ଚନ୍ଦ୍ରମଣ୍ଡଳ ଓ କୋରୋନା

କମଳାକାନ୍ତ ଜେନା

ଆମ ରାଜ୍ୟରେ ଗତ ବୁଧବାର (୨୫ା୧୧ା୨୦୨୦) ସନ୍ଧ୍ୟାରେ ଚନ୍ଦ୍ର ଚାରିପାଖେ ବଳୟର ଦୃଶ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଏହାକୁ ଆମେ ଚନ୍ଦ୍ରମଣ୍ଡଳ କହୁ। ଏହାକୁ ମଧ୍ୟ ଚନ୍ଦ୍ରବଳୟ ବୋଲି କହନ୍ତିି। ପ୍ରାୟ ଥଣ୍ଡାଦିନେ ଏହା ଅଧିକ ଦେଖାଯାଏ। ତେଣୁ ଏହାକୁ କେହି କେହି ଶୀତବଳୟ ବି କହନ୍ତି। ଏହା ବର୍ଷକୁ ୧୦୦ଥର ବି ଦେଖାଦେଇପାରେ। ଭୂଇଁଠାରୁ ପ୍ରାୟ ୬-୭ କିଲୋମିଟର ଉଚ୍ଚତାରେ ରହିଥିବା ପତଳା ବାଦଲ ପାଇଁ ଏହାର ସୃଷ୍ଟି ସମ୍ଭବ ହୁଏ। ବାଦଲରେ ଜଳକଣା ଓ ବରଫକଣା ମିଶି ରହିଥାଏ। ବାୟୁମଣ୍ଡଳର ପତଳା ବାଦଲରେ ଥିବା ଷଡ଼ଭୁଜ (ଛଅ କୋଣିଆ) ଆକୃତିର ବରଫକଣା ଏହାକୁ ସୃଷ୍ଟି କରେ।
ଆଲୋକ ବରଫ ଭିତରେ ପଶିଲେ ବଙ୍କେଇଯାଏ। ଥରେ ବରଫକଣା ଭିତରକୁ ପଶିବା ସମୟରେ ବଙ୍କା ହୁଏ ଏବଂ ଆଉ ଥରେ ବରଫକଣାରୁ ବାହାରକୁ ବାହାରିବା ସମୟରେ ବଙ୍କେଇଯାଏ। ଶେଷରେ ସେହି ଆଲୋକ ରଶ୍ମି ଆମ ଆଖିରେ ପହଞ୍ଚତ୍ଲେ ଆମକୁ ଲାଗେ ବରଫକଣାରୁ ଆଲୋକ ଆସିଲା। ଅର୍ଥାତ୍‌, ଚନ୍ଦ୍ରକିରଣରେ କେବଳ ସେଇ ବରଫକଣାଟି ଆମକୁ ଉଜ୍ୱଳ ଦିଶେ, ଯେଉଁ ବରଫକଣାରୁ ବଙ୍କେଇଥିବା ଆଲୋକ ଆସି ଆମ ଆଖିରେ ପଡ଼େ। ଏକଥା ସତ, ବାଦଲର ସବୁ ବରଫକଣା ଦ୍ୱାରା ଚନ୍ଦ୍ରକିରଣ ବଙ୍କେଇଯାଏ। କିନ୍ତୁୁ କେବଳ ଗୋଟିଏ ବୃତ୍ତାକାର ଅଞ୍ଚଳରେ ରହିଥିବା ବରଫକଣାଗୁଡ଼ିକରୁ ବାହାରିଥିବା ଆଲୋକ ଆମ ପାଖରେ ପହଞ୍ଚିପାରେ। ଅନ୍ୟ ବରଫକଣାରୁ ଆସୁଥିବା ଆଲୋକ ଆମ ଆଖିରେ ପହଞ୍ଚିପାରେ ନାହିଁ। ତେଣୁ ଆମକୁ ସେଇ ବୃତ୍ତାକାର ଅଞ୍ଚଳରେ ଥିବା ବରଫକଣାଗୁଡ଼ିକ ଉଜ୍ୱଳ ଦିଶେ। ରାତିରେ ସେହି ବଳୟକୁ ସ୍ପଷ୍ଟ ଦେଖିପାରୁ। ଆମେ ଦୁଇ ହାତ ମେଲେଇ ଦେଲେ ଯେତିକି ଚଉଡ଼ା ହେବ, ବଳୟର ଆକାର ପ୍ରାୟ ସେତିକି ଥାଏ। ମଜାର କଥା, ପତଳା ବାଦଲ ଭିତରେ ସେହି ବଳୟ ସୃଷ୍ଟି ହୁଏ, ଯାହାର ଦୂରତା ଆମଠାରୁ ମାତ୍ର ୬-୭ କିଲୋମିଟର। କିନ୍ତୁ ଚନ୍ଦ୍ରର ଦୂରତା ଆମଠାରୁ ୩,୮୪,୪୦୦ କିଲୋମିଟର। ହେଲେ, ଆମକୁ ଲାଗେ ଚନ୍ଦ୍ର ପାଖରେ ବଳୟ ରହିଛି। ସେଥିପାଇଁ ଏହାକୁ ଆମ ଆଖିର ଏକ ଦୃଷ୍ଟିଭ୍ରମ ବୋଲି କହିପାରିବା।
ଚନ୍ଦ୍ରର ଧଳା ଆଲୋକରେ ୭ଟି ରଙ୍ଗ ଥାଏ, ଯାହାକୁ ଆମେ ସଂକ୍ଷେପରେ କହୁ ‘ବା-ଘ-ନୀ-ସ-ହ-ନା-ଲା’। ବରଫକଣା ଭିତରେ ଚନ୍ଦ୍ରକିରଣ ଦୁଇ ଥର ବଙ୍କେଇବା ପରେ ସବୁ ରଙ୍ଗ ସମାନ କୋଣରେ ବଙ୍କେଇ ନ ଥାନ୍ତି। ତେଣୁ କିରଣ ଭିତରେ ଥିବା ୭ଟି ରଙ୍ଗ ପରସ୍ପରଠାରୁ ଅଲଗା ହୋଇଯାଆନ୍ତିି। ହେଲେ ଆମର ଆଖି ସବୁ ରଙ୍ଗକୁ ଠିକ୍‌ ଭାବରେ ଦେଖିପାରେ ନାହିଁ। ପୁଣି ଆଲୋକ ବି ବେଶୀ ଉଜ୍ୱଳ ନ ଥାଏ। ଦୁଇଟା ରଙ୍ଗକୁ ଆମେ ଭଲ ଭାବରେ ଦେଖିପାରୁ। ଚନ୍ଦ୍ରବଳୟର ଭିତରପାଖ ଟିକିଏ ଲାଲ ଦେଖାଯାଏ ଏବଂ ବାହାରପଟ ନୀଳ ଦିଶେ। ଚନ୍ଦ୍ରମଣ୍ଡଳ ଆମ ପାଇଁ ଅଶୁଭ ନୁହେଁ କିମ୍ବା ଏହା ଆମର କ୍ଷତି କରେ ନାହିଁ। କିନ୍ତୁ ଝଡ଼ ପୂର୍ବରୁ ଭୂଇଁଠାରୁ ଅଧିକ ଉଚ୍ଚତାରେ ପତଳା ବାଦଲ ରହିଥାଏ, ଯାହାକି ଚନ୍ଦ୍ରବଳୟ ସୃଷ୍ଟି କରେ। ତେଣୁ ଚନ୍ଦ୍ରମଣ୍ଡଳ ସୃଷ୍ଟି ହେଲେ ଝଡ଼ ଓ ବର୍ଷା ହେବାର ସମ୍ଭାବନା ରହିଥାଏ। ଅତଏବ, ଚନ୍ଦ୍ରମଣ୍ଡଳ ଅଶୁଭ ନ ହୋଇ ଆମର ଉପକାର କରେ। ଝଡ଼ ପୂର୍ବରୁ ଆମକୁ ସତର୍କ କରିଦିଏ।
ଚନ୍ଦ୍ରକିରଣର ଆଉ ଏକ ଅବଦାନ ହେଉଛି କୋରୋନା। ଏହା ଏକ ଚିତ୍ତାକର୍ଷକ ଆଲୋକୀୟ ଦୃଶ୍ୟ। ଏହାର ଚନ୍ଦ୍ରମଣ୍ଡଳ ସହିତ ଅନେକ ସାମଞ୍ଜସ୍ୟ ରହିଛି। ଏହାର ଆକୃତି ବୃତ୍ତାକାର ଥାଳି ପରି, କିନ୍ତୁ ଅଣ୍ଡାକୃତି ବି ହୋଇପାରେ। କେବଳ ଚନ୍ଦ୍ରକିରଣ ନୁହେଁ, ସୂର୍ଯ୍ୟକିରଣ ଓ ଉଜ୍ୱଳ ତାରକାର କିରଣ ବି କୋରୋନା ସୃଷ୍ଟି କରିପାରିବ। ଚନ୍ଦ୍ରମଣ୍ଡଳ ସୃଷ୍ଟି ହେବା ପାଇଁ ବରଫକଣା ଦରକାର। କିନ୍ତୁ ଚନ୍ଦ୍ରକିରଣରୁ କରୋନା ସୃଷ୍ଟି ହେବା ପାଇଁ ଦରକାର ଅତି କ୍ଷୁଦ୍ର ଜଳକଣିକା। ବାଦଲରେ ଥିବା କ୍ଷୁଦ୍ର ଜଳକଣା ଦ୍ୱାରା ଏହା ସମ୍ଭବ ହୋଇପାରିବ। କ୍ଷୁଦ୍ର କ୍ଷୁଦ୍ର ବରଫ କଣିକା ବି କୋରୋନା ସୃଷ୍ଟିରେ ସହାୟତା କରିପାରିବ। ଏପରି କି ଜଙ୍ଗଲ ପାଖ ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣରେ ପରାଗରେଣୁ ରହିଥିଲେ, ସେଠାରେ ମଧ୍ୟ କୋରୋନା ଦେଖାଯାଇପାରେ।
କୋରୋନାରେ ଚନ୍ଦ୍ରକୁ କେନ୍ଦ୍ରକରି ରଙ୍ଗିନ ଥାଳିଆ ରହିଥାଏ। ମଝିରେ ଚନ୍ଦ୍ର ଥାଏ। ଚନ୍ଦ୍ର ଚାରିପଟେ ରହିଥାଏ ହାଲୁକା ନୀଳରଙ୍ଗର ଓସାରିଆ ବଳୟ। ସେହି ବଳୟକୁ ଘେରିଥାଏ ଈଷତ୍‌ ନାଲି ରଙ୍ଗର ଓସାରିଆ ବାଦାମୀ ବଳୟ। ଏମିତି ରଙ୍ଗିନ୍‌ ବଳୟଗୁଡ଼ିକ ମିଶି ଗୋଟିଏ ସୁନ୍ଦର ଥାଳିଆ ପରି ଦିଶନ୍ତି। ଅବଶ୍ୟ ଆହୁରି ଅନେକ ପ୍ରକାର କରୋନା ବି ଦେଖିବାକୁ ମିଳେ। କୋରୋନାର ଆକାର ଚନ୍ଦ୍ରମଣ୍ଡଳଠାରୁ ଛୋଟ। ଏହାର ଆକାର ନିର୍ଭର କରେ ଜଳକଣା କିମ୍ବା ପରାଗରେଣୁର ଆକାର ଉପରେ। ଅତି କ୍ଷୁଦ୍ର କ୍ଷୁଦ୍ର ଜଳକଣାରୁ ବଡ଼ କୋରୋନା ସୃଷ୍ଟି ହୁଏ, କିନ୍ତୁ ଜଳକଣାର ଆକାର ବଡ଼ ଥିଲେ କୋରୋନାର ଆକାର ହ୍ରାସ ପାଏ।

କୋଅର୍ଡିନେଟର, ସ୍ନାତକୋତ୍ତର ପ୍ରାୟୋଗିକ
ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ମୋ- ୯୪୩୯୫୦୧୬୫୧

 

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri