ଟିକ୍‌ଟକ୍‌ ଓ ପବ୍‌ଜୀ ଫାଶ

ନଗେନ୍ଦ୍ର ନାଥ ପଟ୍ଟନାୟକ

 

ସମ୍ପ୍ରତି ଏ ଚାକଚକ୍ୟଭରା ଦୁନିଆରେ ମନୋରଞ୍ଜନର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଏହି ପରିପ୍ରେକ୍ଷୀରେ ସଦ୍ୟତମ ଘଟଣାବଳୀ ତଥା ଗରମାଗରମ ରୋଚକ ଦୃଶ୍ୟ ପ୍ରଦର୍ଶନ ସକାଶେ ମୋବାଇଲେ ଖଞ୍ଜାଯାଇଥିବା ଆପ୍‌ର ଯାଦୁ ଯୁବପିଢିଙ୍କୁ ଏମିତି ବାନ୍ଧିରଖିଛି ଯେ ସେଥିରୁ ନିସ୍ତାର ପାଇବା ବଡ ମୁସ୍କିଲ ହୋଇପଡିଛି। କେହି କେହି ସିନେମା ଦେଖୁଛନ୍ତି ତ ଆଉ କିଏ ଖବର ସଂଗ୍ରହରେ ଖୁବ ବ୍ୟସ୍ତ ରହୁଛନ୍ତି। ଏମିତି ମୁଷ୍ଟିମେୟ ଲୋକ ଅଛନ୍ତି ଯେଉଁମାନେ କି ସୋସିଆଲ ମିଡିଆ (ସାମାଜିକ ଗଣମାଧ୍ୟମ) ଜରିଆରେ ନୂଆନୂଆ ଆପ୍‌ସ ସମ୍ପର୍କରେ ଯାହା କିଛି ଭାଇରାଲ ହେଉଛି ତାକୁ ନେଇ ନିଜର ବିଚାର ଓ ମତ ଅଭିବ୍ୟକ୍ତ କରୁଛନ୍ତି। ଯେମିତି କି ଏହା ସେମାନଙ୍କ ବ୍ୟକ୍ତିଗତ ଜୀବନର ପ୍ରସଙ୍ଗ ହୋଇ ରହିଛି। ବର୍ତ୍ତମାନ ସୁଦ୍ଧା ଟିକ୍‌ଟକ ଓ ପବ୍‌ଜୀ ଆପ୍‌ସ ବ୍ୟତୀତ ଆଉ ଶହେ ପଚାଶରୁ ଊର୍ଦ୍ଧ୍ୱ ଚାଇନା ଆଉ କୋରିଆର ଆପ୍‌ସକୁ ଆମ ସରକାର ନିଷିଦ୍ଧ କରିସାରିଲେଣି। ସରକାରଙ୍କର ଏ ଦୂରଦର୍ଶୀ ଓ ପ୍ରଭାବୀ ପଦକ୍ଷେପ ଯେ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ଏଥିଲେ ଗାରେହେଲେ ସନ୍ଦେହ ନାହିଁ। ତେବେ ସେ ଟିକ୍‌ଟିକ ହେଉ କି ପବ୍‌ଜୀ ଅଥବା ଅନ୍ୟ କୌଣସି ଆପ୍‌ସ ଏସବୁ ଆମର ମନୋରଞ୍ଜନର ବଳିଷ୍ଠ ମାଧ୍ୟମ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଖାଲି ସେତିକି ନୁହେଁ,ଏହା ଆମକୁ ଗୁରୁତ୍ୱପୂର୍ଣ୍ଣ ଖବର ଉପଲବ୍ଧ କରାଇବାରେ ମଧ୍ୟ ବଡ ସାଧନ ହୋଇ ରହିଛି। ତେବେ ଏକଥା ଅବଶ୍ୟ ସତ ଯେ ଏଭଳି ଆଭିମୁଖ୍ୟସମ୍ପନ୍ନ କମ୍ପାନୀଗୁଡିକୁ ଆପ୍‌ସ ଜରିଆରେ ଆମର ଯୁବପିଢିଙ୍କୁ ବାନ୍ଧି ରଖନ୍ତୁ ବୋଲି ଚାଇନା ତା’ର ବଦଭ୍ୟାସ ଜାରି ରଖିଛି।
