ଅଲୌକିକ ମେଟାଭର୍ସ

ଡ.ନରେନ୍ଦ୍ର ସେଠୀ

 

କିଛି ଦିନ ତଳେ ଫେସ୍‌ବୁକ ଯେପରି ତା’ର ଲୋକପ୍ରିୟ ନାମକୁ ପରିବର୍ତ୍ତନ କରି ମେଟା କରିଦେଲା, ତା’ର ଅସଲ କାରଣ ଅନେକ ଲୋକ ବୁଝି ପାରି ନ ଥିଲେ। ପ୍ରକୃତରେ ଏହା ନିକଟ ଭବିଷ୍ୟତରେ ଆସୁଥିବା ଏକ ନିଶ୍ଚିତ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଗରୁ ଅଣ୍ଟା ଭିଡ଼ି ପ୍ରସ୍ତୁତ ହେଇଯିବାର ପୂର୍ବ ପ୍ରସ୍ତୁତି ଥିଲା। ଏହି ବୈପ୍ଳବିକ ପରିବର୍ତ୍ତନ ଯାହା ଆମ ସମସ୍ତଙ୍କ ଜୀବନକୁ ବଦଳେଇବାକୁ ଯାଉଛି, ତାହା ହେଉଛି ମେଟାଭର୍ସ। ଅସୁମାରି ସମ୍ଭାବନା ନେଇ ଆସୁଥିବା ଏହି ଯାନ୍ତ୍ରିକ କଳ୍ପନାମୟ ଦୁନିଆରେ ଆମେ ସମସ୍ତେ ନିଜକୁ ହଜେଇ ଦେବାକୁ ଯାଉଛେ। ବିଜ୍ଞାନର ଏହି ଚମତ୍କାରିତାଠାରୁ କେହି ବର୍ତ୍ତିପାରିବେ ନାହିଁ। ବିଗତ କିଛି ଦଶନ୍ଧି ଇଣ୍ଟରନେଟ୍‌ ଦୁନିଆରେ ବୁଡ଼ି ରହିଲା ଓ ମଣିଷ ଜୀବନରେ ଏହାର ବ୍ୟାପକ ପରିବର୍ତ୍ତନ ଆଣିଥିଲା। ନିମିଷକେ ପୃଥିବୀର ଦୁଇ କୋଣରେ ଥିବା ମଣିଷ ପରସ୍ପରକୁ ଦେଖି କଥାବାର୍ତ୍ତା ହେଇପାରିଲେ। ଆମର ବ୍ୟାଙ୍କ ବଜାର ଇଣ୍ଟରନେଟ୍‌ ମାଧ୍ୟମରେ ହାତମୁଠାରେ ରହିଲା। ଏବେ ମଣିଷ ଆଉ ପାଦେ ଆଗକୁ ଯାଇ ଏକ ନୂତନ ଆଭାସୀ ଦୁନିଆରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଲାଣି I ଏହା ହେଉଛି ମେଟାଭର୍ସ। ଏହା ଏପରି ଏକ ଆଭାସୀ ଭର୍ଚୁଆଲ ଦୁନିଆ, ଯୋଉଠି ମଣିଷ ଏକ କାଳ୍ପନିକ ଦୁନିଆରେ ନିଜକୁ କ୍ଷିପ୍ର ଗତିରେ ନିୟୋଜିତ କରିବାକୁ ଯାଉଛି। ମେଟାଭର୍ସ ଦୁନିଆରେ ଆଭାସୀ ବାସ୍ତବିକତା ଦ୍ୱାରା କିଛି ନୂତନ ଧରଣର ଯନ୍ତ୍ର ପରିଧାନ କରି ଜଣେ ଲୋକ ଘର ଭିତରେ ଥାଇ ମଧ୍ୟ ଏକ ଭର୍ଚୁଆଲ ଦୁନିଆ ଭିତରେ ନିଜକୁ ପାଇବ ଓ ଅନେକ ଲୋକଙ୍କ ସହିତ ସମ୍ପର୍କ ସାଧନ କରିପାରିବ। ବାହାର ପରିବେଶର ଦୂଷିତ ବାୟୁ ଓ ଲମ୍ବା ଯାତ୍ରା କରି ଅଫିସ୍‌ ନ ଯାଇ ଜଣେ ଘରେ ବସି ତା’ର ଅଫିସ ସହ ଭର୍ଚୁଆଲ ଭାବରେ ପହଞ୍ଚତ୍ୟିବ ଓ କାମ କରି ଫେରିଆସିବ। ଜଣେ ଛାତ୍ର ନିପଟ ମଫସଲରେ ଥାଇ ମଧ୍ୟ ବିଶ୍ୱର ନାମକରା ବିଶ୍ୱବିଦ୍ୟାଳରେ ମନଇଚ୍ଛା ବିଷୟ ନେଇ ପଢ଼ିପାରିବ। କାମ ବା ପାଠପଢ଼ା ସାରିବା ପରେ ମନୋରଞ୍ଜନ ପାଇଁ ସିନେମା, ଖେଳ, ସାଙ୍ଗସାଥୀ ଇତ୍ୟାଦି ସବୁ କିଛି ଭର୍ଚୁଆଲ ଦୁନିଆରେ ମିଳିଯିବେ ଓ ଘରେ ବସି ସାରା ବିଶ୍ୱକୁ ହାତମୁଠାରେ କରି ହେବ।
ମେଟାଭର୍ସ ହେଉଛି ଏକ ୩ଡି ବା ତିନି ଆୟାମୀ କାଳ୍ପନିକ ଡିଜିଟାଲ ଦୁନିଆ। ଜଣେ ଲୋକ ଏଥିର ଏକ ନିଜସ୍ବ ଅବତାର ବ୍ୟବହାର କରି ଅନେକ କିଛି କରିପାରିବ। ମେଟାଭର୍ସରେ ଆପଣ ଖେଳ ଖେଳିପାରିବେ, ଶପିଂ କରିପାରିବେ, ଭର୍ଚୁଆଲ କଫି ଦୋକାନରେ ସାଙ୍ଗମାନଙ୍କ ସହିତ ଖଟି କରିପାରିବେ, ଭର୍ଚୁଆଲ ଅଫିସରେ ଆପଣଙ୍କ ସହକର୍ମୀଙ୍କ ସହିତ କାମ କରିପାରିବେ ଓ ଆହୁରି ସବୁ କିଛି କରିପାରିବେ, ଯାହା ଆମେ ଅସଲ ଦୁନିଆରେ କରୁଛୁ। ଅନ୍ୟ ଅର୍ଥରେ ମେଟାଭର୍ସ ଦୁନିଆରେ ସୁଯୋଗ ଅପ୍ରମିତ ଓ ଅକଳ୍ପନୀୟ। ଗୋଟିଏ ଉଦାହରଣ ଭାବରେ ଆଭାସୀ ମୁଦ୍ରା ବା ଭର୍ଚୁଆଲ କରେନ୍ସିକୁ ନିଆଯାଉ।
ବିଟ୍‌ କଏନ୍‌ ଭଳି ଷାଠିଏରୁ ଅଧିକ ଭର୍ଚୁଆଲ ମୁଦ୍ରା ବର୍ତ୍ତମାନ ପ୍ରଚଳିତ, ଯାହାର ବାସ୍ତବିକତା କିଛି ନାହିଁ। ଏହା କେବଳ ଭର୍ଚୁଆଲ ଦୁନିଆରେ ଉପଲବ୍ଧ। ଏହାର ଅର୍ଥ ହେଲା ମଣିଷ ନିଜ ଅଜାଣତରେ ମେଟାଭର୍ସ ଦୁନିଆରେ ପାଦ ରଖି ସାରିଲାଣି। ଆଉ କିଛି ଦିନ ପରେ ଭର୍ଚୁଆଲ ଦୁନିଆରେ ଆମେ ଇଚ୍ଛା ମୁତାବକ ଏକ ପ୍ଲଟ କିଣିପାରିବା, ଘର କିଣିବା ସହିତ ବାହାଘର ଓ ଜନ୍ମଦିନ ପାର୍ଟି ମଧ୍ୟ କରିପାରିବା। ଜଣେ କଳାକାର ଭର୍ଚୁଆଲ ଦୁନିଆରେ କଳା ପରିବେଷଣ କରି କ୍ରିପ୍ଟ କରେନ୍‌ସିଂରେ ତା’ର ପାରିଶ୍ରମିକ ନେଇଯିବ। ଏ ସବୁର ନେଣଦେଣ ହେବ ବ୍ଲାକ୍‌ ଚେନ ନାମକ ଏକ ଖୁବ୍‌ ସୁରକ୍ଷିତ ଭର୍ଚୁଆଲ ଦୁନିଆରେ। ସେଠାରେ କ୍ରିପ୍ଟ କରେନ୍‌ସି ବଦଳରେ ଡିସେଣ୍ଟ୍ରାଲ ଲ୍ୟାଣ୍ଡ ନାମକ ଏକ ସହରରେ ୧୬ x ୧୬ ବର୍ଗ ଫୁଟର ଜମି କିଣିପାରିବେ ଓ ଏଠାରେ କିଣିଥିବା ଲୋକର ପୁଞ୍ଜି ସୁରକ୍ଷିତ ରହିବ। ଅନ୍ୟ ଅର୍ଥରେ ଏହା ଭିଡିଓ ଗେମ୍‌ ପରି ଏକ ଅଲୌକିକ ଦୁନିଆ; ଯୋଉଠି ଘର, ସହର, ଜମି, ଶପିଂ ମଲ୍‌ ଓ ହୋଟେଲ ସବୁ ଥିବ ଏବଂ ଜଣେ ଲୋକ ନିଜର ଭର୍ଚୁଆଲ ଅବତାର ଓ କ୍ରିପ୍ଟ କରେନ୍‌ସି ବ୍ୟବହାର କରି ଅସଲ ଦୁନିଆ ପରି ଘରେ ବସି ସେସବୁର ମଜା ନେବ, କିଣିବ, ବିକିବ ଇତ୍ୟାଦି।
ଏଠାରେ କହିରଖିବା ଉଚିତ ହେବ ଯେ, ମେଟାଭର୍ସର ଏହିସବୁ ବିପୁଳ ସମ୍ଭାବନାର ଭବିଷ୍ୟତକୁ ଆଖି ଆଗରେ ରଖି ବିଶ୍ୱର ବୃହତ୍ତମ ସାମାଜିକ ଗଣମାଧ୍ୟମ ସଂସ୍ଥା ଫେସ୍‌ବୁକ ତା’ର ନାମ ପରିବର୍ତ୍ତନ କରି ମେଟା ରଖିସାରିଛି ଓ ଏ ଦିଗରେ ଦଶ ବିଲିୟନ ଡଲାରର ବିପୁଳ ପୁଞ୍ଜି ବିନିଯୋଗ କରିଛି। ୧୯୯୨ରେ ନିଲ ଷ୍ଟିଫେନ୍ସଙ୍କ ବହୁ ଚର୍ଚ୍ଚିତ କାଳ୍ପନିକ ବିଜ୍ଞାନ ଉପନ୍ୟାସ ‘ସ୍ନୋ କ୍ରାସ୍‌’ରୁ ବୈଜ୍ଞାନିକମାନଙ୍କ ମନରେ ମେଟାଭର୍ସର ଧାରଣା ଉତ୍ପନ୍ନ ହୋଇଥିଲା। ସେ ତାଙ୍କ ଉପନ୍ୟାସରେ ଏକ ଅନ୍‌ଲାଇନ ଦୁନିଆକୁ କଳ୍ପନା କରିଥିଲେ, ଯେଉଁଠାରେ କାହାଣୀର ଚରିତ୍ରମାନେ ବାସ୍ତବ ଦୁନିଆରୁ ଡିଜିଟାଲ ଅବତାର ବ୍ୟବହାର କରି ପଳାୟନ କରି ପାରୁଥିଲେ। ସତକୁ ସତ ଏହାର କିଛି ଦଶନ୍ଧି ପରେ ବିଶ୍ୱର ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ନିଜସ୍ବ ମେଟାଭର୍ସର ସଂସ୍କରଣ ନିର୍ମାଣ କରିବା ଆରମ୍ଭ କଲେ। ମେଟାଭର୍ସର ଅଭିଜ୍ଞତାକୁ ଅଧିକ ବ୍ୟବହାର ଉପଯୋଗୀ କରିବାକୁ କମ୍ପାନୀଗୁଡ଼ିକ ବ୍ଲାକ୍‌ ଚେନ୍‌, ବର୍ଦ୍ଧିତ ବାସ୍ତବତା (ଆର୍‌) ଏବଂ ଭର୍ଚୁଆଲ ରିଅଲିଟି, ତିନି ଅୟଆମୀ ପୁନଃ ନିର୍ମାଣ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଇଣ୍ଟରନେଟ୍‌ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ମେଟାଭର୍ସର ଅଲୌକିକ ଯାଦୁକରି ଦୁନିଆ ବର୍ତ୍ତମାନ ବିକାଶ ପର୍ଯ୍ୟାୟରେ ଥିବା ବେଳେ ଯେପରି ଭାବରେ ବିଶ୍ୱର ବଡ଼ ବଡ଼ କମ୍ପାନୀ ଫେସ୍‌ବୁକ, ମାଇକ୍ରୋସଫ୍ଟ, ଇନ୍‌ଭି ଇତ୍ୟାଦି ଏଥିପାଇଁ ବିପୁଳ ଅର୍ଥ ଲଗେଇଲେଣି ଏହା ଯେ ଦିନେ ଆମ ସମସ୍ତଙ୍କୁ ନିଜ କବଳରେ କରି ଆମର ଜୀବନ ବଦଳେଇଦେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri