ଏଇ ଭାରତରେ

ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ ପରେ ରୋଜଗାରକୁ ପଛ କରି ଶିଶୁମାନଙ୍କୁ ସଶକ୍ତ କରୁଛନ୍ତି ଈଶା ଡୋଗ୍ରା। ସେ ‘ଜୀବମ୍‌ ଫାଉଣ୍ଡେଶନ’ ଗଠନ କରି ତା’ମାଧ୍ୟମରେ ତାଙ୍କ ଗାଁରେ ୧୦୦ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ଏଥିରେ ତାଙ୍କ ଭାଇ ଅଭିଜିତ୍‌ ସହଯୋଗ କରୁଛନ୍ତି। କରୋନା ମହାମାରୀ ସମୟରେ ସେପ୍ଟେମ୍ବର ୨୦୨୦ରେ ଈଶା ଏହି ଫାଉଣ୍ଡେଶନ ପ୍ରତିଷ୍ଠା କରିଥିଲେ। ତାଙ୍କ ଗାଁ ହରିୟାଣା ଶୀଷାର ଖେଓଓ୍ବାଲିକୁ ଫେରିବା ପରେ ଏହି ଅନୁଷ୍ଠାନ ଆରମ୍ଭ କରିଥିଲେ। ଘର ପାଖ ପିଲାଙ୍କୁ ପ୍ରଥମେ ବଗିଚାରେ ପଢ଼ାଉଥିଲେ। ପିଲାସଂଖ୍ୟା ବଢ଼ିବାରୁ ସେମାନଙ୍କୁ ଗାଁର କମ୍ୟୁନିଟି ସେଣ୍ଟରରେ ପଢ଼ାଉଛନ୍ତି। ସ୍କୁଲ ପରେ ୪ଟାରୁ ୬.୩୦ ଯାଏ ପିଲାମାନେ ପଢ଼ୁଛନ୍ତି। ସ୍କୁଲ ପାଠ୍ୟକ୍ରମ ବାଦ୍‌ ଈଶା ଓ ଅଭିଜିତ୍‌ ସେମାନଙ୍କୁ କମ୍ପ୍ୟୁଟର ଓ ଅନ୍ୟ ବୈଷୟିକ ଶିକ୍ଷା ପ୍ରଦାନ କରୁଛନ୍ତି। ଈଶାଙ୍କ ବୟସ ୨୩। ସେ କାନାଡ଼ାର ଆଲବର୍ଟା ବିଶ୍ୱବିଦ୍ୟାଳୟରୁ ଫାଇନାନ୍ସରେ ଡିଗ୍ରୀ କରିବା ପରେ ଚାକିରି ନ କରି ଗାଁକୁ ଫେରିଛନ୍ତି। ପିଲାମାନଙ୍କୁ ଏବେକାର ଶିକ୍ଷାର ସ୍ରୋତରେ ସାମିଲ କରିବାକୁ ଇଚ୍ଛାକରି ସେ ଏବେ ତାହାକୁ ସାକାର କରିବାରେ ଲାଗିଛନ୍ତି। ୩ରୁ ୭ମ ଶ୍ରେଣୀ ଯାଏ ପିଲାମାନେ ଈଶା ଓ ତାଙ୍କ ଭାଇଙ୍କ ପାଖରୁ ଶିକ୍ଷା ଲାଭ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri