ଭିତ୍ତିଭୂମି ବିକାଶ, ଅତ୍ୟାଧୁନିକ ସୁବିଧା ଉପରେ ଗୁରୁତ୍ୱ

ସମ୍ବଲପୁର,୧୫।୧୦(ବ୍ୟୁରୋ): ସମ୍ବଲପୁର ରେଳମଣ୍ଡଳ ସଂସଦୀୟ ସ୍ତରୀୟ ବୈଠକ ଶୁକ୍ରବାର ସ୍ଥାନୀୟ ଏକ ହେଟେଲରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରତ କୁମାର ଶ୍ରୀବାସ୍ତବ, ପୂର୍ବତଟ ରେଳପଥ ପ୍ରମୁଖ ବିଭାଗୀୟ ଅଧିକାରୀ, ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ଭୀନତ ସିଂ ବୈଠକରେ ଯୋଗ ଦେଇଥିଲେ । ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, କୋରାପୁଟ ଏମପି ସପ୍ତଗିରି ଉଲକା, କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ ଯୋଗ ଦେଇଥିଲେ। ବଲାଙ୍ଗୀର ଏମ୍‌ପିଙ୍କ ପ୍ରତିନିଧି ରାଜେଶ ଅଗ୍ରୱାଲ, ରାଜ୍ୟସଭା ଏମପି ସୁଜିତ କୁମାରଙ୍କ ପ୍ରତିନିଧି ସୁମିତ କୁମାର ରାଉତ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ସମ୍ବଲପୁର ରେଳମଣ୍ଡଳର ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଭିତ୍ତିଭୂମିର ବିକାଶ କରିବା ସହ ଅତ୍ୟାଧୁନିକ ବ୍ୟବସ୍ଥା ଶ୍ରୀଘ୍ର ଲାଗୁ କରିବାକୁ କମିଟିର ସଭ୍ୟମାନେ ପରାମର୍ଶ ନେଇଥିଲେ। ପ୍ରଥମେ ରେଲୱେ ସମ୍ବନ୍ଧିତ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ପ୍ରସ୍ତାବଗୁଡିକ ମଧ୍ୟରେ ବଲାଙ୍ଗୀର -ଖୋର୍ଦ୍ଧା ରେଲୱେ ଲାଇନର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା, ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଟ୍ରେନ ଚଳାଚଳ ସୁନିଶ୍ଚିତ କରିବା, ବଲାଙ୍ଗୀର ନୂଆପଡ଼ା ଭାୟା ହାର୍ଡ଼ାଟାଲ ଚୂଡ଼ାପାଲି ଭଇଂସା ପାଟଣାଗଡ ଖପ୍ରାଖୋଲ ରେଲୱେ ଲାଇନର ଫାଇନାଲ ଲୋକେସନ ସର୍ଭେ କାର୍ଯ୍ୟ ତୁରନ୍ତ ସମାପ୍ତ କରି ରେଲୱେ ଲାଇନ ନିର୍ମାଣ କାର୍ଯ୍ୟ କରିବା, କଣ୍ଟାବାଞ୍ଜି ରେଲୱେ ଷ୍ଟେଶନରେ ଥିବା ୭୫୦ ଏକର ରେଲୱେ ଜମିରେ ରେଳ ୱାଗନ ଫାକ୍ଟ୍ରି, ହସ୍ପିଟାଲ କରିବା, ଟିଟିଲାଗଡ଼ ରେଲୱେ ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ପ୍ରତୀକ୍ଷା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ତୁରନ୍ତ ଶୌଚାଳୟ, ବିଶ୍ରାମ କକ୍ଷ, ଲିଫ୍ଟ, ବେଟେରୀଚାଳିତ କାର, ଯାନବାହାନ ରଖିବା ସୁବିଧା କରିବା, ସମତା ଏକ୍ସପ୍ରେସ ଟ୍ରେନ ସପ୍ତାହରେ ପାଞ୍ଚ ଦିନ ପରିବର୍ତ୍ତେ ୭ ଦିନ ଚଳାଚଳ କରିବା , ବଲାଙ୍ଗୀର ରେଲୱେ ଷ୍ଟେଶନରେ ଲିଫ୍ଟର ବ୍ୟବସ୍ଥା, ପାନୀୟ ଜଳଯୋଗାଣ ନେଇ ଆଲୋଚନା ହୋଇଥିଲା। ଏହାଛଡା ବର୍ଷା ଦିନେ ଟିକେଟ କାଉଣ୍ଟରରୁ ପ୍ଲାଟଫର୍ମକୁ ଯିବା ପାଇଁ ୱାଟର ପ୍ରୁଫ ବ୍ୟବସ୍ଥା, ବେଟେରୀଚାଳିତ ଗାଡ଼ି ବ୍ୟବସ୍ଥା, କଣ୍ଟାବାଞ୍ଜିରୁ ଜୟପୁର ଭାୟା କୋକସରା ଧର୍ମଗଡ଼ ରେଲୱେ ଲାଇନ ନିର୍ମାଣ, ଭୁବନେଶ୍ୱର ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ହୀରାକୁଦ ଏକ୍ସପ୍ରେସ ଟ୍ରେନକୁ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ବଲାଙ୍ଗୀର ବରଗଡ଼ର ଯାତ୍ରୀ ନୂଆଦିଲ୍ଲୀକୁ ଯାତାୟାତ ପାଇଁ ଟ୍ରେନ ଚଳାଚଳ ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ସର୍ବୋଚ୍ଚ ବିଦ୍ୟୁତ ଯନ୍ତ୍ରୀ, ସର୍ବୋଚ୍ଚ ବାଣିଜ୍ୟ ଯନ୍ତ୍ରୀ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ, ରେଲୱେ ପୋଲିସ ମହା ନିର୍ଦ୍ଦେଶକ, ଇଷ୍ଟକୋଷ୍ଟ ରେଲୱେ ଜୋନର ସମସ୍ତ ଅଧିକାରୀ, ଯନ୍ତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?