ଏଇ ଭାରତରେ

ଅବସର ପରେ ବିଶ୍ରାମ ନୁହେଁ ସେବାକୁ ନିଜ ମନ୍ତ୍ର କରିଛନ୍ତି ଡ. ଲୀଲା ଜୋଷୀ। ତାଙ୍କୁ ବର୍ତ୍ତମାନ ବୟସ ୮୨। ରହୁଛନ୍ତି ମଧ୍ୟ୍ୟପ୍ରଦେଶର ରତଲାମରେ। ସେଠାକାର ଆଦିବାସୀ ମହିଳା ଓ ପିଲାମାନଙ୍କ ସେବାରେ ପାଖାପାଖି ୨୩ ବର୍ଷ ହେବ ନିଜକୁ ଉତ୍ସର୍ଗ କରିଛନ୍ତି। ଲୀଲା ରେଲଓ୍ବେରେ ଚିଫ୍‌ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରି ୧୯୯୭ରେ ଅବସର ନେଇ ଆଦିବାସୀ ପିଲା ଓ ମହିଳା ବିଶେଷ କରି ଗର୍ଭବତୀଙ୍କ ଅପପୁଷ୍ଟି ଏବଂ ରକ୍ତହୀନତା ସମସ୍ୟା ଦୂର କରିବାରେ ଲାଗିଛନ୍ତି। ଡ. ଜୋଷୀ ଶ୍ରୀ ସଓ୍ବୋ ସଂସ୍ଥା (ଏସ୍‌ଏସ୍‌ଏସ୍‌) ନାମକ ଏନ୍‌ଜିଓ ଗଠନ କରି ଜିଲାରେ ମାତୃମୃତ୍ୟୁ ହାର ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି। ଦୁଇ ଦଶନ୍ଧି ମଧ୍ୟରେ ୩.୫ ଲକ୍ଷ ପିଲା ଓ ଲକ୍ଷାଧିକ ମହିଳାଙ୍କୁ ସେ ସେବା ଯୋଗାଇ ଦେଇଛନ୍ତି। ଏଥିପାଇଁ ସେ ରତଲାମର ମଦର ଟେରସା ଭାବେ ଜଣାଶୁଣା। ସରକାରୀ ହସ୍ପିଟାଲ, ସ୍ବାସ୍ଥ୍ୟସେବା ବିଭାଗ, ସ୍ବୟଂସହାୟିକା ଗୋଷ୍ଠୀ, ଅଙ୍ଗନଓ୍ବାଡି ଓ ଆଶା କର୍ମୀମାନଙ୍କ ସହଯୋଗରେ ସେବା ଲାଗି ଲୋକବଳ ଓ ଓ୍ୟଷଧ ଯୋଗାଡ କରୁଛନ୍ତି। ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଓ ଶିଶୁମାନଙ୍କ ପାଇଁ ମାଗଣାରେ ମାସକୁ ୨ ଥର ହେଲ୍‌ଥ କ୍ୟାମ୍ପ୍‌ ଆୟୋଜନ କରୁଛନ୍ତି। ଏନ୍‌ଜିଓ ମାଧ୍ୟମରେ ପାଉଡର ପୌଷ୍ଟିକ ଆହାର ବଣ୍ଟନ କରୁଛନ୍ତି। ବିଭିନ୍ନ ଉତ୍ସରୁ ପ୍ରାପ୍ତ ଅନୁଦାନରେ ଏହି ସେବା ଚାଲିଛି ବୋଲି ଡ. ଜୋଷୀ କହନ୍ତି। ଡ. ଜୋଷୀଙ୍କ ଜନ୍ମ ଉତ୍ତରାଖଣ୍ଡରେ। ତାଙ୍କ ପିତା ରେଲଓ୍ବେରେ ଚାକିରି କରିଥିଲେ। ମେଡିକାଲ ଶିକ୍ଷା ଶେଷ କରି ସେ ରେଲଓ୍ବେ ହେଲ୍‌ଥ ସର୍ଭିସରେ ଯୋଗ ଦେଇ ୧୯୯୭ରେ ଅବସର ନେଇଥିଲେ। ଏହାର ବର୍ଷେ ପୂର୍ବରୁ ମଦର ଟେରେସାଙ୍କ ସହ ଜୋଷୀଙ୍କ ସାକ୍ଷାତ ହେବା ପରେ ତାଙ୍କ ପରାମର୍ଶରେ ରତଲାମରେ ସେ ଆଦିବାସୀଙ୍କ ସେବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

ସଂସ୍କୃତି ସୁରକ୍ଷା ଚିନ୍ତା

ଇସ୍କନ ରଥଯାତ୍ରାର ତିଥି ବାରକୁ ବେଖାତିର କରି ବିଶ୍ୱର ବିଭିନ୍ନ ଭାଗରେ ଅଦିନିଆ ରଥଯାତ୍ରା ପାଳନ କରୁଛି। ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ତଥା ଅଷ୍ଟମ ବୃହତ୍ତମ…

ପବିତ୍ରତାରେ ଭେଦଭାବ

ଚଳିତ ବର୍ଷ ରମଜାନ ମାସ ମାର୍ଚ୍ଚ ୧୬ର ଘଟଣା। ଏହି ଦିନ ବାରାଣସୀରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ୧୪ ଜଣ ମୁସଲମାନ ବ୍ୟକ୍ତି ଇଫ୍‌ତାର…

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri