ଏଇ ଭାରତରେ

ଚଉଁରା ମୂଳେ ଦୀପାବଳିରେ ସାରାଦିନ ମାଟି ଦୀପଟିଏ ଯଦି ଜାଳିବାକୁ ଚାହୁଁଛନ୍ତି ତେବେ ଛତିଶଗଡ଼ର କୁମ୍ଭକାର ଅଶୋକ ଚକ୍ରଧାରୀଙ୍କ ଦୀପ ଆଣନ୍ତୁ। ଏହି ସ୍ବତନ୍ତ୍ର ଦୀପଟି ଆପଣାଛାଏଁ ତେଲ ଭରି ଅତିକମ୍‌ରେ ୨୪ ଘଣ୍ଟା ଜଳୁଛି। ଅଶୋକଙ୍କ ବୟସ ୬୨। ରହୁଛନ୍ତି ବସ୍ତର ଜିଲା କୋଣ୍ଡା ଗାଁରେ। ଦୀପର ନାମ ରଖିଛନ୍ତି ‘ମ୍ୟାଜିକ ଲ୍ୟାମ୍ପ’। ଦୀପର ଉପରି ଭାଗରେ ତେଲ ଓ ତଳେ ରହିଛି ଦୀପ। ତେଲ ଭଣ୍ଡାରରୁ ଦୀପକୁ ଏକ ସରୁ ପାଇପ ଯୋଗେ ସଂଯୋଗ କରାଯାଇଛି। ନିଜସ୍ବ ଜ୍ଞାନକୌଶଳରେ ପ୍ରଥମ ଦୀପଟିକୁ ଗଢିବା ଲାଗି ଅଶୋକଙ୍କୁ ୫ରୁ ୬ ସପ୍ତାହ ଲାଗିଯାଇଥିଲା। ପରେ ଏହା ସହଜ ହୋଇଥିଲା। ଏବେସୁଦ୍ଧା ସେ ୧୦୦ଟି ଦୀପ ବିକ୍ରି କରିସାରିଛନ୍ତି। ପ୍ରତ୍ୟେଟିର ଦାମ ରଖିଛନ୍ତି ୨୦୦ଟଙ୍କା। ଏହି ଦୀପର ଭିଡିଓ ଫେସ୍‌ବୁକରେ ଶେୟାର କରିବା ପରେ ତାଙ୍କ ପାଖକୁ ଶହ ଶହ କଲ୍‌ ଆସୁଛି। ଲୋକମାନେ ଏହି ଦୀପ ନେବାକୁ ହଜାର ହଜାର ସଂଖ୍ୟାରେ ଅର୍ଡର ଦେଉଛନ୍ତି। କିନ୍ତୁ ସୁବିଧା ନ ଥିବାରୁ ସେ ତାହାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ପାରୁନାହାନ୍ତି। ସେ ମାଟିର କଫି ମଗ୍‌ ଓ ଡିନରସେଟ୍‌ ମଧ୍ୟ ତିଆରି କରୁଛନ୍ତି। ଏଗୁଡିକର ବି ଚାହିଦା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦକ୍ଷିଣପନ୍ଥୀ ଓ ଅଧୋଗତ

ସାଲ୍‌ଭୋଜ ଜିଜେକ୍‌ ନିକଟରେ ଉତ୍ତର କୋସୋଭୋରେ ସଙ୍କଟ ପ୍ରକାଶ ପାଇ ଶୀଘ୍ର ଶେଷ ହୋଇଗଲା। ଏହା ପଛର କାରଣ ହେଉଛି, ଏହାକୁ କେହି ବଢ଼ାଇଲେ ନାହିଁ।...

ନିଃସଙ୍ଗ ଜୀବନ କାହିଁକି ଦରକାର ହେଲା

ସହଦେବ ସାହୁ ଏବେ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ଏଡ଼ାଇବା ପାଇଁ ସବୁବେଳେ ମୁହଁ ଓ ନାକ ଘୋଡ଼ାଇବାର ମାସ୍କ ପିନ୍ଧନ୍ତୁ ଓ ହାତକୁ ହ୍ୟାଣ୍ଡ ସାନିଟାଇଜର୍‌ରେ...

ତ୍ରିଫଳା ରସାୟନ

ପଣ୍ଡିତ ହରିଶରଣ ମହାରାଜ   ଆୟୁର୍ବେଦର ଭୀଷ୍ମ ପିତାମହ ଧରୋବର ଚିରସ୍ମରଣୀୟ ବରେଣ୍ୟ ‘ବାଗଦ୍ଭଟ’ ଏହି ସଂସାରରେ ତ୍ରିଦୋଷ ନାଶକ(ବାତ, ପିତ୍ତ, କଫ) ଦ୍ରବ୍ୟ ଭିତରେ...

ଓଡ଼ିଶାର ପାଲା ସଂସ୍କୃତି

ନୃସିଂହ ଚରଣ ମହାପାତ୍ର ଆମ ଉତ୍କଳ ପ୍ରଦେଶର ଯେତେପ୍ରକାର ସଂସ୍କୃତି ରହିଛି ତନ୍ମଧ୍ୟରୁ ପାଲା ଅନ୍ୟତମ। ମୋଗଲ ଶାସନ ଅମଳରୁ ସତ୍ୟନାରାୟଣ ପାଲା ବା ସତ୍ୟପୀର...

କୋସୋଭ ରାଷ୍ଟ୍ରନାୟିକା

କୋସୋଭ ଦକ୍ଷିଣପୂର୍ବ ୟୁରୋପର ଏକ ରାଷ୍ଟ୍ର। ସର୍ବିଆ ସହ ଲାଗି ରହିଥିବା ସୀମା ବିବାଦ ଦୂର ହୋଇପାରି ନାହିଁ । ୧୭ ଫେବୃୟାରୀ ୨୦୦୮ରେ ଏହା...

ଏଇ ଭାରତରେ

ରକ୍ତଦାନ କରି ଗୋଟିଏ କୁକୁର ବଞ୍ଚାଇଲା ଆଉ ଏକ କୁକୁରର ଜୀବନ। ମଧ୍ୟପ୍ରଦେଶର ନରସିଂହପୁର ଅନ୍ତର୍ଗତ ସୈସରା ଗାଁରେ ରକ୍ତଦାନକୁ ନେଇ ଏକ ଭିନ୍ନ ଉଦାହରଣ...

ବିବାଦୀୟ ନିଯୁକ୍ତି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ହରିୟାଣା କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବଭାବେ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍‌ର ପୋଲିସ ଅଧିକାରୀ ଓ.ପି. ସିଂଙ୍କ...

ଏଇ ଭାରତରେ

୬୦ ବର୍ଷ ବୟସ ପରେ ଆର୍ଥିକ ରୂପେ ସ୍ବାଧୀନ ଜୀବନ ଜିଇବା ସହଜ ନ ହେଲେ ମଧ୍ୟ ଗୁଜରାଟ ନବସାରୀ ଥାଟ ଗାଁର ୬୧ ବର୍ଷୀୟା...

Advertisement
Archives

Model This Week