ଆବେଗର ଆଲୋକବର୍ତ୍ତିକା

ସଞ୍ଜ ନଇଁ ଆସିବା ପରେ ଜଙ୍ଗଲ ଓ ପାହାଡ଼ ଦେଇ ଗତି କରିବା ବେଳେ ଥାଏ ଅନେକ ଭୟ। କିନ୍ତୁ ଯେଉଁମାନେ ଦୁଃସାହସିକ ଯାତ୍ରା କରିଥାଆନ୍ତି, ସେମାନଙ୍କୁ ପ୍ରକୃତି ନୂଆ କିଛି ଉପହାର ଦେବାକୁ ଚାହେଁ। ସେହି ଉପହାର ଗ୍ରହଣ କରିବାର କଳା ଯାହାଙ୍କ ପାଖରେ ଥାଏ, ସେ ହିଁ ତାହାକୁ ତୋଳି ଧରିଥାଆନ୍ତି। ମହାରାଷ୍ଟ୍ରର ଅହମ୍ମଦନଗର ଜିଲା ଭଣ୍ଡାରଦାର ଦେଇ ଟ୍ରେକିଂ କଲା ବେଳେ ସେ ଦେଖିଥିଲେ ଗୋଟେ ଗଛକୁ ଘେରି ରହିଛନ୍ତି ଅସଂଖ୍ୟ ଜୁଳୁଜୁଳିଆ ପୋକ ବା ଖଦ୍ୟୋତ। ସେହି ସମୟରେ ଆକାଶରେ ତାରାମାନଙ୍କ ଶାନ୍ତସ୍ନିଗ୍ଧ ଆଲୋକ ମଧ୍ୟ ବିଛୁରିତ ହୋଇପଡ଼ିଥିଲା। ଅନ୍ଧାର ଭିତରେ ଆଲୁଅ ପ୍ରବେଶ କଲେ ଯେଭଳି ସେହି ଇଲାକା ପ୍ରଜ୍ୱଳିତ ହୋଇଯାଇଥାଏ, ତାରକାମାନଙ୍କ ଆଲୋକ ଯେତେବେଳେ ଖଦ୍ୟୋତ ଭର୍ତ୍ତି ଗଛଟି ଉପରେ ପଡ଼ିଯାଇଛି, ତାହା ମନୋରମ ଦୃଶ୍ୟ ସୃଷ୍ଟି କରିଛି। ସେହି ଅପୂର୍ବ ପ୍ରାକୃତିକ ଶୋଭାରାଜିକୁ ନିଜ କ୍ୟାମେରାରେ ତୋଳିବାକୁ ଯାଇ ଯେଉଁ କିଶୋରୀ ଏକ ଚମତ୍କାର ଚିତ୍ର ଉତ୍ତୋଳନ କରି ଆଜି ବିଶ୍ୱ ଲେନ୍ସ ଦୁନିଆରେ ନିଜ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛନ୍ତି, ସେ ହେଉଛନ୍ତି ଐଶ୍ୱର୍ଯ୍ୟା ଶ୍ରୀଧର। ଚଳିତବର୍ଷର ବିହେଭିୟର ଇନ୍‌ଭର୍ଟିବ୍ରେଟ୍ସ ବର୍ଗରେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ସମ୍ମାନ ପାଇବାରେ ସେ ପ୍ରଥମ ଭାରତୀୟ ଓ ସର୍ବକନିଷ୍ଠା ମହିଳା ହୋଇପାରିଛନ୍ତି। ୮୦ ଦେଶର ୫୦ ହଜାର ଫଟୋ ମଧ୍ୟରେ ଶ୍ରେଷ୍ଠ ୧୦୦ରେ ଐଶ୍ୱର୍ଯ୍ୟାଙ୍କ ‘ଲାଇଟ୍ସ ଅଫ୍‌ ପାସନ୍‌’ ଲଣ୍ଡନସ୍ଥିତ ନ୍ୟାଶନାଲ ମ୍ୟୁଜିୟମ ଅଫ୍‌ ହିଷ୍ଟ୍ରିରେ ସ୍ଥାନ ପାଇବା ପରେ ସେ ଏଭଳି ସଫଳତା ପାଇଛନ୍ତି। ଏବେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ମିଳିବାରେ ଲାଗିଛି।
୧୨ ଜାନୁୟାରୀ ୧୯୯୭ରେ ଐଶ୍ୱର୍ଯ୍ୟା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସେ ଶ୍ରୀଧର ରଙ୍ଗନାଥନ ଓ ରାଣୀ ଶ୍ରୀଧରଙ୍କ ତନୟା। ସେ ଡକ୍ଟର ପିଲାଇ ଗ୍ଲୋବାଲ ଏକାଡେମୀର ଛାତ୍ରୀ ଥିଲେ ଓ ୨୦୧୩ରେ କେମ୍ବ୍ରିଜ୍‌ ଇଣ୍ଟରନ୍ୟାଶନାଲ ପରୀକ୍ଷାର ବିଜ୍‌ନେସ୍‌ ଷ୍ଟଡିଜ୍‌ ପେପରରେ ଓ୍ବାଲର୍‌ଡ ଟପ୍ପର ହେବାର ଗୌରବ ଅର୍ଜନ କରିଥିଲେ। ୨୩ ବର୍ଷୀୟା ଐଶ୍ୱର୍ଯ୍ୟା ମଧ୍ୟ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ଛାତ୍ରୀ ଭାବେ ପାଠ ପଢ଼ିଛନ୍ତି। ପିତା ବମ୍ବେ ନାଚ୍ୟୁରାଲ ହିଷ୍ଟ୍ରି ସୋସାଇଟି (ବିଏନ୍‌ଏଚ୍‌ଏସ୍‌)ର ସଦସ୍ୟ। ତେଣୁ ତାଙ୍କ ସହ ଐଶ୍ୱର୍ଯ୍ୟା ବିଭିନ୍ନ ଜଙ୍ଗଲ ବୁଲିବା ବେଳେ ଖୁବ୍‌ କମ୍‌ ବର୍ଷରେ ଅନେକ ଅଭିଜ୍ଞତା ଅର୍ଜନ କରିପାରିଛନ୍ତି। ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା, ସେ ଫଟୋଗ୍ରାଫି ପ୍ରତି ଆକର୍ଷିତ ହୋଇଥିଲେ। ମହାରାଷ୍ଟ୍ରର ରତ୍ନଗିରି ଜଙ୍ଗଲରେ ସେ ଟ୍ରେକିଂ ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର ‘ପାଞ୍ଜେ-ଦି ଲାଷ୍ଟ୍‌ ଓ୍ବେଟ୍‌ଲାଣ୍ଡ’ ୨୦୧୮ରେ ଦୂରଦର୍ଶନରେ ପ୍ରସାରିତ ହୋଇ ଅସଂଖ୍ୟ ପ୍ରଶଂସା ସାଉଁଟିଥିଲା। ତା’ ପରେ ସେ ଆଗକୁ ବଢ଼ିଚାଲିଛନ୍ତି। ଓ୍ବାଇଲ୍ଡ ବେଙ୍ଗଲ ଟାଇଗ୍ରୀସ୍‌ଙ୍କ ଉପରେ ‘ମାୟା’ ନାମରେ ଏକ ଫିଚର ଫିଲ୍ମ ନିର୍ମାଣ କରିଛନ୍ତି। ଏହା ନ୍ୟୁୟର୍କ ସିଟିଠାରେ ଅନୁଷ୍ଠିତ ୯ମ ଓ୍ବାଇଲ୍ଡଲାଇଫ୍‌ କଞ୍ଜରଭେଶନ ଫିଲ୍ମ ଫେଷ୍ଟିଭାଲ (ଡବ୍ଲ୍ୟୁସିଏଫ୍‌ଏଫ୍‌)ରେ ବେଷ୍ଟ ଆମେଚ୍ୟୁର ଫିଲ୍ମ ସମ୍ମାନ ପାଇପାରିଛି। ଖୁବ୍‌ କମ୍‌ ବୟସରେ ସେ ଯେଉଁ ପୁରସ୍କାର ଓ ସମ୍ମାନ ପାଇ ଫଟୋଗ୍ରାଫି ଦୁନିଆରେ ନିଜର ସ୍ଥାନ ବଜାୟ ରଖିପାରିଛନ୍ତି ସେଥି ମଧ୍ୟରେ ରହିଛି- ୨୦୧୧ରେ ସାଙ୍କଚ୍ୟୁଆରି ଏସିଆଜ୍‌ ୟଙ୍ଗ ନାଚ୍ୟୁରାଲିଷ୍ଟ, ୨୦୧୪ରେ ଓ୍ବାଲର୍‌ଡ ସ୍ପାରୋ ଡେ ଫେଟୋଗ୍ରାଫି, ୨୦୧୬ରେ କ୍ୟାମେରା ଫେୟାର ଆଓ୍ବାର୍ଡ, ୨୦୧୮ରେ ୟଙ୍ଗ୍‌ ଡିଜିଟାଲ କ୍ୟାମେରା ଫଟ୍ରୋଗ୍ରାଫର ଅଫ୍‌ ଦି ଇୟର, ୨୦୧୯ରେ ପ୍ରିନ୍ସସେସ୍‌ ଡାଏନା ଆଓ୍ବାର୍ଡ ଓ ଓ୍ବିମେନ୍‌ ଆଇକନ୍‌ ଇଣ୍ଡିଆ ଆଓ୍ବାର୍ଡ ଏବଂ ୨୦୨୦ରେ ଜାକ୍ସନ୍‌ ଓ୍ବାଇଲ୍ଡ ଫେଲୋସିପ୍‌ ସହ ଲଣ୍ଡନ ସ୍ଥିତ ନାଚ୍ୟୁରାଲ ହିଷ୍ଟ୍ରି ମ୍ୟୁଜିୟମ ପକ୍ଷରୁ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଅଫ୍‌ ଦି ଇୟର ଆଓ୍ବାର୍ଡ।
ଏଥିସହିତ ସେ ବମ୍ବେ ହାଇକୋର୍ଟ ଦ୍ୱାରା ନିଯୁକ୍ତି ପାଇ ମହାରାଷ୍ଟ୍ର ଆଦର୍‌ରଭୂମି ଚିହ୍ନଟ କମିଟିର ସଦସ୍ୟା ହୋଇପାରିଛନ୍ତି। ପରିବେଶ ଓ ଓ୍ବାଇଲ୍ଡ ଲାଇଫ୍‌ ସଂକ୍ରାନ୍ତ ତାଙ୍କ କାର୍ଯ୍ୟ ବିବିସି ଓ୍ବାଇଲ୍ଡ ଲାଇଫ୍‌, ଦି ଗାର୍ଡିଆନ, ସାଙ୍କଚ୍ୟୁଆରି ଏସିଆ, ହିନ୍ଦୁସ୍ତାନ ଟାଇମ୍ସ, ମୁମ୍ବାଇ ମିରର୍‌, ଡିଜିଟାଲ କ୍ୟାମେରା, ମାତୃଭୂମି ଓ ମଙ୍ଗାବେରେ ପ୍ରକାଶ ପାଇ ବନ୍ୟପ୍ରାଣୀ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ସେ ଏବେ ଯୁବ ବନ୍ୟପ୍ରାଣୀ ଫଟୋଗ୍ରାଫରଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୃଷି ନୋବେଲ ବିଜେତା

ବିଶ୍ୱରେ ଆଗକୁ କରୋନା ଭାଇରସ୍‌ଜନିତ ମୃତ୍ୟୁ ଅପେକ୍ଷା କ୍ଷୁଧାରେ ଅଧିକ ଲୋକଙ୍କ ପ୍ରାଣହାନି ଘଟିବ ବୋଲି ଅନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ହଜାର ହଜାର...

ପ୍ରଦୂଷଣ ଜାଲରେ ଲକ୍ଷାଧିକ ଶିଶୁ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସର୍ବଶେଷ ତଥ୍ୟ ଅନୁଯାୟୀ ବାୟୁପ୍ରଦୂଷଣ ଯୋଗୁ ବିଶ୍ୱରେ ବାର୍ଷିକ ୫କୋଟି ୪୦ଲକ୍ଷ ଲୋକଙ୍କ ଜୀବନ ଅକାଳରେ ଝଡ଼ି...

ସୀମାର ଦୁଃଖ

ଅନିଲ କୁମାର ବିଶ୍ୱାଳ ଏବେ ଆମ ରାଜ୍ୟରେ ଚର୍ଚ୍ଚା ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳକୁ ନେଇ। ଆନ୍ଧ୍ର ସରକାର ଓଡ଼ିଶାର କିଛି ଅଞ୍ଚଳରେ ନିର୍ବାଚନ କରାଇଛନ୍ତି।...

ଦାଦନ ଦୁର୍ଦ୍ଦଶାର ଅନ୍ତ କେବେ

ଘାସିରାମ ପଣ୍ଡା ଦେଶବ୍ୟାପୀ ତାଲାବନ୍ଦ ଫଳରେ ରୋଜଗାରର ଅନ୍ବେଷଣରେ ଦେଶାନ୍ତର ହୋଇଥିବା ଶ୍ରମିକମାନେ ଭିଟାମାଟିକୁ ଫେରିଲେ। ଫେରୁଥିବାର କରୁଣ କାହାଣୀ ସେତେବେଳେ ସମସ୍ତଙ୍କୁ ବ୍ୟଥିତ କରିଥିଲା।...

ଏଇ ଭାରତରେ

କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣ ସାରା ବିଶ୍ୱକୁ ସଙ୍କଟରେ ପକାଇଛି। ଦୈନିକ ହଜାର ହଜାର ଲୋକ ଏହି ସଂକ୍ରମଣରେ ଶିକାର ହେଉଛନ୍ତି ଓ ମୃତ୍ୟୁ ମୁଖରେ ପଡୁଛନ୍ତି।...

ଆଗ ମୋବାଇଲ

ଦ୍ୱିତୀ ଚନ୍ଦ୍ର ସାହୁ ଅନେକ ଦିନ ପରେ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲୁ। ବନ୍ଧୁ ପତ୍ନୀ ନିଜର ଏକ ବର୍ଷର ଛୁଆକୁ ଖେଳାଉଥିଲେ ମୋବାଇଲ ସାଥିରେ।...

ମିଛ ଆଶ୍ୱାସନା

ଆକାର ପଟେଲ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରିମାସୀରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୁଣି ୪.୭ ପ୍ରତିଶତକୁ କମିଯାଇଛି। ଗତ ଛଅବର୍ଷ ଭିତରେ ଏହା ସବୁଠାରୁ...

ବିଲୁପ୍ତ ଚେତନା

ମନ-ମାନଚିତ୍ର/ ଡ. ନରହରି ବେହେରା ସମୟ ଥିଲା, ବୃକ୍ଷ ବେଷ୍ଟନୀ ଭିତରେ ଏ ପୃଥବୀ ସବୁଜ ଦିଶୁଥିଲା। ସେଥିପାଇଁ ପ୍ରାଚୀନ ଆର୍ଯ୍ୟ ଋଷିଗଣ ଶାନ୍ତିପାଠ ବେଳେ...

Advertisement

BGU

Archives

Model This Week

Why Dharitri