ଏଇ ଭାରତରେ

ଫଳ ବଗିଚାଟିଏ ଥିଲେ ତା’ଉପରେ ସମସ୍ତଙ୍କର ଆଖି ଥାଏ। ଫଳ ଲୋଭରେ ଅନେକେ ସୁଯୋଗ ଦେଖି ବଗିଚାରୁ ଚୋରି କରିବାକୁ ଭୁଲନ୍ତି ନାହିଁ, ଯେଉଁଥିପାଇଁ ଏକ ଆମ୍ବବଗିଚାକୁ ମଣିଷଙ୍କ ସହ କୁକୁରମାନଙ୍କୁ ଜଗୁଆଳି ଭାବେ ରଖାଯାଇଛି। ଏଭଳି ଏକ ବଗିଚା ଦେଖିବାକୁ ମିଳେ ମଧ୍ୟପ୍ରଦେଶର ଜବଲପୁରରେ। ଏହାର ମାଲିକ ହେଉଛନ୍ତି ସଙ୍କଳ୍ପ ସିଂ ପରିହାର। ବଗିଚାରେ ଦେଶ ବିଦେଶର ବହୁ ମୂଲ୍ୟବାନ୍‌ ଓ ସୁସ୍ବାଦୁ ଆମ୍ବ ଫଳୁଥିବାରୁ ସେ ଚୋରି ରୋକିବା ଲାଗି ଏଭଳି ସୁରକ୍ଷା ବ୍ୟବସ୍ଥା କରିଛନ୍ତି। କଥା ହେଉଛି, ୪୭ ବର୍ଷୀୟ ପରିହାରଙ୍କ ୪ ଏକର ବିଶିଷ୍ଟ ବଗିଚାରେ ୨୪ଟି ଦୁର୍ଲ୍ଲଭ କିସମର ୧ ହଜାରରୁ ଊର୍ଦ୍ଧ୍ୱ ଆମ୍ବଗଛ ଲଗାଯାଇଛି। ୮ଟି କିସମର ଚାରା ସେ ବିଦେଶରୁ ଯୋଗାଡ଼ କରିଥିତ୍ଲେ। ଏଥିରେ ମଲ୍ଲିକା ଓ ମିୟାଜାକୀର ଚାହିଦା ଢେର ବେଶି। ମିୟାଜାକୀ କିସମର ଆମ୍ବ କେଜି ପ୍ରତି ୧ ହଜାର ଟଙ୍କାରେ ବିକ୍ରି କରୁଛନ୍ତି ପରିହାର। ବଗିଚାରେ ଉନ୍ନତ କିସମର ଆମ୍ବ ଫଳୁଥିବାରୁ ବାହାରୁ ଲୋକେ ଏହାକୁ ଦେଖିବାକୁ ଆସୁଛନ୍ତି। ଏଥିପାଇଁ ବଗିଚା ଭିତରେ ଲୋକେ କିଭଳି ଭଲରେ ଭୋଜିକରି ସମୟ କଟାଇବେ ତାହାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କୁ ବିଭିନ୍ନ ଆମ୍ବ ଗଛ ଦେଖାଇବା ପାଇଁ ଗାଇଡ୍‌ ଭାବେ ସେ ଲୋକଙ୍କୁ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri