ଏଇ ଭାରତରେ

ବର୍ତ୍ତମାନ ସମୟରେ ଝିଅମାନେ ପୁଅଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ଭଦାନା ଗାଁର ଶିକ୍ଷକ ଜଗଦେବ ଦହିୟାଙ୍କ ଝିଅମାନେ। ଜଗଦେବଙ୍କ ଛଅଝିଅ ହେଉଛନ୍ତି ବୈଜ୍ଞାନିକ। ଏମାନଙ୍କ ମଧ୍ୟରୁ ଚାରିଜଣ ବିଦେଶରେ ରହି ବିଭିନ୍ନ କ୍ଷେତ୍ରରେ ଗବେଷଣା କରୁଥିବା ବେଳେ ଜଣେ ଝିଅକୁ କ୍ୟାନ୍‌ସର ରୋଗ ଉପରେ ଅଧିକ ରିସର୍ଚ୍ଚ କରିବା ପାଇଁ ସ୍ବୀକୃତି ମଧ୍ୟ ମିଳିଛି। ଆଉ ଦୁଇଝିଅ ଭାରତର ଦୁଇ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବେ କାର୍ଯ୍ୟରତ। ଝିଅମାନଙ୍କର ଏପରି କୃତିତ୍ୱ ଦେଖି ପିତା ଜଗଦେବ ସେମାନଙ୍କୁ ମା’ ଦୁର୍ଗାଙ୍କ ଅବତାର ବୋଲି ଅଭିହିତ କରିଛନ୍ତି।
ଏହି ଛଅଝିଅଙ୍କୁ ଦେଖି ଲୋକମାନେ ବୋଝ ବୋଲି କହୁଥିଲେ। କିନ୍ତୁ ଠିକ୍‌ ସମୟରେ ଜଗଦେବ ଗାଁରେ ଝିଅମାନଙ୍କ ପ୍ରାଥମିକ ଶିକ୍ଷା ଶେଷ କରାଇଥିଲେ। ସ୍କୁଲଶିକ୍ଷା ସମାପ୍ତ ପରେ ସମସ୍ତେ ସୋନେପତ୍‌ର ଟିକାରାମ ମହିଳା ମହାବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇଥିଲେ। ଏଥିସହ ହିନ୍ଦୁ କଲେଜରୁ ବି.ଏସ୍‌ସି. ପଢ଼ା ଶେଷ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ଝିଅମାନଙ୍କୁ ଚଣ୍ଡିଗଡ଼ ପଠାଇଥିଲେ ଜଗଦେବ। ତାଙ୍କ ଝିଅଙ୍କ ମଧ୍ୟରୁ ଡ. ସଙ୍ଗୀତା ଦହିୟା ପଦାର୍ଥ ବିଜ୍ଞାନ, ଡ. ମୋନିକା ଦହିୟା ବାୟୋଟେକ୍ନୋଲୋଜି, ଡ. ନିତୁ ଦହିୟା ବାୟୋଟେକ୍ନୋଲୋଜିରେ ଉଚ୍ଚତର ଡିଗ୍ରୀ ଶେଷ କରିଛନ୍ତି। ଚତୁର୍ଥ ଝିଅ କଳ୍ପନା ପଞ୍ଜାବ ୟୁନିଭର୍ସିଟିରେ ପ୍ରଫେସର ଅଛନ୍ତି। ଡ. ଡେନି ଦହିୟା ଓ ରୁଚି ଦହିୟା ଗଣିତରେ ଏମ୍‌.ଏସ୍‌ସି.ରେ ପି.ଏଚ୍‌ଡି. କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri