ଏଇ ଭାରତରେ

ଦେହଜୀବୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଡାକ୍ତର ସ୍ବାତୀ ସିଂ । କରୋନା ମହାମାରୀ ସମୟରେ ବିପଦକୁ ଭ୍ରୂକ୍ଷେପ ନ କରି ସେ ଭିଓ୍ବାଣ୍ଡିର ୩୦୦ଦେହଜୀବୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିପାରିଛନ୍ତି। ସେମାନଙ୍କୁ ସ୍ବାତୀ ଖାଦ୍ୟ ଓ କର୍ମସଂସ୍ଥାନ ବି ଯୋଗାଇ ଦେଇଛନ୍ତି। ୨୦୧୬ରେ ସ୍ବାତୀ ପ୍ରତିଷ୍ଠା କରିଥିବା ଶ୍ରୀ ସେବା ସଂସ୍ଥା ମାଧ୍ୟମରେଏହିି ସେବା କରୁଛନ୍ତି। ଏବେ ସେମାନେ ଧୂପକାଠି, ପାମ୍ପଡ଼, ଆଚାର ଓ ବିଭିନ୍ନ ପ୍ରକାର ହସ୍ତକଳାକୃତି ତିଆରି କରି ବିକ୍ରି କରୁଛନ୍ତିି। ଫଳରେ ସେମାନେ ପ୍ରତ୍ୟେକ ଦୈନିକ ୨୦୦ ଟଙ୍କା ରୋଜଗାର କରୁଛନ୍ତି। ପୋଷାକ ତିଆରି କରିବାରେ ୩୦ ଜଣଙ୍କୁ କାର୍ଯ୍ୟରେ ଲଗାଇଛନ୍ତି ଓ ସେମାନେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଲାଗି ପୋଷାକ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆଉ କିଛି ଦିନ ମଧ୍ୟରେ ସେ ଆଉ ୧୩୦ ମହିଳାଙ୍କୁ ଏଥିରେ ନିଯୁକ୍ତ କରିବା ଲାଗି ଯୋଜନା ରଖିଛନ୍ତି। ଡ.ସ୍ବାତୀ ସେମାନଙ୍କ ପିଲାଙ୍କ ପାଇଁ ‘ଡେ କେୟାର ସେଣ୍ଟର’ ଖୋଲିଛନ୍ତି। ପିଲାମାନଙ୍କ ପଢ଼ା ସହ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ମଧ୍ୟ ନେଉଛନ୍ତି ସ୍ବାତୀ। ଯେଉଁ ମହିଳା ସଶକ୍ତ ହୋଇପାରିଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ଭାବେ ରହିବା ଲାଗି ‘ସିଷ୍ଟର ହାଉସ୍‌’ ଖୋଲାଯାଇଛି ଯାହାଦ୍ୱାରା ସେମାନେ ରେଡ୍‌ଲାଇଟ ଏରିଆରେ ନ ରହି ସେଠାରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଶକ୍ତୀକରଣ

ଡ. ସୁବାସ ଚନ୍ଦ୍ର ପାତ୍ର ନାରୀ ସଶକ୍ତୀକରଣ, କୃଷକ ସଶକ୍ତୀକରଣ ସରକାରଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇଥିଲାବେଳେ ଶିକ୍ଷକ ସଶକ୍ତୀକରଣ ଏକ ଅପ୍ରସଙ୍ଗ, ଏକ ବିଡ଼ମ୍ବନା...

ଏଇ ଭାରତରେ

ସରକାରୀ କିମ୍ବା କମ୍ପାନୀଠାରୁ ଲୋକେ ବିଦ୍ୟୁତ୍‌ ନେଇ ଦେୟ ଦେଇଥାନ୍ତି। କିନ୍ତୁ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ନିଜ ଘରେ ସୋଲାର ବିଦ୍ୟୁତ୍‌ ଉତ୍ପାଦନ କରି ସରକାରଙ୍କୁ...

ସମ୍ପାଦକୀୟ/ ନୂଆ ଯୁଗର ଡ୍ରୋନ୍‌

ବିଶ୍ୱର ସର୍ବବୃହତ୍‌ ତୈଳ ଉତ୍ପାଦକ ସୌଦି ଆରବର କମ୍ପାନୀ ‘ସୌଦି ଆରାମ୍‌କୋ’ର ଦୁଇଟି ତୈଳ କୂପ ଉପରେ ୟେମେନୀ ବିଦ୍ରୋହୀ ଗୋଷ୍ଠୀ ୧୪ ସେପ୍ଟେମ୍ବରରେ ଡ୍ରୋନ୍‌...

ଏଇ ଭାରତରେ

ଭାରତରେ କୃଷକ ଆମତ୍ହତ୍ୟା ଉଦ୍‌ବେଗଜନକ ସ୍ଥିତିରେ ରହିଥିବା ବେଳେ ପଞ୍ଜାବରେ ଘଟିଥିବା ଏକ ଆମତ୍ହତ୍ୟାର ରହସ୍ୟ ଜାଣିବା ପରେ ସମସ୍ତେ ସ୍ତବ୍ଧ ହୋଇଯିବେ। ଋଣ ବୋଝ...

ସଂହତି ରକ୍ଷାକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିରେ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜାତୀୟ ଅଖଣ୍ଡତା ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଜାତୀୟ...

ବାୟୁସେନାର ଦିଗ ନିର୍ଣ୍ଣାୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତୀୟ ସଶସ୍ତ୍ର ବାହିନୀର ଆକାଶବଳ ହେଉଛି ଭାରତୀୟ ବାୟୁସେନା (ଆଇଏଏଫ୍‌)। ଦେଶର ବାୟୁ ସୀମାର ନିରାପତ୍ତା ରକ୍ଷାକରିବା ସହ ଯୁଦ୍ଧ ବେଳେ...

ସମ୍ପାଦକୀୟ/ପଇସା ଦେଲେ ପାଠ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଜଣାଶୁଣା। ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିଷୟବସ୍ତୁକୁ ନେଇ ଯେତେବେଳେ ଦେଶବ୍ୟାପୀ...

ଦୃଷ୍ଟି ପଡ଼ୁ ନାହିଁ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ ଭାରତରେ ଦଳିତ, ଆଦିବାସୀ ଓ ମୁସଲମାନଙ୍କ ପ୍ରତି ଅଧିକ ଅନ୍ୟାୟ ହେଉଥିବାର ପରିଲକ୍ଷିତ...

Advertisement


Archives

Model This Week

Why Dharitri