ଏଇ ଭାରତରେ

ପଢ଼ିବା ସମୟରେ ଅଭାବକୁ ଅତି ନିକଟରୁ ଦେଖିଥିଲେ ମନୋଜ ଯାଦବ । ସେଭଳି ସ୍ଥିତି ଆଉ କେଉଁ ପିଲା ସମ୍ମୁଖୀନ ନ ହେବା ଲାଗି ସେ ଶିକ୍ଷାଦାନର ଅଭିନବ ଉପାୟ ଆରମ୍ଭ କରିଛନ୍ତି। ସେ ବାରାଣସୀର ୧୫ଟି ଗାଁର ବସ୍ତିରେ ରହୁଥିବା ୫୦୦ ଗରିବ ପିଲାଙ୍କୁ ମାଗଣାରେ ପଢ଼ାଇ ଶିକ୍ଷାର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି। ମନୋଜ ବାରାଣସୀର ପନ୍ଦରପୁରରେ ରହୁଛନ୍ତି। ଗରିବ ପିଲାମାନଙ୍କୁ ମାଗଣାରେ ପଢ଼ାଉଥିବା ମନୋଜ ଗରିବ ପରିବାରରୁ ଆସିଛନ୍ତି। ତାଙ୍କ ମା’ ଓ ବାପା ଦିନମଜୁରିଆ ଭାବେ କାମ କରି ଘର ଚଳାଉଥିଲେ। ତେବେ ଦାରିଦ୍ର୍ୟ ଯୋଗୁ ବେଶି ପଢ଼ିପାରିଲେ ନାହିଁ ମନୋଜ। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କୁ ବୟସ ୩୫। ବିଗତ ୫ ବର୍ଷ ହେଲା ବସ୍ତିକୁ ଯାଇ ପିଲାଙ୍କୁ ପଢ଼ାଉଛନ୍ତି। ପ୍ରଥମେ ସେ ତାଙ୍କ ଗାଁ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ପିଲାସଂଖ୍ୟା ବଢ଼ିବା ଯୋଗୁ ସେ ତାଙ୍କ ମା’ଙ୍କ ନାମରେ ୨୦୧୯ରେ ‘ପ୍ରଭାବତୀ ଓ୍ବେଲଫେୟାର ଫାଉଣ୍ଡେଶନ’ ଗଠନ କରି ଏହା ମାଧ୍ୟମରେ ଉକ୍ତ ଅଭିଯାନକୁ ଗତିଶୀଳ କରିଛନ୍ତି। ଅନେକ ଯୁବକ ଚାକିରି ଛାଡ଼ି ଏହି କାର୍ଯ୍ୟରେ ମନୋଜଙ୍କ ସହ ଯୋଡ଼ି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri