ଏଇ ଭାରତରେ

କର୍ନାଟକର ଦିବ୍ୟା ସେଟ୍ଟୀ ଓ ବିଷ୍ଣୁ ବର୍ଦ୍ଧନଙ୍କ ପରବେଶ ଚିନ୍ତା ବେଶ୍‌ ପ୍ରେରଣାଦାୟକ। ପ୍ରତି ମାସରେ ଏହି ଦମ୍ପତି ଅନେକ ଟନ୍‌ ବର୍ଜ୍ୟ ରିସାଇକ୍ଲିଂ କରୁଛନ୍ତି। ଉକ୍ତ ଦମ୍ପତି ସର୍କଲ ଏକ୍ସ, ପେପା ଏବଂ ଇଣ୍ଡିଆନ୍‌ ସୁପର ହିରୋ ନାମକ ତିନୋଟି ଷ୍ଟାର୍ଟଅପ୍‌ ଗଠନ କରି ବର୍ଜ୍ୟ ସମସ୍ୟା ସମାଧାନ କରିବା ସହ କୃଷକମାନଙ୍କୁ ସାହାଯ୍ୟ କରୁଛନ୍ତି। ଇଣ୍ଡିଆନ୍‌ ‘ସୁପର ହିରୋ’ ମାଧ୍ୟମରେ କୃଷକମାନଙ୍କୁ ଜୈବିକ ଚାଷରେ ସାହାଯ୍ୟ କରିବା ସହ ସେମାନଙ୍କ ଉପତ୍ାଦକୁ ସିଧାସଳଖ ବିକ୍ରି କରିବାର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ୮୦୦ କୃଷକଙ୍କ ରୋଜଗାର ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି। ଦିବ୍ୟାଙ୍କ ବୟସ ୩୧। ବେଙ୍ଗାଲୁରରେ କୃଷକ ସମସ୍ୟା ଉପରେ ହୋଇଥିବା ଏକ ଆଲୋଚନାରେ ଦିବ୍ୟା ଓ ବିଷ୍ଣୁ ପରସ୍ପରକୁ ଭେଟିଥିଲେ ଓ ଦୁଇ ଜଣଙ୍କ ଲକ୍ଷ୍ୟ ସମାନ ଥିବାରୁ ସେମାନେ ୨୦୧୯ରେ ବିହାହ କରିଥିଲେ। ସେମାନେ ‘ପେପା’ ମାଧ୍ୟମରେ ବର୍ଜ୍ୟ କାଗଜ ସହ ଫୁଲମଞ୍ଜିକୁ ନେଇ ସିଡ୍‌ ପେନସିଲ (ପ୍ଲାଣ୍ଟେସିଲ) ତିଆରି କରୁଛନ୍ତି। ଦିବ୍ୟା ଓ ବିଷ୍ଣୁ ସର୍କଲ ଏକ୍ସ ଓ ଇଣ୍ଡିଆନ୍‌ ସୁପର ହିରୋ ଷ୍ଟାର୍ଟଅପ୍‌ ମାଧ୍ୟମରେ କଠିନ ବର୍ଜ୍ୟଗୁଡ଼ିକୁ ରିସାଇକ୍ଲିଂ କରୁଛନ୍ତି। ମାସକୁ ସେମାନେ ୧୦,୦୦୦ ମେଟ୍ରିକ ଟନ୍‌ ବର୍ଜ୍ୟ ପ୍ରୋସେସିଂ କରିପାରୁଛନ୍ତି। ଏହି କାର୍ଯ୍ୟରେ ୧୦,୦୦୦ ବର୍ଜ୍ୟ ସଂଗ୍ରହକାରୀ ଓ କବାଡିବାଲା ସଶକ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?