ଏଇ ଭାରତରେ

ଜଣେ ଆଇଏଏସ୍‌ଙ୍କ ନେତୃତ୍ୱରେ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ଏକ ଆଦର୍ଶ ସ୍କୁଲ ଗଢିଛନ୍ତିି ତାମିଲନାଡୁରେ। ଚିକାବାଲାପୁର ଜିଲା ନନ୍ଦୀ ପାହାଡ ପାଦଦେଶରେ ଥିବା ଚିଗାଟେନାହାଲି ଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୨୦୦୬ରେ ପ୍ରତିଷ୍ଠା କରାଯାଇଥିଲା। ଏହା ଏବେ ଏକ ମଡେଲ ସ୍କୁଲ୍‌ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ସ୍କୁଲରେ ପିଲାମାନଙ୍କ ଆଖିତ୍ ପରୀକ୍ଷା କରାଯିବା ସହ ମାନସିକ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଉଛି। ଚିକାବାଲାପୁର ଜିଲା ପରିଷଦର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର ଫୌଜିୟା ତାରାନୁମ୍‌ଙ୍କ ସହ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିଲାଗି ସହଯୋଗ କରିଛନ୍ତି। ୨୦୧୫ ବ୍ୟାଚ୍‌ ଆଇଏଏସ ଫୌଜିୟା ଅଗଷ୍ଟ ୨୦୧୯ରେ ଚିକାବାଲାପୁରାରେ ନିଯୁକ୍ତିପାଇବା ପରେ ଏହି ପଦକ୍ଷେପ ନେଇଥିଲେ। ଏଥିପାଇଁ ସମସ୍ତେ ସେମାନଙ୍କ ଦରମାର କିଛି ଅଂଶ ଦାନ କରିଛନ୍ତି। ଅନ୍ୟମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ସରକାରୀ ଅଧିକାରୀ ଓ ଶିକ୍ଷକମାନେ ତାରାନୁମ୍‌ଙ୍କ ଟିମରେ ସକ୍ରିୟ ଭାବେ କାମ କରୁଛନ୍ତି। ଏହି ସ୍କୁଲ ବ୍ୟତୀତ ସେମାନେ ଆଉ ୩୮ଟି ସ୍କୁଲକୁ ମଡେଲ ସ୍କୁଲ୍‌ ଭାବେ ଗଢିବାକୁ ଯୋଜନା କରିଛନ୍ତି। ୫୦ଟି ଅଙ୍ଗନଓ୍ବାଡିକୁ ମଡେଲ ଅଙ୍ଗନଓ୍ବାଡି କରିବାର ଯୋଜନା ରଖାଯାଇଛି। ଶିକ୍ଷକମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇ ଛୋଟ ପିଲମାନଙ୍କ ମାନସିକ ଉନ୍ନତି ଆଣିବାରେ ସାହାଯ୍ୟ କରୁଛନ୍ତି। ଏମାନେ ଛୁଟିଦିନଗୁଡିକରେ ପିଲାମାନଙ୍କୁ ପଢ଼ାଉଛନ୍ତି। ଫୌଜିୟା ବହୁ ସମୟରେ ସ୍କୁଲ ପରିଦର୍ଶନରେ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?