ଏ ପ୍ରସଙ୍ଗରେ କେତେକ ଉଦାହରଣ ଅବତାରଣା କରିବା ସମୀଚୀନ ମନେହୁଏ। ଏଇ କିଛିଦନ ତଳେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ବିଦ୍ୟାର୍ଥୀକୁ ତା’ର ମାଆବାପା ପବ୍‌ଜୀ ଦେଖିବାକୁ ମନାକରିବାରୁ ସିଏ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କଲା। ସେମିତି କୌଣସି ଉତ୍କଟ ଦୁରାରୋଗ୍ୟର ଉପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ତରୁଣୀ ତା’ ବାପାମାଆଙ୍କୁ ମୋବାଇଲ ଦେବା ଲାଗି ଅଡିବସିଲା। କାହିଁକି ନା ସିଏ ଟିକ୍‌ଟିକ ଆପ୍‌ସରେ କିଛି ଶେୟାର (ଭାଗୀଦାର) ହେବାକୁ ଚାହୁଁଥିଲା। ମାଆବାପା ତାକୁ ମୋବାଇଟିଏ ଦେବାକୁ ରୋକ୍‌ଠୋକ୍‌ ମନାକଲାରୁ ସିଏ ତା’ର ହାତର ଧମନୀ ବା ଶିରାକୁ ଧାରୁଆ ବ୍ଲେଡରେ କାଟି କ୍ଷତାକ୍ତ କରିପକାଇଲା। ପୁଣି ଆଉ ଜଣେ ଯୁବକ କାର ଚଳାଉଥିଲା। ସେଇ କାରରେ ତା’ର ମୋବାଇଲଟି ଖୋଲା ରଖାଯାଇଥିଲା ଓ ସେଥିରେ ପବ୍‌ଜୀ ଆପ୍‌ସ ଚାଲୁ ରହିଥିଲାବେଳେ ଆଖିପିଛୁଳାକେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହିଭଳି ଏକ ପିକ୍‌ନିକ ବା ବଣଭୋଜିସ୍ଥଳରେ ବିଦ୍ୟାର୍ଥୀମାନେ ବଡ ମଜାମଉଜରେ ନିଜ-ନିଜର ପସନ୍ଦଯୋଗ୍ୟ ଆପ୍‌ସ ଦେଖିବାରେ ମସଗୁଲ ଥିବାବେଳେ ହଠାତ ଭୟଙ୍କର ବନ୍ୟା ମାଡିଆସିଲା। ଫଳରେ ସେମାନଙ୍କୁ ଏକ ବଡ ବିପତ୍ତିର ସାମ୍‌ନା କରିବାକୁ ପଡିଥିଲା। ଏ ପରିପ୍ରେକ୍ଷୀରେ ଏସବୁ ଉଦାହରଣ ଉପସ୍ଥାପନ କରିବାର ପ୍ରମୁଖ ତାତ୍ପଯର୍ର୍‌ୟ ହେଉଛି କେବଳ ଯେ ଭାରତୀୟ ଯୁବପିଢିଙ୍କୁ ପାଲରେ ଫସାଇ ନିଜର ଆପ୍‌ସର କାୟା ବିସ୍ତାର କରିବା ଚାଇନା କମ୍ପାନୀଙ୍କ ଅଭିସନ୍ଧି ବା କାର୍ଯ୍ୟକ୍ରମ ନୁହେଁ, ଏହି ଆପ୍‌ସ ଜରିଆରେ ଆମ ଦେଶର ଗୋଇନ୍ଦା ଖବର ବି ଚତୁର ଚାଇନ ହାତକୁ ଚାଲିଯାଉଛି । ଅନ୍ୟ ଭାଷାରେ କହିଲେ ଆମ ଦେଶର ନିରାପତ୍ତା ଓ ପ୍ରତିରକ୍ଷା ବ୍ୟବସ୍ଥା ଏବେ ବିପଦାପନ୍ନ ସ୍ଥିତିରେ ରହିଛି । ଖାସ୍‌ ସେଇଥିପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ଏତେ ବଡ ନିଣ୍ଣର୍ୟ ଗ୍ରହଣ କରି ନିଜ ବୁଦ୍ଧିମତ୍ତାର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ନିରାପତ୍ତା ତଥା ପ୍ରତିରକ୍ଷା ଦୃଷ୍ଟିକୋଣରୁ ବିଚାରିଲେ ଏହା ଏକ ବଳିଷ୍ଠ ପଦକ୍ଷେପ ।
ତେବେ ବାସ୍ତବତା ହେଉଛି ଆମର ଏବକାର ଯୁବପିଢି ଯେଉଁଭଳି ଭାବେ କେବଳ ସୋସିଆଲ ମିଡିଆର ଗୁଲାମୀ ପାଲିଟିଯାଇଛନ୍ତି ତହୁଁରୁ ସେମାନଙ୍କୁ ମୁକୁଳାଇବା ଆମର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ ।
ସୋସିଆଲ ମିଡିଆରେ ଯୁବପିଢିକୁ ଯେତେବେଳେ ନିଜର କଥାକୁ ପରିପ୍ରକାଶ କରିବା ଅଥବା ଭିଡିଓ ତିଆରି କରିବାର ସୁବିଧା ଉପଲବ୍ଧ ହେଉଛି ସେମାନେ ପରିସ୍ପର ସହିତ ଅଡିଓ ଓ ଭିଡିଓ ଜରିଆରେ ବହୁତ କିଛି କଥାକୁ ବ୍ୟକ୍ତ କରିଦେଉଛନ୍ତି। ଫଳରେ ଯାହାର ସୁପ୍ରଭାବ ଓ କୁପ୍ରଭାବ ସେମାନଙ୍କ ଉପରେ ପଡୁଛି। କତିପୟ ବିଦ୍ୱାନ ଅଥବା ଘନିଷ୍ଠ ସାଙ୍ଗସାଥୀ ଅଥବା କେତେକ ସମ୍ପ୍ରଦାୟର ଲୋକ ଗ୍ରୁପ (ଗୋଷ୍ଠୀ) ଗଠନକରି ଚ୍ୟାଟ (ଗପସପ ଓ ଆଳାପଆଲୋଚନା) ହେଉଛନ୍ତି ତାହା ତ ନିଶ୍ଚିତରୂପେ ଭଲକଥା, ହେଲେ ୟାର ମନ୍ଦ ଦିଗଟି ହେଉଛି ଏହି ଗ୍ରୁପରେ ଯେ କୌଣସି ଜଣକୁ ସମ୍ଭବତଃ ଟାର୍ଗେଟ କରାଯାଇପାରେ। କିଛିଟା ଉଦାହରଣ ଦ୍ୱାରା ଏକଥାକୁ ଆମେ ପରିଷ୍କାର ଭାବେ ବୁଝାଇ ଦେଇପାରିବା। ତେବେ ଏଇଠି ପ୍ରଶ୍ନ ହେଉଛି କୌଣସି ଜଣେ ଝିଅର ଆକର୍ଷଣୀୟ ଚେହେରା ଓ ସୁଠାମ ଶାରୀରିକ ସୌନ୍ଦର୍ଯ୍ୟକୁ ଯଦି କେହି କେବେ ଗ୍ରୁପ ତିଆରି କରି ଉଲ୍ଲେଖ କରେ ତେବେ ସିଏ କ’ଣ ଏହା ପ୍ରଯୁକ୍ତିଗତ ବିଦ୍ୟାର ଦୋଷ ବୋଲି କହି ଖସି ପଳାଇବ? ତେବେ ସେ ଯାହା ହଉ,ଏ ପ୍ରଶ୍ନ ଆମର ସଂସ୍କାରର ଓ ଆମର ତଥାକଥିତ ଯୁବପିଢିଙ୍କୁ ଶିକ୍ଷା ଦେବାଲାଗି ଅଭିପ୍ରେତ। ବିଦ୍ୟାଳୟ ଅବା କଲେଜରେ ମୋବାଇଲ ରଖିବା ଆଜିକାଲି ଗୋଟିଏ ଫେଶନ ପାଲଟିଗଲାଣି, କାରଣ ଏହି ମୋବାଇଲ ଆମକୁ କେତେ କ’ଣ ଯେ ସୁବିଧା ଯୋଗାଉଛି ତା’ର ଇୟତା ନାହିଁ। ନଜିର ସ୍ବରୂପ, ମୋବାଇଲ ଏବେ ଅନ୍‌ଲାଇନ କ୍ଲାସରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଘଟାଇଛି। ଏହା ବିଦ୍ୟାର୍ଥୀମାନଙ୍କୁ ଯେଉଁ ଭୌତିକ ସୁବିଧା ପ୍ରଦାନ କରିଛି ତାହା ବାସ୍ତବିକ ସକାରାତ୍ମକ। ଆମେ ଯଦି ମୋବାଇଲରେ ଖଞ୍ଜାଯାଇଥିବା ଆପସ୍‌କୁ ମର୍ଯ୍ୟାଦାଜନକ ତଥା ଶାଳୀନତାର ସହିତ ଉପଯୋଗ କରିବା ତେବେ ଏହା ନିଶ୍ଚିତରୂପେ ଆମର ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିବାରେ ସହାୟକ ହୋଇପାରିବ। ଅବଶ୍ୟ ଭାରତୀୟ ଉଦୀୟମାନ ଯୁବପିଢିକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଆପସ୍‌ ତିଆରି କମ୍ପାନୀଗୁଡିକ ବିଭିନ୍ନ ଉପାୟ ଆପଣାଇବାରେ ସତତଃ ପ୍ରୟାସରତ, ଯଦ୍ଦ୍ବାରା କି ସେଇ କମ୍ପାନୀଗୁଡିକ ଦେଶର ସୁରକ୍ଷାକୁ ଟାର୍ଗେଟରେ ରଖିପାରିବେ। ତେବେ ଏକଥା ମଧ୍ୟ ସତ୍ୟ ଯେ, ସମଗ୍ର ଦୁନିଆରେ ଟିକ୍‌ଟକ ଓ ପବ୍‌ଜୀର ବ୍ୟବହାର ବେଶ୍‌ ବ୍ୟାପକ । କିନ୍ତୁ ଏଇ ନିକଟରେ ଆମ ଦେଶର ସରକାର ଟିକ୍‌ଟକ୍‌ ଓ ପବ୍‌ଜୀ ଉପରେ ନିଷେଧାଦେଶ ଜାରିକରିଛନ୍ତି । ପରବର୍ତ୍ତୀ ସମୟରେ ଆମେରିକା ଭଳି ଦେଶ ବି ୟା ଉପରେ କଡା କଟକଣା ଜାରି କରିବାକୁ ଯାଉଛି।
ସବୁଠାରୁ ବଡ କଥା ହେଉଛି ମାତାପିତା ମୋବାଇଲ ବ୍ୟବହାର ନେଇ ପିଲାଙ୍କ ଉପରେ କଡା ନିଜର ରଖିବା ଆବଶ୍ୟକ। ପୁଣି ଏକଥା ବି ମନେରଖିବାକୁ ହେବ ଯେ,ବିଳମ୍ବିତ ରାତିଯାଏ ମୋବାଇଲକୁ ଜଡେଇ ଧରିବା କେବଳ ଯେ ସ୍ବାସ୍ଥ୍ୟ ପ୍ରତି ହାନିକାରକ ତାହା ନୁହେଁ, ସାମାଜିକ ଦୃଷ୍ଟିକୋଣରୁ ବି ଯଥାର୍ଥ ନୁହେଁ।
ଯୁଗ୍ମ ସଚିବ, ଓରେରା, ଭୁବନେଶ୍ୱର,
ମୋ:୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?