣ୍ଟ ଲୁସିଆରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ଏବଂ ଡିଡି ସ୍ପୋର୍ଟସରେ ଏହି ମ୍ୟାଚ୍‌ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଅକ୍ସନ ପୂର୍ବରୁ ବିସିସିଆଇ ସମ୍ମୁଖରେ ବଡ଼ ଦାବି ରଖିଲେ ସମସ୍ତ ଦଳ, ହୋଇପାରେ ହଙ୍ଗାମା !

ନୂଆଦିଲ୍ଲୀ,୨୪।୭: ଆଇପିଏଲ୍‌ ୨୦୨୫କୁ ଆହୁରି ଅନେକ ମାସ ଥିଲେ ହେଁ ଏବେଠାରୁ ଫ୍ରାଞ୍ଚାଇଜଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଲେଣି। ନୂଆ ସିଜନ ପୂର୍ବରୁ ପୁଣିଥରେ ମେଗା ଅକ୍ସନ...

ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ...

ସାରା ଜୀବନର ସାଥୀ ହେବେ ଏହି ୨ ମହିଳା କ୍ରିକେଟର୍‌: ସରିଲା ନିର୍ବନ୍ଧ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡର ଉଇକେଟ କିପର-ବ୍ୟାଟ୍ସମ୍ୟାନ ଆମି ଜୋନ୍ସ ଏବଂ ଅଷ୍ଟ୍ରେଲୀୟ ବୋଲର ପିପ୍ପା କ୍ଲିରିଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ...

‘ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଦିନରେ ୬୦୦ ରନ୍‌ କରିବୁ’

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଟିମ୍‌ ଟେଷ୍ଟ କ୍ରିକେଟରେ ଗୋଟିଏ ଦିନରେ ୬୦୦ ରନ୍‌ କରିପାରେ। ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦଳର ବ୍ୟାଟ୍ସମ୍ୟାନ୍‌ ଓଲି ପୋପ୍‌। ତେବେ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ଲାଗିବ ଆଉ ଏକ ଝଟ୍‌କା? ପ୍ରୀତି ଜିଣ୍ଟାଙ୍କ ସହ ନୂଆ ପ୍ରୋଜେକ୍ଟରେ…

ନୂଆଦିଲ୍ଲୀ,୨୪।୭: ଆଇପିଏଲ୍‌ ୨୦୨୫ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଅନେକ ମାସ ଥିଲେ ହେଁ ଏବେଠାରୁ କିଛି ଖେଳାଳିଙ୍କ ଦଳଡିଆଁ ଖବର...

‘ରୋହିତ ଖେଳିବା ଉଚିତ ନୁହେଁ, ସେ ବେହୋସ୍‌ ହୋଇଯିବେ’

ନୂଆଦିଲ୍ଲୀ,୨୪।୭: ଟିମ୍‌ ଇଣ୍ଡିଆର ନୂଆ ହେଡ୍‌ କୋଚ୍‌ ଗୌତମ ଗମ୍ଭୀର ନିକଟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏଭଳି କଥା କହିଥିଲେ ,...

ବିସିସିଆଇ ବିପକ୍ଷରେ ଆସିଲା ଏହି ଦେଶ: ପାକିସ୍ତାନ ଯିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୨୪।୭:ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ଦେଶ ହେଉଛି ପାକିସ୍ତାନ। ଏହି ଟୁର୍ନାମେଣ୍ଟର ତାରିଖ ଘୋଷଣା କରାଯାଇଛି। କିନ୍ତୁ ବିସିସିଆଇ କହିଛି ଯେ, ପାକିସ୍ତାନରେ ସୁରକ୍ଷା...

ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌, ତଳକୁ ଖସିଲେ ରୋହିତ

ନୂଆଦିଲ୍ଲୀ,୨୪।୦୭: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳା ଯାଇଥିବା ଦ଼୍ବିତୀୟ ଟେଷ୍ଟ ମ୍ୟାଚ୍‌ ପରେ ଆଇସିସି ପକ୍ଷରୁ ଟେଷ୍ଟ ମାନ୍ୟତା ଜାରି କରାଯାଇଛି । ଇଂଲଣ୍ଡର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri