ଏଇ ଭାରତରେ

ନିଜର ଡ୍ୟୁଟି ସମ୍ପାଦନ କରିବା ସହ ବଳକା ସମୟରେ ସାଲାଡ ବିକ୍ରି କରି ମାସକୁ ୧.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ପୁଣେର ମେଘା ବଫନ୍ନା। କେବଳ ଏତିକି ନୁହେଁ, ସେ ଏହି ବ୍ୟବସାୟରେ ୩୦ ଜଣ ମହିଳାଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ସାଲାଡ ପ୍ରସ୍ତୁତି ଠାରୁ ଆରମ୍ଭ କରି ଲୋକଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟ ଏମାନେ କରୁଛନ୍ତି। ମେଘା ‘କିପ୍‌ ଗୁଡ୍‌ ଶେଫ’ଷ୍ଟାର୍ଟଅପ୍‌ ମାଧ୍ୟମରେ ସାଲାଡ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି। ଏହି କାର୍ଯ୍ୟ ଆରମ୍ଭ କରିବା ସମୟରେ ସେ ୩,୫୦୦ ଟଙ୍କା ବିନିଯୋଗ କରିଥିଲେ। ମେଘା ୧୫ ବର୍ଷ ହେବ ଏକ ରିୟଲ ଇଷ୍ଟେଟ କମ୍ପାନୀରେ କାମ କରୁଛନ୍ତି। ସେ ସକାଳ ୪ଟାରେ ଉଠି ସାଲାଡ ପାଇଁ କାମ ଆରମ୍ଭ କରିଦିଅନ୍ତି। କିଛି ଶସ୍ୟ ଭିଜାଇବା ପରେ ମାର୍କେଟରୁ ତଟକା ପରିବା ଆଣନ୍ତି ଓ ତାହାକୁ କାଟି ସାଲାଡ ପ୍ରସ୍ତୁତ କରନ୍ତି। ୬ ପ୍ରକାର ସାଲାଡରୁ ପ୍ରଥମେ ସେ ତାଙ୍କ ବ୍ୟବସାୟ ଆରମ୍ଭ କରିଥିଲେ ଓ ଏବେ ୨୭ ପ୍ରକାର ସାଲାଡ ତିଆରି କରୁଛନ୍ତି। ପ୍ରତି ସପ୍ତାହରେ ମେନ୍ୟୁ ପରିବର୍ତ୍ତନ କରାଯାଉଛିି। ଅର୍ଡର ମୁତାବକ ଲୋକଙ୍କ ଘରେ ସାଲାଡ ପହଞ୍ଚାଇବାର ବ୍ୟବସ୍ଥା କରି ତାଙ୍କ ଡ୍ୟୁଟିକୁ ବାହାରି ଯାଆନ୍ତି। ୪ ବର୍ଷ ଧରି ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ସାଲାଡ ପ୍ୟାକେଜିଂ ପାଇଁ ସେ ପୁନଃ ଉପଯୋଗ ଯୋଗ୍ୟ ପ୍ଲାଷ୍ଟିକ ପ୍ୟାକେଟ ବ୍ୟବହାର କରୁଛନ୍ତି। ଏହି ସେବାକୁ ସେ ମୁମ୍ବାଇରେ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri