ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ ପ୍ରସାଦ ରାଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଲାଗି ଅଣ୍ଟା ଭିଡ଼ିବା ସହ ଆଦିବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବାରେ ବି ସଫଳ ହୋଇଛନ୍ତି। ତ୍ରିପୁରାର ୨୩୯୭ ବର୍ଗକିଲୋମିଟର ଜଙ୍ଗଲରୁ ଜାତୀୟ ବାଉଁଶ ଉତ୍ପାଦନର ୨୮ ପ୍ରତିଶତ ହିଁ ମିଳିଥାଏ। ଏଣୁ ରାଓ ଏଠାକାର ବାଉଁଶକୁ ଉପଯୋଗ କରି ବାଉଁଶ ବୋତଲ ତିଆରି କରୁଛନ୍ତି। ସ୍ଥାନୀୟ ଆଦିବାସୀମାନଙ୍କୁ ସେ ଏହି କାର୍ଯ୍ୟରେ ଲଗାଇଛନ୍ତି। ଅଗରତାଲାର ବାମ୍ବୋ ଆଣ୍ଡ୍‌ କେନ୍‌ ଡେଭେଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌( ବିସିଡିଆଇ) ଏବଂ ଫରେଷ୍ଟ ରିସର୍ଚ୍ଚ ସେଣ୍ଟର୍‌ ଅଫ୍‌ ଲାଇଫ୍‌ହୁଡ୍‌ ଏକ୍ସଟେନ୍‌ଶନ ସଂସ୍ଥା ସହଯୋଗରେ ସେ ଏହି କାର୍ଯ୍ୟ କରୁଛନ୍ତି। ଏବେ ତ୍ରିପୁରା ରିହାବିଲିଟେଶନ ପ୍ଲାଣ୍ଟେଶନ କର୍ପୋରେଶନ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ପ୍ରସାଦ ରାଓ ଏହା ଲାଗି ୧୦୦୦ ଆଦିବାସୀ କାରିଗରଙ୍କୁ ପ୍ରଧାନମନ୍ତ୍ରୀ ବନ ଧନ ଯୋଜନାରେ ପ୍ରଶିକ୍ଷଣ ଦେଇଛନ୍ତି। ବାଉଁଶରେ କବକ ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ବୋତଲର ଭିତର ପାଖରେ କପର ରହୁଛି। ଏହା ମଧ୍ୟ ଭୂତାଣୁ ପ୍ରତିରୋଧୀ ହୋଇପାରିଛି। ୩୦୦ଏମ୍‌ଏଲ୍‌, ୫୦୦ଏମ୍‌ଏଲ୍‌ ଓ ୭୫୦ ଏମ୍‌ଏଲ ଏବଂ ୧୦୦୦ଏମ୍‌ଏଲ୍‌ ସାଇଜ୍‌ର ଏହି ବୋତଲ ତିଆରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri