ବାଇଡେନ୍‌ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୭।୧୧-ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଶନିବାର ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟି ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପରାସ୍ତ କରି ମହାମାରୀ ଓ ସାମାଜିକ ତଥା ଅର୍ଥନୈତିକ ଦୁଃସ୍ଥିତି ସମୟରେ ଦେଶର ନେତୃତ୍ୱ ନେବାକୁ ଯାଉଛନ୍ତି।
ନିର୍ବାଚନ ଶେଷ ହେବାର ତିନିଦିନ ଅନିଶ୍ଚିତତା ପରେ ଫଳାଫଳ ସ୍ପଷ୍ଟ ହୋଇଛି। ସମୁଦାୟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ଶନିବାର ଭାରତୀୟ ସମୟ ରାତି ୧୧ଟା ସୁଦ୍ଧା ଗଣତି ସରିଥିବା ୪୮୭ ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ବାଇଡେନ୍‌ଙ୍କୁ ୨୭୩ ମିିଳିଥିବାବେଳେ ଟ୍ରମ୍ପ୍‌ଙ୍କୁ ୨୧୪ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେଠାରେ କୁହୁକ ନମ୍ବର ୨୭୦। ପେନ୍‌ସିଲଭାନିଆରୁ ବିଜୟୀ ହେବା ପରେ ବାଇଡେନଙ୍କ ସପକ୍ଷରେ ୨୭୩ ଭୋଟ ମିଳିଛି। ୭୭ ବର୍ଷୀୟ ବାଇଡେନ ଅଧିକ ୪୦ ଲକ୍ଷରୁ ପପୁଲାର ଭୋଟ ପାଇଥିବାବେଳେ ବାଲଟ ଗଣନା ଜାରି ରହିଥିବାରୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଭୋଟ ଗଣତିରେ ଜାଲିଆତି ହୋଇଥିବା ମିଥ୍ୟା ଅଭିଯୋଗ କରି ଟ୍ରମ୍ପ୍‌ କେତେକ ରାଜ୍ୟରେ ଗଣତି ପ୍ରକ୍ରିୟାକୁ ବିଳମ୍ବ କରିଥିଲେ। କିନ୍ତୁ ବାଇଡେନ୍‌ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଦ୍ୟମ କରିବା ସହ ଦେଶବ୍ୟାପୀ ଦେଖାଦେଇଥିବା ବିଶୃଙ୍ଖଳାକୁ ପ୍ରଶମିତ କରିବାରେ ସଫଳ ହୋଇଛନ୍ତି। ବିଜୟୀ ପ୍ରାର୍ଥୀ ଭାବେ ଶନିବାର ତାଙ୍କୁ ଦର୍ଶାଯିବା ପରେ ଦେଶର ରାଜନୀତିର ଉଦ୍ଦେଶ୍ୟକୁ ବୁଝିବା ଦରକାର ବୋଲି ସେ କହିଛନ୍ତି। ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟ ଦେବା ସହ ଦେଖାଦେଉଥିବା ସମସ୍ୟାକୁ ସମାଧାନ କରିବା ପାଇଁ ବାଇଡେନ୍‌ ଆହ୍ବାନ ଦେଇଛନ୍ତି।
ଆମେରିକା ନିର୍ବାଚନରେ ଚଳିତ ଥର ଆଉ ଏକ ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଅଣଶ୍ୱେତାଙ୍ଗ ତଥା ଭାରତୀୟ ବଂଶୋଦ୍ଭବ ମହିଳା ଭାବେ କମଲା ହାରିସ୍‌ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ହିଲାରୀ କ୍ଲିଣ୍ଟନଙ୍କୁ ପରାସ୍ତ କରି ଟ୍ରମ୍ପ୍‌ ରାଷ୍ଟ୍ରପତି ହେବାର ୪ ବର୍ଷ ପରେ କାଲିଫର୍ନିଆ ସିନେଟର କମଲା ସରକାରରେ ସର୍ବୋଚ୍ଚ ପଦବୀରେ ଆସୀନ ହେବାରେ ନିଜର ସ୍ଥିତି ଜାହିର କରିଛନ୍ତି। ୧୯୯୨ରେ ରିପବ୍ଲିକାନ୍‌ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରେ ରାଷ୍ଟ୍ରପତି ଥାଇ ପୁନଃନିର୍ବାଚନ ହାରିବାରେ ଟ୍ରମ୍ପ୍‌ ପ୍ରଥମ ବ୍ୟକ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri