ବିବାହ ସମସ୍ତଙ୍କ ଜୀବନର ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଏହାକୁ କିଏ କିଭଳି ପାଳନ କରିବେ ତାହା ସେମାନଙ୍କର ରୁଚି। କେହି ଏହାକୁ ଧୁମ୍ଧାମରେ ପାଳନ କରନ୍ତି ତ କେହି ନିଆରା ଭାବେ ମନାଇବାକୁ ଚାହିଁଥାନ୍ତି। ଏମିତି ଏକ ଭିନ୍ନ ଢଙ୍ଗରେ ପାଳନ କରିବା ଲାଗି ସ୍ଥିର କରୁଛନ୍ତି ରେଲଓ୍ବେ ଅଧିକାରୀ ଶଶିକାନ୍ତ କୋରଭାଥ। ବ୍ୟୟବହୁଳ ତଥା ପରିବେଶକୁ କ୍ଷତି କରୁଥିବା ଧାରାରୁ ଦୂରେଇ ଯାଇ ଶଶିକାନ୍ତ ତାଙ୍କ ନିମନ୍ତ୍ରଣ ପତ୍ରରେ ୬ ପ୍ରକାର ଗଛ ଉତାରିବା ଲାଗି ବ୍ୟବସ୍ଥା କରିଛନ୍ତି। ନିମନ୍ତ୍ରଣ କାର୍ଡରେ ୬ ପ୍ରକାର ଗଛର ମଞ୍ଜି ରଖିଛନ୍ତି। ନିମନ୍ତ୍ରଣ କାର୍ଡର ଲଫାପା ଚିରି ସେଥିରେ ଥିବା ୬ ପ୍ରକାର ପରିବା ମଞ୍ଜିକୁ ବୁଣିବାକୁ ଅନୁରୋଧ କରିଛନ୍ତି। ଏହି ଲଫାପାକୁ ମଧ୍ୟ ସିଧା ମାଟିରେ ପୋତି ଗଛ ଉତାରିହେବ। ଏହାକୁ କୁହାଯାଉଛି ପ୍ଲାଣ୍ଟେବଲ ଇନ୍ଭାଇଟ। ତେଲଙ୍ଗାନାର ଶଦନଗରରେ କାର୍ଯ୍ୟରତ ଇଣ୍ଡିଆନ୍ ରେଲଓ୍ବେ ଟ୍ରାଫିକ ସର୍ଭିସ(ଆଇଆର୍ଟିଏସ୍) ଶଶିକାନ୍ତ ଏଭଳି ଏକ ଗ୍ରୀନ୍ ବିବାହ ଆୟୋଜନ କରି ପରିବେଶର ଘଟୁଥିବା କ୍ଷତିକୁ ସୁଧାରିବା ପାଇଁ ପ୍ରୟାସ କରିଛନ୍ତି। ଦମ୍ପତି ସେମାନଙ୍କ ବିବାହ ଉତ୍ସବକୁ ବିନା ପ୍ଲାଷ୍ଟିକ୍ରେ ପାଳନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।
ଏଇ ଭାରତରେ
ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…
କାହାନ୍ତି ସେ ସାଆନ୍ତାଣୀ
‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…
ବିକାଶ ଦୌଡ଼ରେ ଭାରତ ଓ ଚାଇନା
ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍…
ଏଆଇ ପ୍ରତି ସତର୍କତା
ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍’…
ଅଦ୍ଭୁତ ସ୍ଥିତି
ହ୍ୱାଟ୍ସଆପ୍ରେ ଏସ୍ଆଇଆର୍ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…
ଆପଣଙ୍କ ବୟସ କେତେ
ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍ଲାଇଟ୍ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…
ଆମେ କେମିତି ପୃଥିବୀକୁ ଦେଖୁଛୁ
ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…
ଅଦେଖା ଚାପ
ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

