ଦେଶୀ ପଦ୍ଧତିରେ ବିଦେଶୀ ଫଳ

ପଦ୍ମପୁର, ୨୯।୭ (ଡି.ଏନ.ଏ)

ସିମେଣ୍ଟ ଖୁଣ୍ଟ ଉପରେ ମାଡ଼ିଛି କଣ୍ଟା ଜାତୀୟ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଗଛ। ଲତାଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ତିଆରି ହୋଇଥିବା ସ୍ବତନ୍ତ୍ର ଖୁଣ୍ଟ ଧାଡ଼ି ଧାଡ଼ି କରି ପୋତାଯାଇଛି। ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ ପାଢ଼ୀ ସାହିର ଯୁବଚାଷୀ ରତିକାନ୍ତ ପାଢ଼ୀଙ୍କ ବାଡ଼ିରେ ଫଳିଛି ଏହି ବିଦେଶୀ ଫଳ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତି, ଜୈବ ଜିଆଖତ ଓ ପିଡ଼ିଆ ବ୍ୟବହାର କରି ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିରେ ସେ ଏହି ଚାଷ କରିଛନ୍ତି।
କହନ୍ତି, ୟୁଟ୍ୟୁବ୍‌ରୁ ଡ୍ରାଗନ ଫଳ ଖାଇବାର ଉପକାରିତା ଓ ଚାଷ ପ୍ରଣାଳୀ ବିଷୟରେ ତଥ୍ୟ ସଂଗ୍ରହ କରି ଗତବର୍ଷ ଗୁଜରାଟରୁ ୧୦୦୦ ଡ୍ରାଗନ ଗଛ କିଣି ଆଣିଥିଲେ। ସେହିବର୍ଷ ଜୁନ୍‌ରେ ନିଜ ବାଡ଼ିରେ ସେ ଏହି ଗଛ ଲଗାଇଥିଲେ। ଏହାର ୧୦ ମାସ ପରେ ଗଛରେ ଫଳ ଫଳିବା ଆରମ୍ଭ କରିଥିଲା। ଏହି ଫଳର ଔଷଧୀୟ ଗୁଣ ଯୋଗୁ ବଜାରରେ ଚାହିଦା ମଧ୍ୟ ଅଧିକ। ଉକ୍ତ ରକ୍ତଚାପ, କର୍କଟ ଓ ମଧୁମେହ ରୋଗୀ ଏହି ଫଳକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ରୋଗ ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ବଜାରରେ କିଲୋ ପ୍ରତି ଏହି ଫଳ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପ୍ରଥମ ବର୍ଷ ୨ କୁଇଣ୍ଟାଲରୁ ଅଧିକ ଫଳ ବିକ୍ରି ହୋଇଛି। ଚଳିତବର୍ଷ ଏଥିରୁ ଅଧିକ ୪ ଗୁଣା ଫଳ ଉପତ୍ାଦନ ହେବ ବୋଲି ସେ ଆଶା ରଖିଛନ୍ତି। ଏହି ଗଛ ଥରେ ଲଗାଇଲେ ୩୦ ବର୍ଷ ଯାଏ ବଞ୍ଚି ରହିବ ବୋଲି ସେ କହିଛନ୍ତି। ଏହି ଚାଷ ପାଇଁ ସେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ନୂଆ ପ୍ରକାର ଚାଷ ଯୋଗୁ ବିଫଳ ହେବା ଆଶଙ୍କା କରି ସେ ଡ୍ରାଗନ ଗଛ ମଝିରେ ଲଗାଇଥିଲେ ତାଇୱାନ ପିଜୁଳି ଗଛ। ତେବେ ଉଭୟ ଗଛ ଆଶାଠାରୁ ଅଧିକ ଫଳ ଦେଇଛି। ଅଦ୍ୟାବଧି ପ୍ରାୟ ୩ କୁଇଣ୍ଟାଲ ପିଜୁଳି ବିକ୍ରି ହୋଇଛି। ସେହିପରି ରତିକାନ୍ତ ପର୍ସେମନ, ଆଭାକାଡ଼, ଏପ୍ରିକଟ, ଚେରି, ୱାଲନଟ, ଲାଲ, ସବୁଜ ଓ କଳା ଅଙ୍ଗୁର, ମଞ୍ଜି ବିହୀନ ଲେମ୍ବୁ, ବିରଳ ପ୍ରଜାତିର ଆମ୍ବ, ଆପଲ ଗଛ ମଧ୍ୟ ଲଗାଇଛନ୍ତି। ବନ୍ୟଜନ୍ତୁଙ୍କ କବଳରୁ ଫସଲ ରକ୍ଷା ପାଇଁ ବିଦ୍ୟୁତ୍‌ ଝଟକାର ବ୍ୟବସ୍ଥା କରିଛନ୍ତି। ବାଡ଼ିରେ ସ୍ବତନ୍ତ୍ର ଭାବେ କମ୍ପୋଷ୍ଟ ପିଟ୍‌ ତିଆରି କରିଥିବା ସହ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ପକ୍ଷରୁ ଚଳିତବର୍ଷ ପ୍ରୋତ୍ସାହନ ରାଶି ବାବଦରେ ତାଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ମିଳିଛି। ବଗିଚା ପାଇଁ ମୋଟ ୮ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସ୍ଥାନୀୟ ଉଦ୍ୟାନ ବିଭାଗ ଦେଇଛି ବୈଷୟିକ ସହାୟତା। ବଗିଚାର ରକ୍ଷଣାବେକ୍ଷଣ ନିଜେ ତଦାରଖ କରୁଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଛନ୍ତି। ଏହିଭଳି ନୂତନ ପଦ୍ଧତିରେ ଜ୍ଞାନକୌଶଳକୁ ବ୍ୟବହାର କରି ଆଗାମୀ ଯୁବପିଢ଼ି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାରକ୍ଷମ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?