ଏଇ ଭାରତରେ

କାର୍ଯ୍ୟ ଆଧାରରେ ଜଣେ ଆଦର୍ଶ ସରପଞ୍ଚ ହୋଇପାରନ୍ତି, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ରାଜପୁର ଗ୍ରାମପଞ୍ଚାୟତର ପିୟଙ୍କା ତିଓ୍ବାରି। ପ୍ରିୟଙ୍କା ସରପଞ୍ଚ ନିର୍ବଚିତ ହେବାର ବର୍ଷେ ମଧ୍ୟରେ ତାଙ୍କ ପଞ୍ଚାୟତକୁ ୭୫% ପ୍ଲାଷ୍ଟିକ୍‌ମୁକ୍ତ କରିପାରିଛନ୍ତି। କେବଳ ସେତିକି ନୁହେଁ ଘରର ବ୍ୟବହୃତ ତଥା ଅଦରକାରୀ ପାଣିକୁ ରିସାଇକ୍ଲିଂ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେ ଏକ ଲାଇବ୍ରେରି ଓ ଶବଦାହଗୃହ ମଧ୍ୟ ନିର୍ମାଣ କରିଛନ୍ତି। ୨୯ ବର୍ଷୀୟା ପ୍ରିୟଙ୍କା ମାସ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଛନ୍ତି ଓ ତାଙ୍କ ସ୍ବାମୀ ଜଣେ ବ୍ୟବସାୟୀ। ୨୦୨୧ରେ ସେ ସରପଞ୍ଚ ଭାବେ ଶପଥ ନେବା ଦିନ ରାୟପୁର ପଞ୍ଚାୟତରେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିଥିଲେ। ଏବେସୁଦ୍ଧା ସେ ପଞ୍ଚାୟତରେ ୭୫% ପ୍ଲାଷ୍ଟିକ୍‌ କମାଇ ପାରିଛନ୍ତି। ଏଥିପାଇଁ ପ୍ରିୟଙ୍କା ପଞ୍ଚାୟତ ତରଫରୁ ଦୋକାନୀ, ରାସ୍ତକଡ଼ ବ୍ୟବସାୟୀ ଓ ପରିବାରଗୁଡ଼ିକୁ କପଡ଼ା ବ୍ୟାଗ ବଣ୍ଟନ କରୁଛନ୍ତି। ପରେ ଯେଉଁମାନେ ଏହାକୁ ନ ମାନି ପ୍ଲାଷ୍ଟିକ୍‌ ବ୍ୟବହାର କରୁଛନ୍ତି ସେମାନଙ୍କ ଉପରେ ପ୍ରଥମେ ୫୦୦ ଟଙ୍କା ଓ ପରେ ୧୦୦୦ ଟଙ୍କା ଜରିମାନା କରାଯାଉଛି। ଏହା ପରେ ଅମାନ୍ୟ କରୁଥିବା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରାଯାଉଛି। ସେ ପ୍ଲାଷ୍ଟିକ୍‌ ବ୍ୟବହାରଜନିତ କ୍ଷତି ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। କେକ୍‌ ପ୍ୟାକେଟ ଓ ଚକୋଲେଟ ଜରି ଆଦି ସଂଗ୍ରହ କଲେ ୧ କେଜି ପ୍ରତି ପିଲାମାନଙ୍କୁ ୨ଟଙ୍କା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?