ଭାରତକୁ ଧମକ ଦେଉଛି ଚାଇନା ଗଣମାଧ୍ୟମ!

ବେଜିଂ,୧।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ତେବେ ଏହାକୁ କମ୍‌ କରିବାକୁ ବ୍ରିଗେଡ କମାଣ୍ଡର ସ୍ତରରେ ଆଲୋଚନା କରାଯାଉଛି। ଅନୁମାନ କରାଯାଉଛି କି ଏହି ସମୟରେ ପୋଙ୍ଗୟାଙ୍ଗ ହ୍ରଦର ଦକ୍ଷିଣ ଉପକୂଳର ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ। ଏହା ପୂର୍ବରୁ ଅଗଷ୍ଟ ୮ରେ ଭାରତ-ଚାଇନା ମଧ୍ୟରେ ମେଜର-ଜେନରାଲ ସ୍ତରରେ କଥାବାର୍ତ୍ତା ହୋଇଥିଲା। ଏବେ କିନ୍ତୁ ଚାଇନାର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏକ ସମ୍ପାଦକୀୟରେ କୁହାଯାଇଛି ଯଦି ଭାରତ ଚାଇନା ବିରୋଧରେ କୌଣସି ପଦକ୍ଷେପ ନିଏ ତେବେ ଅତୀତରେ ଭାରତୀୟ ସେନା ଚାଇନା ଦ୍ୱାରା ଯେତିକି କ୍ଷତିଗ୍ରସ୍ତ ହୋଇଥିଲେ ଏଥର ତା’ଠାରୁ ଅଧିକ ହେବ। କାରଣ ଚାଇନା ସେନା ନିକଟରେ ସେତିକି କ୍ଷମତା ରହିଛି। ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି କି ଭାରତ ଚାଇନା ସେନାଙ୍କ ଗତିବିଧିକୁ ଅଟକାଇ ଦେଇଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି କି ପ୍ରଥମେ ଭାରତ ସଂଘର୍ଷ ଆରମ୍ଭ କରୁଛି। ଅନ୍ୟପଟେ କରୋନା ଭଳି ଘରୋଇ ସମସ୍ୟାକୁ ନେଇ ଭାରତ ସଂଘର୍ଷ କରୁଥିବା ବେଳେ ଏବେ ଭାରତର ଅର୍ଥ ବ୍ୟବସ୍ଥା ବିଗିଡି ଯାଇଛି। ତେଣୁ ଭାରତ ସେ ଦିଗରୁ ଧ୍ୟାନ ହଟାଇ ଚାଇନା ସହ ସୀମା ବିବାଦରେ ଲାଗିପଡିଛି ବୋଲି ଉକ୍ତ ସମ୍ପାଦକୀୟରେ ଉଲ୍ଳେଖ କରାଯାଇଥିବା ଜଣାପଡିଛି। ଭାରତ-ଚାଇନା ସୀମା ବିବାଦକୁ ନେଇ ଚାଇନା କହିଛି ଭାରତ ଯଦି ତା’ର ସେନା ଶକ୍ତି ଦେଖାଇବାକୁ ଚାହୁଁଛି ତେବେ ଚାଇନା ମଧ୍ୟ ଭାରତର ୧୯୬୨ରୁ ଅଧିକ କ୍ଷତି କରିବାକୁ ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜପୋରିଜିଆ ପରମାଣୁ ପ୍ଲାଣ୍ଟରେ ଗୁଳିକାଣ୍ଡ, ରେଡିଏଶନ ବ୍ୟାପିବାର ଭୟ, ବିଦ୍ୟୁତ ଲାଇନରେ ଲାଗିଲା ନିଆଁ

କ୍ୱିଭ,୭ ।୮: ୟୁରୋପର ସବୁଠାରୁ ବଡ ଜପୋରିଜିଆର ପରମାଣୁ ବିଜୁଳିଘର ପୁଣିଥରେ ବିପଦରେ । ଏହି ଅଞ୍ଚଳରେ ରୁଷିଆ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ହୋଇଥିବ...

ଆତ୍ମହତ୍ୟା ରୋକିବାକୁ ମନ୍ତ୍ରଣାଳୟ

ଟୋକିଓ, ୨୫ା୨: କୋଭିଡ୍‌-୧୯ ମହାମାରୀ ସମୟରେ ଜାପାନରେ ଆତ୍ମହତ୍ୟା ରୋକିବାକୁ ସେଠାକାର ସରକାର କ୍ୟାବିନେଟରେ ନୂଆ ମନ୍ତ୍ରଣାଳୟ ଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ୟୋଶୀହିଦେ ସୁଗା ଏହି...

ବିଶ୍ୱରେ ମୋଦି ଭାରତର ସବୁଠାରୁ ପସନ୍ଦଯୋଗ୍ୟ ପୁରୁଷ

ଲଣ୍ଡନ,୧୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ଭାରତର ସବୁଠାରୁ ପସନ୍ଦଯୋଗ୍ୟ ପୁରୁଷ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ରହିଛନ୍ତି ବଲିଉଡ୍‌ ଅଭିନେତା...

ପୁଣି ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ,୨୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେସବୁକ ଏବଂ ଇନଷ୍ଟାଗ୍ରାମକୁ ଫେରିବେ। ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ...

ଭାରତ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡିଛି। ଶନିବାର ସେ ଟୁଇଟ୍‌ କରି କହିଛନ୍ତି ଭାରତ ଗସ୍ତ...

ଗାନ୍ଧୀ ବାଦୀ ବିଚାରଧାରା ପ୍ରତି ହୋଇଛି ବିଶ୍ୱାସଘାତ: ଆମେରିକା ସାଂସଦ…

ଓ୍ବାଶିଂଟନ,୨୫।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କଚ ଦଣ୍ଡାଦେଶ ଏବଂ ପରେ ଲୋକସଭା ସଦସ୍ୟତା ହରାଇବା ପ୍ରସଙ୍ଗରେ, ଭାରତରେ ସମଗ୍ର ବିରୋଧୀ ଦଳ ଏକଜୁଟ ହୋଇଛନ୍ତି।...

ତାଲିବାନ ନେଇ ଜାତିସଂଘ ସୁରକ୍ଷା ପରିଷଦର ୟୁ ଟର୍ନ…

ଜେନେଭା/ନୂଆଦିଲ୍ଲୀ,୨୯।୮: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଆତଙ୍କବାଦୀ ବିରୋଧୀ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ ୟୁ ଟର୍ନ ନେଇଛି। ଏହା ଆତଙ୍କବାଦୀ ଷ୍ଟେଟ୍‌ମେଣ୍ଟ୍‌ରୁ ତାଲିବାନ...

ବକେଟ୍‌ ଟ୍ରକ୍‌ରେ ଗଲେ ମା’ ପାଖକୁ

ଓହିଓ: ମା’ର ମମତାରେ ଏତେ ଆକର୍ଷଣ ଅଛି ଯେ, ବେଳେବେଳେ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ ହୋଇଯାଏ। ଏହାର ଏକ ନିଛକ ଉଦାହରଣ...

Advertisement
Archives

Model This Week