ଏଇ ଭାରତରେ

ଅବସର ଜୀବନ ଶେଷ ନୁହଁ। ଚାହିଁଲେ ଅବସର ପରେ ବି ନୂଆ ଏକ ଜୀବନ ଓ ବୃତ୍ତିରେ ସଫଳତା ମିଳିବ, ଯାହା ପ୍ରମାଣ କରିଛନ୍ତି କେରଳର କେ.ଟି. ଫ୍ରାନ୍‌ସିସ୍‌। କୋଝିକୋଡ ଜିଲାର ଫ୍ରାନ୍‌ସିସ୍‌ ୨୦୧୫ରେ ଜଣେ ଫିଜିକାଲ ଏଜୁକେଶନ ଟିଚର ଭାବେ ଅବସର ନେବା ପରେ ଜୈବିକ କୃଷିରେ ମଜ୍ଜି ଯାଇଛନ୍ତି। ଆଶ୍ଚର୍ଯ୍ୟ ଯେ ଫ୍ରାନ୍‌ସିସ୍‌ ୫ ଏକର ଜମିରେ ୫ରୁ ୮ ଲକ୍ଷ ଟଙ୍କା ଖଟାଇ ବର୍ଷକୁ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କୁ ଏବେ ବୟସ ୬୩। ସେ କୃଷକ ପରିବାରରେ ଜନ୍ମ। ଏଣୁ କୃଷି ତାଙ୍କର ନିଶା ପାଲଟିଯାଇଛି। ଚାକିରିରେ ଥିବାବେଳେ ବି ସେ ସମୟ ପାଇଲେ କୃଷିରେ ଲାଗିପଡ଼ନ୍ତି। ତେବେ ଅବସର ପରେ କୃଷିରେ ସଫଳତା ପାଇଁ ତାଙ୍କୁ କେରଳ କେଶରୀ ସମ୍ମାନ ପ୍ରଦାନ କରାଯାଇଛି। ଫ୍ରାନ୍‌ସିସ୍‌ ବିଶେଷକରି ନଡ଼ିଆ, ଗୁଆ, ଗୋଲମରିଚ ଚାଷ କରୁଛନ୍ତି। ଏହା ବ୍ୟତୀତ ନଡ଼ିଆ ଚାରା ଲାଗି ଏକ ନର୍ସରି କରି ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଉଛନ୍ତି। ତାଙ୍କର ଏହି କାର୍ଯ୍ୟରେ ପ୍ରଭାବିତ ହୋଇ କେରଳ କୃଷି ବିଭାଗ ଚାରା ଉତାରିବାରେ ତାଙ୍କୁ ସହଯୋଗ କରୁଛି। ସେ ମଧ୍ୟ ୟୁଟ୍ୟୁବ୍‌ ଚ୍ୟାନେଲ ମାଧ୍ୟମରେ ନଡ଼ିଆ, ଗୁଆ ଚାଷ ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି। ଏସବୁ ବାଦ୍‌ ଫ୍ରାନ୍‌ସିସ୍‌ ଛେଳି, ବତକ, ମାଛ ଚାଷରୁ ଅର୍ଥ ଉପାର୍ଜନ କରୁଛନ୍ତି। ବଡ଼ କଥା ହେଉଛି ଏତେପ୍ରକାର ଚାଷ ପାଇଁ ସେ ନିଜେ ଜୈବିକ ଖତ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି। କେରଳ କେଶରୀ ସମ୍ମାନ ବ୍ୟତୀତ ସେ ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରରେ କୃଷି ଲାଗି ବହୁ ପୁରସ୍କାର ଲାଭ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri