ଏଇ ଭାରତରେ

କାର୍ଯ୍ୟ ଆଧାରରେ ଜଣେ ଆଦର୍ଶ ସରପଞ୍ଚ ହୋଇପାରନ୍ତି, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ରାଜପୁର ଗ୍ରାମପଞ୍ଚାୟତର ପିୟଙ୍କା ତିଓ୍ବାରି। ପ୍ରିୟଙ୍କା ସରପଞ୍ଚ ନିର୍ବଚିତ ହେବାର ବର୍ଷେ ମଧ୍ୟରେ ତାଙ୍କ ପଞ୍ଚାୟତକୁ ୭୫% ପ୍ଲାଷ୍ଟିକ୍‌ମୁକ୍ତ କରିପାରିଛନ୍ତି। କେବଳ ସେତିକି ନୁହେଁ ଘରର ବ୍ୟବହୃତ ତଥା ଅଦରକାରୀ ପାଣିକୁ ରିସାଇକ୍ଲିଂ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେ ଏକ ଲାଇବ୍ରେରି ଓ ଶବଦାହଗୃହ ମଧ୍ୟ ନିର୍ମାଣ କରିଛନ୍ତି। ୨୯ ବର୍ଷୀୟା ପ୍ରିୟଙ୍କା ମାସ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଛନ୍ତି ଓ ତାଙ୍କ ସ୍ବାମୀ ଜଣେ ବ୍ୟବସାୟୀ। ୨୦୨୧ରେ ସେ ସରପଞ୍ଚ ଭାବେ ଶପଥ ନେବା ଦିନ ରାୟପୁର ପଞ୍ଚାୟତରେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିଥିଲେ। ଏବେସୁଦ୍ଧା ସେ ପଞ୍ଚାୟତରେ ୭୫% ପ୍ଲାଷ୍ଟିକ୍‌ କମାଇ ପାରିଛନ୍ତି। ଏଥିପାଇଁ ପ୍ରିୟଙ୍କା ପଞ୍ଚାୟତ ତରଫରୁ ଦୋକାନୀ, ରାସ୍ତକଡ଼ ବ୍ୟବସାୟୀ ଓ ପରିବାରଗୁଡ଼ିକୁ କପଡ଼ା ବ୍ୟାଗ ବଣ୍ଟନ କରୁଛନ୍ତି। ପରେ ଯେଉଁମାନେ ଏହାକୁ ନ ମାନି ପ୍ଲାଷ୍ଟିକ୍‌ ବ୍ୟବହାର କରୁଛନ୍ତି ସେମାନଙ୍କ ଉପରେ ପ୍ରଥମେ ୫୦୦ ଟଙ୍କା ଓ ପରେ ୧୦୦୦ ଟଙ୍କା ଜରିମାନା କରାଯାଉଛି। ଏହା ପରେ ଅମାନ୍ୟ କରୁଥିବା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରାଯାଉଛି। ସେ ପ୍ଲାଷ୍ଟିକ୍‌ ବ୍ୟବହାରଜନିତ କ୍ଷତି ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। କେକ୍‌ ପ୍ୟାକେଟ ଓ ଚକୋଲେଟ ଜରି ଆଦି ସଂଗ୍ରହ କଲେ ୧ କେଜି ପ୍ରତି ପିଲାମାନଙ୍କୁ ୨ଟଙ୍କା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ମୂଷା

ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଶୋଚନୀୟ ହୋଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏହା ମାତ୍ର ୧୯ଟି ଆସନ ପାଇଛି। ଆର୍‌ଜେଡି ନେତା ତେଜସ୍ୱୀ...

ମହାମାରୀର କାରଣ ଜାଗତିକ ଉଷ୍ମତା

ପ୍ର. ରମେଶ ଚନ୍ଦ୍ର ପରିଡ଼ା ମାତ୍ର ୦.୧୨୫ ମାଇକ୍ରନ ବ୍ୟାସ ବିଶିଷ୍ଟ କ୍ଷୁଦ୍ରାତି କ୍ଷୁଦ୍ର ଭୂତାଣୁଟିଏ ଏବେ ସୃଷ୍ଟି କରିଛି ମାନବ ଜାତି ପାଇଁ ନୂତନ...

ମଣିପୁର ବିପଦ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ପୁଣି ଉଗ୍ର ହେବାରେ ଲାଗିଲାଣି। ମେ ୨୦୨୩ ପ୍ରାରମ୍ଭରୁ ଏହା ବ୍ୟାପକ ରୂପ ଧାରଣ କରିବା ପରେ...

ଏଇ ଭାରତରେ

ବର୍ଜ୍ୟ ଜଳକୁ ବିଶୁଦ୍ଧ କରିବାରେ ଡ. ପ୍ରସନ୍ନ ଜଗଦେଓଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଜୈବିକ ପଦ୍ଧତି ଅର୍ଥାତ୍‌ ଡକ୍‌ଓ୍ବିଡ (ଔଷଧୀୟ ଗୁଣ ଏକପ୍ରକାର ଦଳ) ଦ୍ୱାରା...

ପରିବେଶ ପ୍ରହରୀ ଘରଚଟିଆ

ପୀତାମ୍ବର ରାଉତ ବିଶିଷ୍ଟ ପରିବେଶବିତ୍‌ ମହମ୍ମଦ ଦିଲ୍‌ୱାର୍‌ଙ୍କ ଉଦ୍ୟମରେ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ...

ସମ୍ପାଦକୀୟ/ ସେଠି ଯାହା, ଏଠି ତାହା

ଦିଲ୍ଲୀର ଅନାଜ ମଣ୍ଡିରେ ୮ ଡିସେମ୍ବର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଡାକ୍ତରଖାନାରେ...

ହସ, ରୋଗ ଓ ବିନୟଭାବ

ଡ. ବାଇଧର ସାହୁ ଚାର୍ଲି ଚାପ୍‌ଲିନ ବା ଚାର୍ଲି ଭାବରେ ସମଗ୍ର ପୃଥିବୀରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ୧୮୮୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଜନ୍ମ ଗ୍ରହଣ...

ଜନସଂଖ୍ୟା ବିସ୍ଫୋରଣର ମୁକାବିଲା

ଶେଖ୍‌ ଫରିଦ୍‌ଉଦ୍ଦିନ ସମଗ୍ର ବିଶ୍ୱକୁ ଜନସଂଖ୍ୟାର ଗଣିତ ଓଲଟପାଲଟ କରିଦେବାର କ୍ଷମତା ରଖିଥାଏ। ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟର ତଥ୍ୟ ଅନୁଯାୟୀ ଆସନ୍ତା ୩୦ବର୍ଷ...

Advertisement
Archives

Model This Week