ଏଇ ଭାରତରେ

ବାଉଁଶ ନିର୍ମିତ ଏକ ସ୍କୁଲ ଅଛି ଯମୁନାକୂଳରେ। ଉତ୍ତରପ୍ରଦେଶ, ହରିୟାଣା, ବିହାର ଓ ମଧ୍ୟପ୍ରଦେଶରୁ ଆସି ଯମୁନାକୂଳରେ ରହୁଥିବା ଲୋକଙ୍କ ପିଲାମାନଙ୍କ ଶିକ୍ଷା ଲାଗି ଏହି ସ୍କୁଲ ଗଢ଼ିଛନ୍ତି ଦେବୀ ପାଲ୍‌ ଓ ଦୀପକ ଚୌଧୁରୀ। ବାହାରୁ ଆସୁଥିବା ଲୋକମାନେ ମୁଖ୍ୟତଃ ଯମୁନା ତଟବର୍ତ୍ତୀ ଅଞ୍ଚଳରେ ଚାଷ କରି ବଞ୍ଚୁଛନ୍ତି। ଉକ୍ତ ଅଞ୍ଚଳ ବନ୍ୟାପ୍ରବଣ ଓ ସେଠାରେ ସ୍ଥାୟୀ ସ୍କୁଲ ନିର୍ମାଣକୁ ପ୍ରଶାସନ ଅନୁମତି ଦେଉନଥିବାରୁ ଏହି ଦୁଇ ବନ୍ଧୁ ବାଉଁଶରେ ସ୍କୁଲ ନିର୍ମାଣ କରି ପିଲାଙ୍କୁ ପଢ଼ାଉଛନ୍ତି। ଏକତା ଫାଉଣ୍ଡେଶନ ସହଯୋଗରେ ସେମାନେ ଏହା କରିଛନ୍ତି। ଉକ୍ତ ସ୍କୁଲକୁ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ମଧ୍ୟ ସ୍ଥାନାନ୍ତର କରାଯାଇପାରିବ ବୋଲି କହନ୍ତି ପାଲ୍‌। ଏହି ସ୍କୁଲର ନାମ ଶାରଦା ଯମୁନା ଖଦର ପାଠଶାଳା। ସ୍କୁଲ ପ୍ରତିଷ୍ଠା ହେବା ପରଠାରୁ ପିଲାମାନେ ଏବେ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଉକ୍ତ ସ୍କୁଲରେ ପ୍ରଥମେ ୫ ଜଣରୁ କମ୍‌ ପିଲା ପଢ଼ୁଥିଲେ। ଏବେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇ ପହଞ୍ଚତ୍ଛି ୨୫୦ରେ। ଦୁଇ ବନ୍ଧୁ ପାଲ୍‌ ଓ ଚୌଧୁରୀ ପିଲାମାନଙ୍କ ପାଇଁ ବାଉଁଶରେ ଏକ କମ୍ପ୍ୟୁଟର ସେଣ୍ଟର ଓ କମ୍ପିଟେଟିଭ ପରୀକ୍ଷା ଲାଗି କୋଚିଂ ସେଣ୍ଟର ଖୋଲିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?