ଚନ୍ଦ୍ରମଣ୍ଡଳ ଓ କୋରୋନା

କମଳାକାନ୍ତ ଜେନା

ଆମ ରାଜ୍ୟରେ ଗତ ବୁଧବାର (୨୫ା୧୧ା୨୦୨୦) ସନ୍ଧ୍ୟାରେ ଚନ୍ଦ୍ର ଚାରିପାଖେ ବଳୟର ଦୃଶ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଏହାକୁ ଆମେ ଚନ୍ଦ୍ରମଣ୍ଡଳ କହୁ। ଏହାକୁ ମଧ୍ୟ ଚନ୍ଦ୍ରବଳୟ ବୋଲି କହନ୍ତିି। ପ୍ରାୟ ଥଣ୍ଡାଦିନେ ଏହା ଅଧିକ ଦେଖାଯାଏ। ତେଣୁ ଏହାକୁ କେହି କେହି ଶୀତବଳୟ ବି କହନ୍ତି। ଏହା ବର୍ଷକୁ ୧୦୦ଥର ବି ଦେଖାଦେଇପାରେ। ଭୂଇଁଠାରୁ ପ୍ରାୟ ୬-୭ କିଲୋମିଟର ଉଚ୍ଚତାରେ ରହିଥିବା ପତଳା ବାଦଲ ପାଇଁ ଏହାର ସୃଷ୍ଟି ସମ୍ଭବ ହୁଏ। ବାଦଲରେ ଜଳକଣା ଓ ବରଫକଣା ମିଶି ରହିଥାଏ। ବାୟୁମଣ୍ଡଳର ପତଳା ବାଦଲରେ ଥିବା ଷଡ଼ଭୁଜ (ଛଅ କୋଣିଆ) ଆକୃତିର ବରଫକଣା ଏହାକୁ ସୃଷ୍ଟି କରେ।
ଆଲୋକ ବରଫ ଭିତରେ ପଶିଲେ ବଙ୍କେଇଯାଏ। ଥରେ ବରଫକଣା ଭିତରକୁ ପଶିବା ସମୟରେ ବଙ୍କା ହୁଏ ଏବଂ ଆଉ ଥରେ ବରଫକଣାରୁ ବାହାରକୁ ବାହାରିବା ସମୟରେ ବଙ୍କେଇଯାଏ। ଶେଷରେ ସେହି ଆଲୋକ ରଶ୍ମି ଆମ ଆଖିରେ ପହଞ୍ଚତ୍ଲେ ଆମକୁ ଲାଗେ ବରଫକଣାରୁ ଆଲୋକ ଆସିଲା। ଅର୍ଥାତ୍‌, ଚନ୍ଦ୍ରକିରଣରେ କେବଳ ସେଇ ବରଫକଣାଟି ଆମକୁ ଉଜ୍ୱଳ ଦିଶେ, ଯେଉଁ ବରଫକଣାରୁ ବଙ୍କେଇଥିବା ଆଲୋକ ଆସି ଆମ ଆଖିରେ ପଡ଼େ। ଏକଥା ସତ, ବାଦଲର ସବୁ ବରଫକଣା ଦ୍ୱାରା ଚନ୍ଦ୍ରକିରଣ ବଙ୍କେଇଯାଏ। କିନ୍ତୁୁ କେବଳ ଗୋଟିଏ ବୃତ୍ତାକାର ଅଞ୍ଚଳରେ ରହିଥିବା ବରଫକଣାଗୁଡ଼ିକରୁ ବାହାରିଥିବା ଆଲୋକ ଆମ ପାଖରେ ପହଞ୍ଚିପାରେ। ଅନ୍ୟ ବରଫକଣାରୁ ଆସୁଥିବା ଆଲୋକ ଆମ ଆଖିରେ ପହଞ୍ଚିପାରେ ନାହିଁ। ତେଣୁ ଆମକୁ ସେଇ ବୃତ୍ତାକାର ଅଞ୍ଚଳରେ ଥିବା ବରଫକଣାଗୁଡ଼ିକ ଉଜ୍ୱଳ ଦିଶେ। ରାତିରେ ସେହି ବଳୟକୁ ସ୍ପଷ୍ଟ ଦେଖିପାରୁ। ଆମେ ଦୁଇ ହାତ ମେଲେଇ ଦେଲେ ଯେତିକି ଚଉଡ଼ା ହେବ, ବଳୟର ଆକାର ପ୍ରାୟ ସେତିକି ଥାଏ। ମଜାର କଥା, ପତଳା ବାଦଲ ଭିତରେ ସେହି ବଳୟ ସୃଷ୍ଟି ହୁଏ, ଯାହାର ଦୂରତା ଆମଠାରୁ ମାତ୍ର ୬-୭ କିଲୋମିଟର। କିନ୍ତୁ ଚନ୍ଦ୍ରର ଦୂରତା ଆମଠାରୁ ୩,୮୪,୪୦୦ କିଲୋମିଟର। ହେଲେ, ଆମକୁ ଲାଗେ ଚନ୍ଦ୍ର ପାଖରେ ବଳୟ ରହିଛି। ସେଥିପାଇଁ ଏହାକୁ ଆମ ଆଖିର ଏକ ଦୃଷ୍ଟିଭ୍ରମ ବୋଲି କହିପାରିବା।
ଚନ୍ଦ୍ରର ଧଳା ଆଲୋକରେ ୭ଟି ରଙ୍ଗ ଥାଏ, ଯାହାକୁ ଆମେ ସଂକ୍ଷେପରେ କହୁ ‘ବା-ଘ-ନୀ-ସ-ହ-ନା-ଲା’। ବରଫକଣା ଭିତରେ ଚନ୍ଦ୍ରକିରଣ ଦୁଇ ଥର ବଙ୍କେଇବା ପରେ ସବୁ ରଙ୍ଗ ସମାନ କୋଣରେ ବଙ୍କେଇ ନ ଥାନ୍ତି। ତେଣୁ କିରଣ ଭିତରେ ଥିବା ୭ଟି ରଙ୍ଗ ପରସ୍ପରଠାରୁ ଅଲଗା ହୋଇଯାଆନ୍ତିି। ହେଲେ ଆମର ଆଖି ସବୁ ରଙ୍ଗକୁ ଠିକ୍‌ ଭାବରେ ଦେଖିପାରେ ନାହିଁ। ପୁଣି ଆଲୋକ ବି ବେଶୀ ଉଜ୍ୱଳ ନ ଥାଏ। ଦୁଇଟା ରଙ୍ଗକୁ ଆମେ ଭଲ ଭାବରେ ଦେଖିପାରୁ। ଚନ୍ଦ୍ରବଳୟର ଭିତରପାଖ ଟିକିଏ ଲାଲ ଦେଖାଯାଏ ଏବଂ ବାହାରପଟ ନୀଳ ଦିଶେ। ଚନ୍ଦ୍ରମଣ୍ଡଳ ଆମ ପାଇଁ ଅଶୁଭ ନୁହେଁ କିମ୍ବା ଏହା ଆମର କ୍ଷତି କରେ ନାହିଁ। କିନ୍ତୁ ଝଡ଼ ପୂର୍ବରୁ ଭୂଇଁଠାରୁ ଅଧିକ ଉଚ୍ଚତାରେ ପତଳା ବାଦଲ ରହିଥାଏ, ଯାହାକି ଚନ୍ଦ୍ରବଳୟ ସୃଷ୍ଟି କରେ। ତେଣୁ ଚନ୍ଦ୍ରମଣ୍ଡଳ ସୃଷ୍ଟି ହେଲେ ଝଡ଼ ଓ ବର୍ଷା ହେବାର ସମ୍ଭାବନା ରହିଥାଏ। ଅତଏବ, ଚନ୍ଦ୍ରମଣ୍ଡଳ ଅଶୁଭ ନ ହୋଇ ଆମର ଉପକାର କରେ। ଝଡ଼ ପୂର୍ବରୁ ଆମକୁ ସତର୍କ କରିଦିଏ।
ଚନ୍ଦ୍ରକିରଣର ଆଉ ଏକ ଅବଦାନ ହେଉଛି କୋରୋନା। ଏହା ଏକ ଚିତ୍ତାକର୍ଷକ ଆଲୋକୀୟ ଦୃଶ୍ୟ। ଏହାର ଚନ୍ଦ୍ରମଣ୍ଡଳ ସହିତ ଅନେକ ସାମଞ୍ଜସ୍ୟ ରହିଛି। ଏହାର ଆକୃତି ବୃତ୍ତାକାର ଥାଳି ପରି, କିନ୍ତୁ ଅଣ୍ଡାକୃତି ବି ହୋଇପାରେ। କେବଳ ଚନ୍ଦ୍ରକିରଣ ନୁହେଁ, ସୂର୍ଯ୍ୟକିରଣ ଓ ଉଜ୍ୱଳ ତାରକାର କିରଣ ବି କୋରୋନା ସୃଷ୍ଟି କରିପାରିବ। ଚନ୍ଦ୍ରମଣ୍ଡଳ ସୃଷ୍ଟି ହେବା ପାଇଁ ବରଫକଣା ଦରକାର। କିନ୍ତୁ ଚନ୍ଦ୍ରକିରଣରୁ କରୋନା ସୃଷ୍ଟି ହେବା ପାଇଁ ଦରକାର ଅତି କ୍ଷୁଦ୍ର ଜଳକଣିକା। ବାଦଲରେ ଥିବା କ୍ଷୁଦ୍ର ଜଳକଣା ଦ୍ୱାରା ଏହା ସମ୍ଭବ ହୋଇପାରିବ। କ୍ଷୁଦ୍ର କ୍ଷୁଦ୍ର ବରଫ କଣିକା ବି କୋରୋନା ସୃଷ୍ଟିରେ ସହାୟତା କରିପାରିବ। ଏପରି କି ଜଙ୍ଗଲ ପାଖ ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣରେ ପରାଗରେଣୁ ରହିଥିଲେ, ସେଠାରେ ମଧ୍ୟ କୋରୋନା ଦେଖାଯାଇପାରେ।
କୋରୋନାରେ ଚନ୍ଦ୍ରକୁ କେନ୍ଦ୍ରକରି ରଙ୍ଗିନ ଥାଳିଆ ରହିଥାଏ। ମଝିରେ ଚନ୍ଦ୍ର ଥାଏ। ଚନ୍ଦ୍ର ଚାରିପଟେ ରହିଥାଏ ହାଲୁକା ନୀଳରଙ୍ଗର ଓସାରିଆ ବଳୟ। ସେହି ବଳୟକୁ ଘେରିଥାଏ ଈଷତ୍‌ ନାଲି ରଙ୍ଗର ଓସାରିଆ ବାଦାମୀ ବଳୟ। ଏମିତି ରଙ୍ଗିନ୍‌ ବଳୟଗୁଡ଼ିକ ମିଶି ଗୋଟିଏ ସୁନ୍ଦର ଥାଳିଆ ପରି ଦିଶନ୍ତି। ଅବଶ୍ୟ ଆହୁରି ଅନେକ ପ୍ରକାର କରୋନା ବି ଦେଖିବାକୁ ମିଳେ। କୋରୋନାର ଆକାର ଚନ୍ଦ୍ରମଣ୍ଡଳଠାରୁ ଛୋଟ। ଏହାର ଆକାର ନିର୍ଭର କରେ ଜଳକଣା କିମ୍ବା ପରାଗରେଣୁର ଆକାର ଉପରେ। ଅତି କ୍ଷୁଦ୍ର କ୍ଷୁଦ୍ର ଜଳକଣାରୁ ବଡ଼ କୋରୋନା ସୃଷ୍ଟି ହୁଏ, କିନ୍ତୁ ଜଳକଣାର ଆକାର ବଡ଼ ଥିଲେ କୋରୋନାର ଆକାର ହ୍ରାସ ପାଏ।

କୋଅର୍ଡିନେଟର, ସ୍ନାତକୋତ୍ତର ପ୍ରାୟୋଗିକ
ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ମୋ- ୯୪୩୯୫୦୧୬୫୧

 

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri