ଦେଶୀ ପଦ୍ଧତିରେ ବିଦେଶୀ ଫଳ

ପଦ୍ମପୁର, ୨୯।୭ (ଡି.ଏନ.ଏ)

ସିମେଣ୍ଟ ଖୁଣ୍ଟ ଉପରେ ମାଡ଼ିଛି କଣ୍ଟା ଜାତୀୟ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଗଛ। ଲତାଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ତିଆରି ହୋଇଥିବା ସ୍ବତନ୍ତ୍ର ଖୁଣ୍ଟ ଧାଡ଼ି ଧାଡ଼ି କରି ପୋତାଯାଇଛି। ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ ପାଢ଼ୀ ସାହିର ଯୁବଚାଷୀ ରତିକାନ୍ତ ପାଢ଼ୀଙ୍କ ବାଡ଼ିରେ ଫଳିଛି ଏହି ବିଦେଶୀ ଫଳ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତି, ଜୈବ ଜିଆଖତ ଓ ପିଡ଼ିଆ ବ୍ୟବହାର କରି ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିରେ ସେ ଏହି ଚାଷ କରିଛନ୍ତି।
କହନ୍ତି, ୟୁଟ୍ୟୁବ୍‌ରୁ ଡ୍ରାଗନ ଫଳ ଖାଇବାର ଉପକାରିତା ଓ ଚାଷ ପ୍ରଣାଳୀ ବିଷୟରେ ତଥ୍ୟ ସଂଗ୍ରହ କରି ଗତବର୍ଷ ଗୁଜରାଟରୁ ୧୦୦୦ ଡ୍ରାଗନ ଗଛ କିଣି ଆଣିଥିଲେ। ସେହିବର୍ଷ ଜୁନ୍‌ରେ ନିଜ ବାଡ଼ିରେ ସେ ଏହି ଗଛ ଲଗାଇଥିଲେ। ଏହାର ୧୦ ମାସ ପରେ ଗଛରେ ଫଳ ଫଳିବା ଆରମ୍ଭ କରିଥିଲା। ଏହି ଫଳର ଔଷଧୀୟ ଗୁଣ ଯୋଗୁ ବଜାରରେ ଚାହିଦା ମଧ୍ୟ ଅଧିକ। ଉକ୍ତ ରକ୍ତଚାପ, କର୍କଟ ଓ ମଧୁମେହ ରୋଗୀ ଏହି ଫଳକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ରୋଗ ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ବଜାରରେ କିଲୋ ପ୍ରତି ଏହି ଫଳ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପ୍ରଥମ ବର୍ଷ ୨ କୁଇଣ୍ଟାଲରୁ ଅଧିକ ଫଳ ବିକ୍ରି ହୋଇଛି। ଚଳିତବର୍ଷ ଏଥିରୁ ଅଧିକ ୪ ଗୁଣା ଫଳ ଉପତ୍ାଦନ ହେବ ବୋଲି ସେ ଆଶା ରଖିଛନ୍ତି। ଏହି ଗଛ ଥରେ ଲଗାଇଲେ ୩୦ ବର୍ଷ ଯାଏ ବଞ୍ଚି ରହିବ ବୋଲି ସେ କହିଛନ୍ତି। ଏହି ଚାଷ ପାଇଁ ସେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ନୂଆ ପ୍ରକାର ଚାଷ ଯୋଗୁ ବିଫଳ ହେବା ଆଶଙ୍କା କରି ସେ ଡ୍ରାଗନ ଗଛ ମଝିରେ ଲଗାଇଥିଲେ ତାଇୱାନ ପିଜୁଳି ଗଛ। ତେବେ ଉଭୟ ଗଛ ଆଶାଠାରୁ ଅଧିକ ଫଳ ଦେଇଛି। ଅଦ୍ୟାବଧି ପ୍ରାୟ ୩ କୁଇଣ୍ଟାଲ ପିଜୁଳି ବିକ୍ରି ହୋଇଛି। ସେହିପରି ରତିକାନ୍ତ ପର୍ସେମନ, ଆଭାକାଡ଼, ଏପ୍ରିକଟ, ଚେରି, ୱାଲନଟ, ଲାଲ, ସବୁଜ ଓ କଳା ଅଙ୍ଗୁର, ମଞ୍ଜି ବିହୀନ ଲେମ୍ବୁ, ବିରଳ ପ୍ରଜାତିର ଆମ୍ବ, ଆପଲ ଗଛ ମଧ୍ୟ ଲଗାଇଛନ୍ତି। ବନ୍ୟଜନ୍ତୁଙ୍କ କବଳରୁ ଫସଲ ରକ୍ଷା ପାଇଁ ବିଦ୍ୟୁତ୍‌ ଝଟକାର ବ୍ୟବସ୍ଥା କରିଛନ୍ତି। ବାଡ଼ିରେ ସ୍ବତନ୍ତ୍ର ଭାବେ କମ୍ପୋଷ୍ଟ ପିଟ୍‌ ତିଆରି କରିଥିବା ସହ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ପକ୍ଷରୁ ଚଳିତବର୍ଷ ପ୍ରୋତ୍ସାହନ ରାଶି ବାବଦରେ ତାଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ମିଳିଛି। ବଗିଚା ପାଇଁ ମୋଟ ୮ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସ୍ଥାନୀୟ ଉଦ୍ୟାନ ବିଭାଗ ଦେଇଛି ବୈଷୟିକ ସହାୟତା। ବଗିଚାର ରକ୍ଷଣାବେକ୍ଷଣ ନିଜେ ତଦାରଖ କରୁଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଛନ୍ତି। ଏହିଭଳି ନୂତନ ପଦ୍ଧତିରେ ଜ୍ଞାନକୌଶଳକୁ ବ୍ୟବହାର କରି ଆଗାମୀ ଯୁବପିଢ଼ି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାରକ୍ଷମ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ସଭାପତିଙ୍କ ଗାଡ଼ିକୁ ଆକ୍ରମଣ

ଆନନ୍ଦପୁର,୨୮।୬: କେନ୍ଦୁଝର ଜିଲା ଘସିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ ଚକ୍ରଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି। ଗାଡି ଭଙ୍ଗାରୁଜା...

ଭୀମକୁଣ୍ଡ ସ୍ବତୀ ଘାଟରେ ଦାମୋଦର ମେଳା

ଠାକୁରମୁଣ୍ଡା,୨୧ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନିକଟରେ ଥିବା ବୈତରଣୀ ନଦୀର ସ୍ବତୀ ଘାଟରେ ସୋମବାର ସାନ୍ତାଳ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ...

ପ୍ରେମିକା ଗର୍ଭବତୀ ଜାଣିବା ପରେ ପ୍ରେମିକ ଫେରାର

ଚଣ୍ଡିଖୋଲ,୨୩।୭(ଡି.ଏନ.ଏ): ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି। ଶାରୀରିକ ସମ୍ପର୍କ ପରେ ପ୍ରେମିକା ଗର୍ଭବତୀ। ପ୍ରେମିକାଙ୍କୁ ପ୍ରତାରଣା ଦେଇ ପ୍ରେମିକ ଫେରାର। ଏଭଳି ଅଭିଯୋଗ ହୋଇଛି ଯାଜପୁର...

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୬।୨(ବ୍ୟୁରୋ): ବଜେଟ ଘୋଷଣା ପରେ ପ୍ରଥମଥର ଲାଗି କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନିକିଆ ଗସ୍ତରେ ଓଡ଼ିଶା...

ପୂର୍ବତଟ ରେଳପଥକୁ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରାଷ୍ଟ୍ରୀୟ ସମ୍ମାନ

ଭୁବନେଶ୍ୱର,୧୬।୧୧ (ବ୍ୟୁରୋ): ଭାରତୀୟ ରେଳପଥର ସବୁପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥକୁ ସମ୍ମାନଜନକ ‘ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ବେଷ୍ଟ...

ଅଫିସ୍‌ ଆସିବେନି ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି। ଏହି ଦୁଇ...

୫ଦିନ ଧରି ନାବାଳିକାଙ୍କୁ ବଳାତ୍କାର

ବାରିପଦା ଅଫିସ, ୧।୫: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୫ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ବାପାଙ୍କ ଅଭିଯୋଗ...

ପଞ୍ଚାୟତ ସ୍ତରରେ ଜାତୀୟ ପେନ୍‌ସନ ଦିଆଯାଉ: ବିଜେଡି

ଭୁବନେଶ୍ୱର,୨୩ା୬(ଅନିଲଦାସ): ଓଡ଼ିଶାରେ ଜାତୀୟ ପେନ୍‌ସନ ପାଉଥିବା ୨୦ ଲକ୍ଷ ଲୋକ ଅଛନ୍ତି। ଯେଉଁଥିରୁ ୫୦% ଅର୍ଥ ଓଡ଼ିଶା ସରକାର ବହନ କରୁଛନ୍ତି। ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ...

Advertisement
Archives

Model This Week