ସରିଲା ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ୍‌,୨୪ା୧୦(ଡି.ଏନ.ଏ.): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଶନିବାର ଶେଷ ହୋଇଛି। ମା’ଙ୍କୁ ମହାମାୟା ବେଶରେ ସଜ୍ଜିତ କରାଯାଇଥିଲା। ଚଳିତ ବର୍ଷ ୯ ଦିନ ପରିବର୍ତ୍ତେ ୮ ଦିନ ରଥଯାତ୍ରା କରାଯାଇଥିବାରୁ ଅପରାହ୍ନରେ ରଥକୁ ବେଢ଼ା ପରିକ୍ରମା କରାଯାଇଥିଲା। ପରେ ରଥକୁ ମନ୍ଦିର ସମ୍ମୁଖକୁ ଅଣାଯାଇ ସୁସଜ୍ଜିତ ବିମାନରେ ମା’ଙ୍କ ବିଜୟ ପ୍ରତିମାକୁ ଲାଖବିନ୍ଧା ପଡ଼ିଆକୁ ନିଆଯାଇ ଦିଗବିଜୟ ଯାତ୍ରା କରାଯାଇଥିଲା। କରୋନା କଟକଣା ପାଇଁ ସ୍ବଳ୍ପ ସଂଖ୍ୟକ ପୋଲିସ ଓ ସେବାୟତ ଉକ୍ତ ଯାତ୍ରାରେ ସାମିଲ ହୋଇଥିଲେ। ପ୍ରତ୍ୟେକ ବର୍ଷ ହଜାରହଜାର ସଂଖ୍ୟକ ଭକ୍ତ ଯୋଗଦେଉଥିବା ବେଳେ ଚଳିତବର୍ଷ ବିନା ଭକ୍ତରେ ମା’ଙ୍କ ଷୋଡଶୋପଚାର ଓ ରଥଯାତ୍ରା ସମାପନ ହୋଇଛି। ଏଥିପାଇଁ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯାଜପୁରବାସୀ, ସେବାୟତ ଓ ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଯାଜପୁର ଏସ୍‌ପି ଚରଣ ସିଂ ମୀନା, ଉପଜିଲାପାଳ ତଥା ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ, ପିଡି ଡିଆରଡିଏ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ତହସିଲଦାର ସୁଶାନ୍ତ କୁମାର ପତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଯାଜପୁର ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ରଙ୍କ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri