ଏଇ ଭାରତରେ

ପୁଣେର ଝିଅ ଶାଲ୍‌ମଲି ନଳାଓ୍ବାଡେଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ହାର ମାନିଛି। ବୟସ ୧୪, କିନ୍ତୁ ପୁଣେର ମୁଥା ନଦୀକୁ ସଫା କରିବା ଲାଗି ସେ ଅଭିଯାନ ଚଳାଇଛନ୍ତି। ଏହା ସେ ତିନି ବର୍ଷ ପୂର୍ବରୁ ଅର୍ଥାତ୍‌ ୧୧ ବର୍ଷ ବୟସରୁ ଆରମ୍ଭ କରିଥିଲେ। ଏହି ସମୟରେ ସେ ମୁଥୁ ନଦୀର ଓ୍ବାର୍‌ଜେ ବ୍ରିଜ୍‌ ଉପରେ ଠିଆହୋଇ ପାଣିରେ ବର୍ଜ୍ୟ ପଡିଥିବା ଲକ୍ଷ୍ୟ କରିଥିଲେ। ପରେ ସେ ନଦୀ ପ୍ରଦୂଷଣ ଦୂର କରିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ସେ ବ୍ରିଜ ଉପରେ ଠିଆ ହୋଇ ଲୋକମାନଙ୍କୁ ନଦୀରେ ବର୍ଜ୍ୟ ନ ପକାଇବା ଲାଗି ବାରଣ କରି ଆସୁଛନ୍ତି। ସେ ଏକା ଏମିତି ଦିନ ସାରା ଠିଆ ହୋଇ କେତେଦିନ ବା କରିପାରିଥାଆନ୍ତେ। ପରେ ସେ ପିଲାମାନଙ୍କୁ ନେଇ ଏକ ସ୍ବେଚ୍ଛାସେବୀ ଟିମ୍‌ ଗଠନ କରି ନଦୀ ସୁରକ୍ଷାରେ ଲାଗିଛନ୍ତି। ଶାଲମଲିଙ୍କ ଟିମ୍‌ରେ ୧୫ ଜଣ ପିଲା ସାମିଲ ହୋଇଛନ୍ତି। କେବଳ ଏତିକି ନୁହେଁ, ସେ ମୁଥୁ ନଦୀ କୂଳ ସଫା କରିବା ପାଇଁ ‘ଜୀବିତନଦୀ’ ଏନ୍‌ଜିଓର ଅଭିଯାନରେ ପ୍ରତି ରବିବାର ତାଙ୍କ ଟିିମ୍‌ ସହ ଯୋଗ ଦେଉଛନ୍ତି। ଶାଲ୍‌ମଲିଙ୍କ ପିତା ଜଣେ ବ୍ୟବସାୟୀ ଓ ମାତା ଗୃହିଣୀ। ସେମାନେ ସୁବୁବେଳେ ଏହି କାର୍ଯ୍ୟରେ ସହଯୋଗ କରୁଆସୁଛନ୍ତି। ବହୁ ସମୟରେ ଅଭିଭାବକମାନେ ପିଲାମାନଙ୍କୁ ନଦୀ ପାଖକୁ ନେବାରେ ବିଳମ୍ବ କଲେ ସେମାନେ ସାଇକେଲରେ ପହଞ୍ଚି ଯାଉଛନ୍ତି। ମୁଥୁ ନଦୀକୁ ପ୍ରଦୂଷଣମୁକ୍ତ କରିବା ଲାଗି ପିଲାମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?